ଜମ୍ମୁ କାଶ୍ମୀର: ସୀମାରେ ପାକିସ୍ତାନର ପକ୍ଷରୁ ଗୁଳି ବିନିମୟ; ଦୁଇ ଭାରତୀୟ ସୈନିକ ସହିଦ, ୪ଜଣ ଆହତ ହେଲେ

Ceasefire Violation: ପାକିସ୍ତାନ (Pakistan) ତରଫରୁ ଗୁରୁବାର ପୂର୍ବାହ୍ନରେ ପୁଞ୍ଚ ଜିଲ୍ଲାର କୃଷ୍ଣ ଭ୍ୟାଲି ସେକ୍ଟରରେ ତୀବ୍ର ଗୁଳି ବିନିମୟ ହୋଇଛି । ଏହି ଗୁଳିରେ ଲାନ୍ସ ନାୟକ କର୍ନେଲ ସିଂ ସହିଦ ହୋଇ ଯାଇଛନ୍ତି ଓ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ରାଇଫଲମ୍ୟାନ ବିରେନ୍ଦର ସିଂଙ୍କ ଆଖିରେ ଗଭୀର ଆଘାତ ଲାଗିଛି ।

ଜମ୍ମୁ କାଶ୍ମୀର: ସୀମାରେ ପାକିସ୍ତାନର ପକ୍ଷରୁ ଗୁଳି ବିନିମୟ; ଦୁଇ ଭାରତୀୟ ସୈନିକ ସହିଦ, ୪ଜଣ ଆହତ ହେଲେ
ପାକିସ୍ତାନର ଗୁଳି ବିନିମୟରେ ଭାରତୀୟ ସେନା ଉପଯୁକ୍ତ ଜବାବ ଦେଉଛି
  • News18 Odia
  • Last Updated: October 1, 2020, 5:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଶ୍ରୀନଗର: ପାକିସ୍ତାନ (Pakistan) ତରଫରୁ ପୁଣି ଥରେ ସୀମାନ୍ତରେ ଅସ୍ତ୍ରବିରତିକୁ (Ceasefire) ଉଲ୍ଲଂଘନ କରି ଭାରତ ପୋଷ୍ଟକୁ ଟାର୍ଗେଟ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ପୁଞ୍ଚ ଜିଲ୍ଲାର କୃଷ୍ଣ ଭ୍ୟାଲି ସେକ୍ଟରରେ ପାକିସ୍ତାନ ଗୁଳି ଚଳାଇଥିଲା । ପାକିସ୍ତାନରୁ ଗୁଳି ବିନିମୟରେ ଜଣେ ସୈନିକଙ୍କ ସହିଦ ହୋଇ ଯାଇଛନ୍ତି । ଏଥିସହ କୁପୱାରାର ନୋଭଗାମ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗୁଳି ବିନିମୟ ହୋଇଥିବାର ଖବର ଆସିଛି । ପାକିସ୍ତାନ ଗୁଳିରେ ଦୁଇ ଜଣ ସୈନିକ ସହିଦ ହୋଇଥିବାବେଳେ ଚାରି ଜଣ ଯବାନ ଗୁରୁତର ଆହତ ହୋଇଥିବା କୁହାଯାଉଛି । ପାକିସ୍ତାନର ସେନାକୁ କ୍ରମାଗତ ଭାବେ ଭାରତ ପକ୍ଷରୁ ଉପଯୁକ୍ତ ଜବାବ ଦିଆଯାଉଛି ।





ପାକିସ୍ତାନ ତରଫରୁ ଗତ କିଛି ଦିନ ହେବ ସୀମାରେ ପରିବେଶକୁ ଖରାପ କରାଯିବାକୁ ଚେଷ୍ଟା କରାଯାଉଛି । ଭାରତୀୟ ପୋଷ୍ଟକୁ ଟାର୍ଗେଟ କରି ପାକିସ୍ତାନୀ ସେନା କ୍ରମାଗତ ଭାବେ ସୀମାରେ ଗୁଳି ଚଳାଉଛି । ଗୁରୁବାର ସକାଳେ ପାକିସ୍ତାନ ପକ୍ଷରୁ ପୁଞ୍ଚ ଜିଲ୍ଲାର କୃଷ୍ଣ ଭ୍ୟାଲି ସେକ୍ଟରରେ ତୀବ୍ର ଗୁଳି ବିନିମୟ ହୋଇଛି । ଏହି ଗୁଳିରେ ଲାନ୍ସ ନାୟକ କର୍ନେଲ ସିଂଙ୍କର ମୃତ୍ୟୁ ଘଟିଛି । ଜଣେ ଯବାନ ଆହତ ହୋଇଛନ୍ତି । ଆହତ ରାଇଫଲମ୍ୟାନ ବିରେନ୍ଦର ସିଂଙ୍କ ଆଖିରେ ଗଭୀର ଆଘାତ ଲାଗିଛି । ଆହତ ଯବାନଙ୍କୁ ରାଜୁରୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ ପାକିସ୍ତାନରୁ କୁପୱାରାର ନୋଭଗାମ ସେକ୍ଟରରେ ସେନା ପୋଷ୍ଟ ଉପରେ ଗୁଳି ବିନିମୟ ହୋଇଛି । ପାକିସ୍ତାନ ଗୁଳିରେ ଦୁଇ ସୈନିକଙ୍କ ମୃତ୍ୟୁ ହୋଇଥିବାବେଳେ ଚାରି ଜଣ ଯବାନ ଆହତ ହୋଇଥିବା କୁହାଯାଉଛି । ଆହତ ସୈନିକ ମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Published by: Jagdish Barik
First published: October 1, 2020, 5:00 PM IST
corona virus btn
corona virus btn
Loading