ଜମ୍ମୁ କାଶ୍ମୀର: ୯ ବର୍ଷର ବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ୩ ଜଣ ଯବାନ ଗିରଫ ହେଲେ

କାଶ୍ମୀରର ବନ୍ଦିପୋରାରେ ଜଣେ ନାବାଳିକାଙ୍କୁ ତିନିଜଣ ସେନା କର୍ମଚାରୀ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ତିନିଜଣ ନାବାଳିକାକୁ ଅପହରଣ କରିବାକୁ ଚେଷ୍ଟା କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରିଛି ।

ଜମ୍ମୁ କାଶ୍ମୀର: ୯ ବର୍ଷର ବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ୩ ଜଣ ଯବାନ ଗିରଫ ହେଲେ
୯ ବର୍ଷର ବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ୩ ଜଣ ଯବାନ ଗିରଫ
  • News18 Odia
  • Last Updated: February 17, 2021, 9:21 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଶ୍ରୀନଗର: ଜମ୍ମୁ କାଶ୍ମୀରର (Jammu-Kashmir) ବନ୍ଦିପୋରାରେ ଜଣେ ନାବାଳିକାକୁ ଅସଦାଚରଣ (Molestation) ଓ ଅପହରଣ ଉଦ୍ୟମ କରାଯିବାର ଏକ ମାମଲା ସାମ୍ନାକୁ ଆସିଛି । ତିନି ସେନା କର୍ମଚାରୀ (Three Army Troopers Accused) ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । ଏହି ତିନି ସୈନିକଙ୍କୁ ୧୦ ଫେବୃଆରୀରେ ନାବାଳିକାକୁ ଅସଦାଚରଣ ଓ ଅପହରଣ ଉଦ୍ୟମ ପରେ ଗିରଫ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ସ୍ଥାନୀୟ ନୁହଁନ୍ତି । ଯେଉଁଠାରେ ଜଣେ ରାଜ୍ୟ ବାସିନ୍ଦା ଅଟନ୍ତି । ତେବେ ସେନା ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସାକ୍ଷୀ ଓ ପୋଲିସ ଗ୍ରହଣ କରିଥିବା ସୂଚନା ଅନୁଯାୟୀ, ୯ ବର୍ଷର ବାଳିକା ଉତ୍ତର କାଶ୍ମୀର ଜିଲ୍ଲାର ଚେୱା ଅଞ୍ଚଳର । ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ସମ୍ବଲ ପୋଲିସ ଷ୍ଟେସନରେ ଆଇପିସିର ଧାରା ୩୪୧, ୩୬୩, ୫୧୧ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟର ପୂର୍ବ ମୁଖ୍ୟ ମନ୍ତ୍ରୀ ଓ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ମୁଖ୍ୟ ମେହବୁବା ମୁଫତି (Mehbooba Mufti) ପ୍ରଶ୍ନ ଉଠାଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି, 'ବନ୍ଦିପୋରାର ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ସେନା କର୍ମଚାରୀ ଜଣେ ୯ ବର୍ଷର ଝିଅକୁ ଅପହରଣ ଓ ନିର୍ଯାତନା ଦେବାକୁ ଚେଷ୍ଟା କରିଛନ୍ତି।' ଏହି ଟ୍ୱିଟ୍ ମାଧ୍ୟମରେ ମୁଫତି ପୋଲିସ ବ୍ୟବସ୍ଥା ଉପରେ ମଧ୍ୟ ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି, 'ତାଙ୍କ ପରିବାର ଏଫଆଇଆର ପ୍ରତ୍ୟାହାର କରିବାକୁ ବାଧ୍ୟ ହେଉଛନ୍ତି । ଏହା ନ୍ୟାୟ ସହିତ ଏକ ପରିହାସ ଓ ତୁରନ୍ତ ନିରପେକ୍ଷ ତଦନ୍ତ ଆରମ୍ଭ କରାଯିବା ଉଚିତ । ଯାହା ଦ୍ୱାରା ସେମାନେ କଠୋର ଦଣ୍ଡ ପାଇପାରିବେ ।

ବନ୍ଦିପୋରା ଏସଏସପି ରାହୁଲ ମଲିକ ନ୍ୟୁଜ ୧୮ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ମାମଲା 'ସମ୍ବେଦନଶୀଳ' ଯୋଗୁଁ ତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ସେ କହିଛନ୍ତି, 'ଆମେ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ପରିଚୟକୁ ଗୁପ୍ତ ରଖିଛୁ । ଯଦି ଅଭିଯୁକ୍ତଙ୍କ ବିରୋଧରେ ମାମଲା ପ୍ରମାଣିତ ତେବେ ଆମେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ମଲିକ ନିଶ୍ଚିତ କରିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଉପରେ ଏହି ତିନିଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସେ କହିଛନ୍ତି ଯେ ସବୁକିଛି ଯାଞ୍ଚ କରାଯିବ । ଝିଅଟିର ବାପା ସ୍ଥାନୀୟ ନ୍ୟୁଜ୍ ଏଜେନ୍ସି କାଶ୍ମୀରୱାଲାକୁ (Kashmirwalla) କହିଛନ୍ତି ଯେ ସାକ୍ଷୀମାନେ ତାଙ୍କୁ ଜଣାଇଥିଲେ ଯେ ଏହି ତିନି ଜଣ ମାରୁତି ଆଲ୍ଟୋ କାରରୁ ଆସି ଝିଅଟିକୁ କାର ଭିତରକୁ ଟାଣିବାକୁ ଚେଷ୍ଟା କରିଥିଲେ । ଝିଅଟିର ବାପା କହିଛନ୍ତି, ସେମାନେ କାରରେ ତିନୋଟି ଭିନ୍ନ ନମ୍ବର ପ୍ଲେଟ ରଖିଥିଲେ ।'
Published by: Jagdish Barik
First published: February 17, 2021, 9:17 AM IST