ଜାମ୍ମୁରେ ଗୁଳି ବିନିମୟ: ୩ ଲଶ୍କର-ଏ-ତୈବା’ ଆତଙ୍କବାଦୀ ନିହତ

ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଛି। ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି।

ଜଣେ ଆତଙ୍କବାଦୀ ନିହତ (ପ୍ରତୀକାତ୍ମକ ଛବି)

ଜଣେ ଆତଙ୍କବାଦୀ ନିହତ (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଛି। ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି। ପୁଲୱାମାର ଡ୍ରାବଗାମ ଅଞ୍ଚଳରେ ଘଟିଥିବା ଏହି ଏନକାଉଣ୍ଟରରେ ଶନିବାର ସନ୍ଧ୍ୟାରେ ଉକ୍ତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିହତ ହୋଇଥିଲେ।

କଶ୍ମୀର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଓ ସେ‌ମାନେ ପାକିସ୍ତାନର ‘ଲଶ୍କର-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତ ଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଛି। ସେ ହେଉଛନ୍ତି ଜାମ୍ମୁ ଓ କଶ୍ମୀର ସ୍ପେଶାଲ୍ ପୋଲିସ ଅଧିକାରୀ ରେୟାଜ ଅହମଦ ଠୋକରଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜୁନୈଦ ଶିୟଗୋଜରି। ନିହତ ଅନ୍ୟ ଦୁଇଜଣ ଆତଙ୍କବାଦୀ ହେଉଛନ୍ତି ଫଜିଲ ନାଜିର ଭଟ ଓ ଇରଫାନ ଆହ ମଲିକ। ଉଭୟ ପୁଲୱାମ ଜିଲ୍ଲାର ବାସିନ୍ଦା। ଘଟଣାସ୍ଥଳରୁ ୨ଟି ଏକେ ୪୭ ରାଇଫଲ ଏବଂ ଗୋଟିଏ ପିସ୍ତଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।



ଶନିବାର ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଡ୍ରାବଗାମରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୪୪ ଆର ଆର, ୧୨ ସେକ୍ଟର୍‌ ଆର ଆର ଏବଂ ସିଆରଏଫ ମଳିତ ଭାବେ ଉକ୍ତ ଅଭିଯାନ ଆରମ୍ଭ କରିଥିଲେ। ଦୀର୍ଘ ୧୧ ଘଣ୍ଟା ଅଭିଯାନ ଚଳାଇବା ପରେ ସେମାନେ ୩ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସମର୍ଥ ହୋଇଥିଲେ।
Published by:Soumya Das
First published: