ଘାଟିରେ କାଶ୍ମୀର ପଣ୍ଡିତଙ୍କ ଉପରେ ପୁଣି ଆକ୍ରମଣ; ଜଣେ ମୃତ.. ଅନ୍ୟ ଜଣେ ଆହତ

ଶୋପିୟାନରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ଘାଟିରେ କାଶ୍ମୀର ପଣ୍ଡିତଙ୍କ ଉପରେ ପୁଣି ଆକ୍ରମଣ; ଜଣେ ମୃତ.. ଅନ୍ୟ ଜଣେ ଆହତ

ଘାଟିରେ କାଶ୍ମୀର ପଣ୍ଡିତଙ୍କ ଉପରେ ପୁଣି ଆକ୍ରମଣ; ଜଣେ ମୃତ.. ଅନ୍ୟ ଜଣେ ଆହତ

  • Share this:
News 18 Odia Digital

ଜାମ୍ମୁ କାଶ୍ମୀର; ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରିଛନ୍ତି । ଶୋପିୟାନରେ ଆତଙ୍କବାଦୀମାନେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଥିଲେ, ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । କାଶ୍ମୀର ଜୋନ ପୋଲିସର କହିବାନୁସାରେ, ଉଭୟ ବ୍ୟକ୍ତି ରାଜ୍ୟର ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅଟନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନେ ଶୋପିଆନ୍‌ର ଛୋଟିପୁରା ଅଞ୍ଚଳରେ ଏକ ଆପଲ୍ ବଗିଚାରେ ଗୁଳି ଚଳାଇ ପଣ୍ଡିତମାନଙ୍କୁ ଟାର୍ଗେଟ କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତକଙ୍କ ନାମ ସୁନୀଲ କୁମାର ଭଟ୍ଟ ହୋଇଥିବାବେଳେ ତାଙ୍କ ଭାଇ ନାମ ପିଣ୍ଟୁ କୁମାର ଆହତ ହୋଇଛନ୍ତି । ଏହି ହତ୍ୟା ପରେ ସ୍ଥାନୀୟ ଅଂଚଳର ଲୋକେ ଉତେଜିତ୍ତ ଅଛନ୍ତି । ମୃତକଙ୍କ ଘରେ ଶୋକର ଛାୟା ଖେଳିଯାଇଛି ।

ପୋଲିସ କହିଛି ଯେ, ଶୋପିଆନ୍ ଜିଲ୍ଲାର ଛୋଟିପୁରା ଠାରେ ଥିବା ଏକ ଆପଲ୍ ବଗିଚାରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ ଦୁର୍ବ୍ୟବହାରରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଅଞ୍ଚଳକୁ କର୍ଡନ କରାଯାଇଛି । ଖୁବ୍ ଶୀଘ୍ର ପୋଲିସ ଦ୍ଵାରା ବିସ୍ତୃତ ସୂଚନା ପ୍ରଦାନ କରାଯିବ । "

ଗତ ଏକ ସପ୍ତାହ ମଧ୍ୟରେ କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଜୋରଦାର ଆକ୍ରମଣ କରୁଛନ୍ତି । ରବିବାର ଦିନ ନୋହାଟାରେ ଜଣେ ପୋଲିସ କର୍ମଚାରୀ ଏବଂ ଗତ ସପ୍ତାହରେ ବାନ୍ଦିପୋରାରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୋମବାର ୱାଡଗାମ ଏବଂ ଶ୍ରୀନଗର ଜିଲ୍ଲାରେ ଦୁଇଟି ଗ୍ରେନେଡ ଆକ୍ରମଣ କରାଯାଇଥିଲା । ଗତ ଦୁଇ ଦିନ ମଧ୍ୟରେ ଦୁଇ ଜଣ ପୋଲିସ ମଧ୍ୟ ସହିଦ ହୋଇଛନ୍ତି । ଏହା ବ୍ୟତୀତ ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସୋମବାର ମଧ୍ୟ ଆତଙ୍କବାଦୀମାନେ ୱାଡଗାମ ଜିଲ୍ଲାର ଚାଦୋରା ଅଞ୍ଚଳରେ ଦୁଇଟି ଗ୍ରେନେଡ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ମଧ୍ୟ ଟାର୍ଗେଟ କରାଯାଇଥିଲା ।
Published by:Soubhagya Mishra
First published: