ଜାମ୍ମୁ କାଶ୍ମୀରରେ ଭୟଙ୍କର ଦୁର୍ଘଟଣା, ଘାଇକୁ ଓଲଟି ପଡ଼ିଲା ବସ୍ ; ୫ ଜଣଙ୍କ ମୃତ୍ୟୁ ଓ ୧୫ ଆହତ

ଜାମ୍ମୁ-କାଶ୍ମୀରର ରାଯୌରୀରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି । ହଠାତ୍ ଏକ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଘାଇକୁ ଖସିପଡିଥିଲା । ବର୍ତ୍ତମାନ ପୋଲିସ ମୃତଦେହକୁ ଚିହ୍ନଟ କରିବାରେ ବ୍ୟସ୍ତ ଅଛି ଓ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।

ଜାମ୍ମୁ କାଶ୍ମୀରରେ ଭୟଙ୍କର ଦୁର୍ଘଟଣା, ଘାଇକୁ ଓଲଟି ପଡ଼ିଲା ବସ୍ ; ୫ ଜଣଙ୍କ ମୃତ୍ୟୁ ଓ ୧୫ ଆହତ

ଜାମ୍ମୁ କାଶ୍ମୀରରେ ଭୟଙ୍କର ଦୁର୍ଘଟଣା, ଘାଇକୁ ଓଲଟି ପଡ଼ିଲା ବସ୍ ; ୫ ଜଣଙ୍କ ମୃତ୍ୟୁ ଓ ୧୫ ଆହତ

  • News18 Odia
  • Last Updated :
  • Share this:
News 18 Odia Digital

ଶ୍ରୀନଗର: ଗୁରୁବାର ଦିନ ଜାମ୍ମୁ-କାଶ୍ମୀରର ରାଯୌରୀରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି । ହଠାତ୍ ଏକ ବସ୍ ନିୟନ୍ତ୍ରଣ ହରାଇ ଗଭୀର ଘାଇକୁ ଖସିପଡିଥିଲା । ଆଜି ସକାଳେ ଜିଲ୍ଲାର ଭୀମବର୍ ଗାଲୀ ନିକଟରେ ଅନେକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଗଭୀର ଘାଇରେ ଖସିପଡି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା । ମଞ୍ଜାକୋଟ ତହସିଲଦାର ଜାଭେଦ ଚୌଧୁରୀ ଏହି ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ପରେ ଚାରିଆଡେ ଉତ୍ତେଜନା ଦେଖାଦେଇଥିଲା ।

କୁହାଯାଉଛି ଯେ ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଅତି କମରେ ୨୫ ଜଣ ଆହତ ହୋଇଛନ୍ତି, ଯେଉଁମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ପୋଲିସ ମୃତଦେହକୁ ଚିହ୍ନଟ କରିବାରେ ବ୍ୟସ୍ତ ଅଛି ଓ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ନ୍ୟୁଜ୍ ଏଜେନ୍ସି ANI ବସ୍ ଦୁର୍ଘଟଣାର କିଛି ଫଟୋ ପ୍ରକାଶ କରିଛି ଯେଉଁଥିରେ ଏହି ଦୁର୍ଘଟଣା କେତେ ଭୟାବହ ଥିଲା ତାହା ଜଣାପଡୁଛି ।

ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ମନୋଜ ସିହ୍ନା ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଏଲଜି କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ମନୋଜ ସିହ୍ନା କହିଛନ୍ତି ଯେ ରାଯୌରୀରେ ଘଟିଥିବା ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ମୋର ସମବେଦନା ଏହି ଶୋକସନ୍ତପ୍ତ ପରିବାର ସହିତ ଅଛି । ଭଗବାନ ଆହତମାନଙ୍କୁ ଯଥାଶୀଘ୍ର ସୁସ୍ଥ କରନ୍ତୁ । ଜିଲ୍ଲା ପ୍ରଶାସନ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ।
Published by:Soubhagya Mishra
First published: