News18 Odia Digital
ଶ୍ରୀନଗର: ମଙ୍ଗଳବାର ଦିନ ଶ୍ରୀନଗରରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ପିଙ୍ଗା ଯାଇଥିବା ଗ୍ରେନେଡ ଆକ୍ରମଣରେ ପାଞ୍ଚ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ଶ୍ରୀନଗରର ହରି ସିଂ ଛକରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ସୈନିକମାନଙ୍କ ଉପରରୁ ଗ୍ରେନେଡ ଆକ୍ରମଣ କରିଥିଲେ ଯେଉଁଥିରେ ପାଞ୍ଚ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି ।
ଗତ ଏକ ମାସ ମଧ୍ୟରେ ଡ୍ରୋନ୍ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ଜାମ୍ମୁ ସିନିୟର ପୋଲିସ୍ ଅଧୀକ୍ଷକ ଚନ୍ଦନ କୋହଲି କହିଛନ୍ତି ଯେ ଆଗାମୀ ସ୍ବାଧୀନତା ଦିବସ ପୂର୍ବରୁ ଯେକୌଣସି ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣକୁ ରୋକିବା ପାଇଁ ଓ ସ୍ବାଧୀନତା ଦିବସ ଶାନ୍ତିପୂର୍ଣ୍ଣ ଭାବରେ ଶେଷ କରିବାକୁ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସୂଚନାଯୋଗ୍ୟ ଯେ ଗତ ଏକ ବର୍ଷ ମଧ୍ୟରେ ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ ଚୋରା ଚାଲାଣ ପାଇଁ ଡ୍ରୋନ୍ କାର୍ଯ୍ୟକଳାପ ବୃଦ୍ଧି ପାଇଛି, କିନ୍ତୁ ଯେତେବେଳେ ଜୁନ ୨୭ରେ ଏଠାରେ ଭାରତୀୟ ବାୟୁସେନା ଷ୍ଟେସନରେ ବୋମା ପକାଇବା ପାଇଁ ଦୁଇଟି ଡ୍ରୋନ୍ ବ୍ୟବହାର କରାଯାଇଥିଲା, ସେତେବେଳେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ସାମ୍ନାକୁ ଆସିଥିଲା ।
ଗତ ମାସରେ ପୋଲିସ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଜମ୍ମୁ ସୀମାବର୍ତ୍ତୀ କାନଚକ ଅଞ୍ଚଳରେ ପାଞ୍ଚ କିଲୋଗ୍ରାମ ବିସ୍ଫୋରକ ଜବତ କରିଥିଲା। ଗତ କିଛି ମାସ ମଧ୍ୟରେ ସୁରକ୍ଷା ବାହିନୀ ଏହି ଡ୍ରୋନ୍ ଦ୍ୱାରା ଛାଡ଼ା ଯାଇଥିବା ବିସ୍ଫୋରକ ଉପକରଣ, ପିସ୍ତଲ, ରାଇଫଲ, ବୋମା ଇତ୍ୟାଦି ଜବତ କରିସାରିଛନ୍ତି। ଏହି ଡ୍ରୋନ୍ ଗୁଡ଼ିକ ସୀମା ପାର୍ଶ୍ୱରୁ ପରିଚାଳିତ ହୋଇଛି ବୋଲି ସୂଚନା ମିଳିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।