ଜାମ୍ମୁ: ସୀମା ନିକଟରେ ଅଜଣା ଡ୍ରୋନ ଠାବ; ୨୫ ରାଉଣ୍ଡ ଗୁଳି କଲେ ଯବାନ; ସେନାର ତଲାସୀ ଜାରି

ଜାମ୍ମୁ ଓ କାଶ୍ମୀର ସୀମା ନିକଟରେ ଡ୍ରୋନ ଠାବ କରାଯାଇଛି। ଭାରତୀୟ ସେନାବାହିନୀ ସୀମା ନିକଟରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି।

ସୀମା ନିକଟରେ ପାକିସ୍ତାନ ଡ୍ରୋନ ଠାବ କରାଯାଇଛି (ପ୍ରତୀକାତ୍ମକ ଛବି)

ସୀମା ନିକଟରେ ପାକିସ୍ତାନ ଡ୍ରୋନ ଠାବ କରାଯାଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଜାମ୍ମୁ: ଜାମ୍ମୁ ଜିଲ୍ଲାର ଆର୍ନିଆ ସେକ୍ଟରର ଆନ୍ତର୍ଜାତୀୟ ସୀମାରେ ଥିବା ସୁରକ୍ଷା ବଳର କର୍ମଚାରୀମାନେ ସୋମବାର ସକାଳ ୫:୩୦ ରେ ଡ୍ରୋନ ପରି ଉଡ଼ୁଥିବା ବସ୍ତୁ ଦେଖିଥିଲେ। ଆର୍ନିଆ ସେକ୍ଟରରେ ଏହି ଡ୍ରୋନ ଭଳି ଜିନିଷ ସହିତ ଲାଲ୍ ଓ ହଳଦିଆ ଆଲୋକ ମଧ୍ୟ ଦେଖାଯାଇଥିଲା। ଏହା ପରେ ସୈନିକମାନେ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଛନ୍ତି। ଏହି ଗୁଳି ଚଳାଇବା ପରେ ଡ୍ରୋନଟି ପାକିସ୍ତାନ ଆଡ଼କୁ ଉଡ଼ି ଯାଇଥିଲା।

ସୂଚନା ଅନୁଯାୟୀ, ସକାଳ ୫.୩୦ ସମୟରେ ସୈନିକମାନେ ଆର୍ନିଆ ସେକ୍ଟରର ଆନ୍ତର୍ଜାତୀୟ ସୀମା ନିକଟରେ ଆକାଶରେ ଏକ ଲାଲ-ହଳଦିଆ ଆଲୋକ ଜଳୁଥିବା ଦେଖିଥିଲେ। ଏହା ପରେ ଯେତେବେଳେ ସୈନିକମାନେ ଉଡ଼ୁଥିବା ବସ୍ତୁ ଉପରେ ଗୁଳି ଚଳାଇଥିଲେ। କିଛି ସମୟ ପରେ ଏହି ଡ୍ରୋନ ପାକିସ୍ତାନ ଆଡ଼କୁ ଉଡ଼ି ଯାଇଥିଲା।  ବର୍ତ୍ତମାନ ପୋଲିସ ଓ ବିଏସଏଫ ସହାୟତାରେ ଏହି ଅଞ୍ଚଳର ଅନୁସନ୍ଧାନ କରାଯାଉଛି।

ଭାରତୀୟ ସୈନିକମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ସୀମାରେ ଠିଆ ହୋଇଛନ୍ତି। ଏହି କାରଣରୁ ପାକିସ୍ତାନ ସୀମା ଆରପାରିକୁ ଅନୁପ୍ରବେଶ କରିବାକୁ ସକ୍ଷମ ନୁହେଁ।  ଏଭଳି ପରିସ୍ଥିତିରେ ପାକିସ୍ତାନ ଡ୍ରୋନର ସାହାଯ୍ୟ ନେଉଛି। ଗତ କିଛି ମାସ ମଧ୍ୟରେ ପାକିସ୍ତାନ ଦ୍ୱାରା ଭାରତ ସୀମାକୁ ଡ୍ରୋନ୍ ପଠାଯିବା ଭଳି ଅନେକ ଘଟଣା ଘଟିଛି।

କେତେକ କ୍ଷେତ୍ରରେ ପୁଲୱାମା ଓ ଜାମ୍ମୁରେ ସୈନିକମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଛି।  ଜୁନ୍ ୨୭ରେ ଜାମ୍ମୁ ବିମାନବନ୍ଦରର ବାୟୁସେନା ବେସରେ ଡ୍ରୋନ ଦ୍ୱାରା ଦୁଇଟି ହାଲୁକା ବିସ୍ଫୋରଣ ମଧ୍ୟ କରାଯାଇଥିଲା। ଏଥିରେ ଦୁଇ ଜଣ ବିମାନ କର୍ମଚାରୀ ଆହତ ହୋଇଥିଲେ। ସେବେଠାରୁ ବିଭିନ୍ନ କ୍ଷେତ୍ରରେ ଡ୍ରୋନ ଅନେକ ଥର ଦେଖାଯାଇଥିଲା। ତେବେ ଯବାନମାନେ ବର୍ତ୍ତମାନ ଡ୍ରୋନ ବିଷୟରେ ବହୁତ ସତର୍କ ଅଛନ୍ତି।
Published by:Soumya Das
First published: