News18 Odia Digital
ଶ୍ରୀନଗର: ଜାମୁ ଓ କାଶ୍ମୀରରୁ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଏବଂ ଆର୍ଟିକିଲ୍ ୩୫ଏ କୁ ଉଠାଇଦେବାର ୬ମାସ ପରେ ସେଠାକାର ପ୍ରଶାସନ ପ୍ରିପେଡ ମୋବାଇଲ ସେବା ସହ ୨ଜି ଇଣ୍ଟରନେଟ ସେବା ପ୍ରାରମ୍ଭ କରିବାକୁ ସ୍ଥିର କରିଛି । ଏହି ସୂଚନା ସମାଚାର ଏଜେନ୍ସ ପିଟିଆଇକୁ ଦେଇ ଜଣେ ଅଧିକାରୀ କହିଛନ୍ତି ପ୍ରିପେଡ ମୋବାଇଲ କନେକସନ୍ ଉପରେ କହି ତୁରନ୍ତ ସେଠାରେ ଏହି ୟୁଜରମାନେ ପ୍ରିପେଡ ମୋବାଇଲରୁ ଭଏସ କଲ୍ ଏବଂ ଏସ୍ଏମ୍ଏସ୍ ମଧ୍ୟ କରିପାରିବେ । ସେହିପରି କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ୧୦ ଜାନୁଆରୀ ଠାରୁ ସୁପ୍ରିମେକାର୍ଟଙ୍କ ନିର୍ଦ୍ଦେଶର ପାଳନ କରି ମଙ୍ଗଳବାର ସନ୍ଧ୍ୟାରେ ଜାମୁ ଓ କାଶ୍ମୀର ସଂଭାଗର ୫ଟି ଜିଲ୍ଲାରେ ୨ଜି ମୋବାଇଲ ଇଣ୍ଟରନେଟ ସେବା ଏବଂ ପୋଷ୍ଟପେଡ କନେକସନ୍ ପ୍ରାରମ୍ଭ କରିବାକୁ ଆଦେଶ ଦେଇଥିଲେ । ଏହା ସହ ଜାମୁ ଓ କାଶ୍ମୀରରେ ଥିବା ହସ୍ପିଟାଲ, ବ୍ୟାଙ୍କ ଏବଂ ହୋଟେଲ ଭଳି ଅତ୍ୟାବଶ୍ୟକ ସେବା ସଂସ୍ଥାନ ଗୁଡ଼ିକରେ ବ୍ରଡବ୍ୟାଣ୍ଡ ସେବା ପ୍ରାରମ୍ଭ କରିବାକୁ କହିଥିଲେ ।
ଘାଟିରେ ୧୭ ଅଗଷ୍ଟ ଠାରୁ ଆଂଶିକ ଫିକ୍ସଡ ଲାଇନ ଟେଲିଫୋନ ପୁଣିଥରେ ଆରମ୍ଭ କରାଯାଇଥିବାବେଳେ ୪ ସେପ୍ଟେମ୍ବରରୁ ପାଖାପାଖି ୫୦,୦୦୦ ଲ୍ୟାଣ୍ଡଲାଇନକୁ ଚାଲୁ କରିଦିଆଯାଇଥିଲା । ଜାମୁର କଟକଣା ଲଗାଯାଇଥିବା ଦିନରେ ସଞ୍ଚାର ପ୍ରଣାଳୀ ପ୍ରାରମ୍ଭ କରିଦିଆଯାଇଥିଲା ଏବଂ ମୋବାଇଲ୍ ଇଣ୍ଟରନେଟ ସେବା ଅଗଷ୍ଟ ମଧ୍ୟରୁ ଆରମ୍ଭ କରିଦିଆଯାଇଥିଲା । ମାତ୍ର ଏହାର ଦୂରୁପୋଯୋଗ ହେବା ଫଳରେ ୧୮ ଅଗଷ୍ଟରୁ ସେଲୁଲାର ଫୋନ ଏବଂ ଇଣ୍ଟରନେଟ ସୁବିଧା ମଧ୍ୟ ଚାଲିଯାଇଥିଲା ।
ନିକଟରେ ସୁପ୍ରିମ କୋର୍ଟ ଜାମୁ ଓ କାଶ୍ମୀରରେ ଇଣ୍ଟରନେଟ ବନ୍ଦ ଏବଂ ନେତାମାନଙ୍କୁ ଅଟକ ରଖାଯିବା ନେଇ ଯାଚିକା ଉପରେ ଶୁଣାଣି କରି କହିଥିଲେ କି ‘‘ ଇଣ୍ଟରନେଟ ଫ୍ରିଡମ ଅଫ ସ୍ପିଚ ମଧ୍ୟରେ ଆସୁଛି । ଏହା କଥା କହିବାର ସ୍ବାଧୀନତାର ଏକ ମାଧ୍ୟମ ଅଟେ । ଇଣ୍ଟରନେଟକୁ ବନ୍ଦ କରିବାନେଇ ନ୍ୟାୟିକ ସମୀକ୍ଷା କରାଯିବା ଦରକାର । କେନ୍ଦ୍ର ସରକାର ଜାମୁ ଓ କାଶ୍ମୀରରେ ସମସ୍ତ ପ୍ରତିବନ୍ଧ ଉପରେ ଏକ ସପ୍ତାହ ଭିତରେ ସମୀକ୍ଷା କରି ଯେଉଁଠାରେ ଆବଶ୍ୟକ ସେଠାରେ ଇଣ୍ଟରନେଟ ପ୍ରାରମ୍ଭ କରନ୍ତୁ ବୋଲି କେନ୍ଦ୍ରସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସୁପ୍ରିମ କୋର୍ଟ କହିଥିଲେ କି ବର୍ତ୍ତମାନ ସମୟରେ କୌଣସି ରାଜ୍ୟରେ ବ୍ୟବସାୟ ସମ୍ପୂର୍ଣ୍ଣ ଭାବେ ଇଣ୍ଟରନେଟ ଉପରେ ନିର୍ଭର କରୁଛି ଏବଂ ଏହା ଆର୍ଟିକିଲ୍-୧୯ ଅନ୍ତର୍ଗତ । ମାଜିଷ୍ଟ୍ରେଟ ଧାର ୧୪୪ ଅନ୍ତର୍ଗତ ପ୍ରତିବନ୍ଧ ଆଦେଶ ଦେବା ସମୟରେ ନାଗରିକ ସ୍ବତନ୍ତ୍ରତା ଏବଂ ସୁରକ୍ଷା ଜନିତ ବିପଦ ଦେଖି ବିବେକ ବ୍ୟବହାର କରି ଫଇସଲା ନେବା ଦରକାର । ବାରମ୍ବାର ଗୋଟିଏ ପ୍ରକାର ଆଦେଶ ଜାରି କରିବା ସମ୍ବିଧାନର ଉଲ୍ଲଂଘନ ଅଟେ । କୋର୍ଟଙ୍କ ସମୀକ୍ଷା କରାଯିବା ନେଇ ଆଦେଶ ପରେ ଶନିବାର ଘାଟିରେ ପ୍ରିପେଡ ମୋବାଇଲ ସେବା ଉପରେ ଲାଗିଥିବା ରୋକ ହଟାଯାଇଛି ।
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।