News18 Odia Digital
ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି ରବିବାର ଦିନ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ପାହାଡ଼ି ଓ ଗୁର୍ଜରକୁ ପରସ୍ପର ବିରୁଦ୍ଧରେ କରିବାକୁ ଚେଷ୍ଟା କରୁଛି। ପାହାଡ଼ି ଓ ଗୁର୍ଜର ହେଉଛନ୍ତି ୨ଟି ସମ୍ପ୍ରଦାୟ ।
ପାହାଡ଼ି ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବିଷୟରେ ଆଲୋଚନା ହେଉଥିବାରୁ ଗତ କିଛି ଦିନ ହେବ ପିର ପଞ୍ଜାଳ ଅଞ୍ଚଳରେ ଅନେକ ଉତ୍ତେଜନା ଦେଖାଦେଇଛି। ଭାଇମାନଙ୍କୁ ଶତ୍ରୁ କରାଯାଇଛି। ସେମାନେ ପରସ୍ପର ବିରୁଦ୍ଧରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମେହବୁବା।
ମୁଫତି କହିଛନ୍ତି ଯେ ଗୁର୍ଜର ଓ ପାହାଡ଼ିମାନେ ଶତାବ୍ଦୀ ଧରି ଏକାଠି ରହୁଛନ୍ତି ଓ ପରସ୍ପର ବିରୋଧୀ କରାଇବା ବନ୍ଦ କରିବା ଉଚିତ୍। ମୁଁ ଗୁର୍ଜର, ବକରୱାଲ ଓ ପାହାଡ଼ି ସମ୍ପ୍ରଦାୟକୁ ପରସ୍ପର ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରୁଛି। ସବୁକିଛି ଭଗବାନ ଦେଇଛନ୍ତି।ଯେଉଁ ବ୍ୟକ୍ତି ଯାହା ଯୋଗ୍ୟ ତାହା ଭଗବାନ ତାଙ୍କୁ ଦେବେ। ଗୃହମନ୍ତ୍ରୀମାନେ ଆସିବେ, ବିଜେପି ଆଜି ଏଠାରେ ଅଛି, କିନ୍ତୁ ଆସନ୍ତାକାଲି ରହିବ ନାହିଁ।
ସୂଚନାନୁଯାୟୀ,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ରାଜୌରୀରେ ଏକ ରାଲିରେ ପାହାଡ଼ି ସମ୍ପ୍ରଦାୟ ପାଇଁ ଚାକିରି ତଥା ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଘୋଷଣା କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।