ଜାମିଆ ବିଶ୍ବବିଦ୍ୟାଳୟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ବେଳେ ଯୁବକଙ୍କ ଗୁଳିମାଡ଼ରେ ଛାତ୍ର ଆହତ

ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା ବେଳେ ଜଣେ ଯୁବକ ହଠାତ ସେଠାରେ ପହଞ୍ଚି ଗୁଳିମାଡ଼ କରିବାରୁ ଜଣେ ଛାତ୍ର ଆହତ ହୋଇଛନ୍ତି । ଆକ୍ରମଣକାରୀ ଯୁବକଜଣକ ନାବାଳକ ବୋଲି ଜଣା ପଡ଼ିଛି ।

ଗୁଳିମାଡ଼ରେ ଆହତ ହୋଇଥିବା ଛାତ୍ର

ଗୁଳିମାଡ଼ରେ ଆହତ ହୋଇଥିବା ଛାତ୍ର

  • Share this:
News18 Odia Digital

ନୂଆ ଦିଲ୍ଳୀ: ଦକ୍ଷିଣ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଲଗାତାର ପ୍ରଦର୍ଶନ କରୁଥିବାବେଳେ ୩୦ ତାରିଖରେ ପ୍ରଦର୍ଶନ ସମୟରେ ଜଣେ ଯୁବକ ହଠାତ ସେଠାରେ ପହଞ୍ଚି ଗୁଳିମାଡ଼ କରିବାରୁ ଜଣେ ଛାତ୍ର ଆହତ ହୋଇଛନ୍ତି । ଯୁବକ ଜଣଙ୍କ ଉତ୍ତରପ୍ରଦେଶ ଜିଓ୍ବାର ଜିଲ୍ଲାର ବାସିନ୍ଦା ଜଣେ ନାବାଳକ ବୋଲି ଜଣା ପଡ଼ିଛି । ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଥିବା କହିଛି ।

‘‘ବନ୍ଧୁକ ଧରି ଡରାଇବା ସହ ଯୁବକଜଣଙ୍କ ନିଏ ଏବେ ଆଜାଦି ଆସ ମୁଁ ତୁମକୁ ଗୁଳିମାରିବି କହି ଗୁଳି ଚଳାଇଥିଲେ‘‘ । ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଗୋପାଳ ବନ୍ଦେମାତରମ ନାରା ଲଗାଇବା ସହ ଜୟ ଶ୍ରୀରାମ ଶ୍ଳୋଗାନ ଦେଉଥିଲା ।

ଆହତ ହୋଇଥିବା ଛାତ୍ର ସଦ୍ଦାବର ବାହୁରେ ଗୁଳି ବାଜିଛି ଏବଂ ତାଙ୍କୁ ପ୍ରଥମେ ହୋଲି ଫ୍ୟାମିଲି ହସ୍ପିଟାଲ ଜାମିଆ ନଗର ଏବଂ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ଛାତ୍ରମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଜନ୍ତରମନ୍ତର ପର୍ଯ୍ୟନ୍ତ ମାର୍ଚ୍ଚ କରୁଥିବାବେଳେ ଏହି ଘଟଣା ଘଟିଥିଲା । ଏନେଇ ଛାତ୍ରମାନେ କହିଛନ୍ତି ଯେ, ଆକ୍ରମଣକାରୀ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା ମାତ୍ର ପୋଲି ଏସବୁକୁ ଚୁପଚାପ ହୋଇ ଦେଖୁଥିଲା । ଏହି ଘଟଣା ପରେ ନିକଟରେ ଥିବା ତିନୋଟି ମେଟ୍ରୋ ଷ୍ଟେଶନର ଗେଟ୍ ଜାମା ମସଜିଦ୍, ଆଇଟିଓ ଏବଂ ଦିଲ୍ଲୀ ଗେଟକୁ ପ୍ରଶାସନ ପଡ଼ରୁ ଅଧିକ ଗଣ୍ଡଗୋଳ ଆଶଙ୍କାରେ ବନ୍ଦ କରିଦିଆଯାଇଥିଲା । ଏହି ଘଟଣା ବିଜେପି ନେତାମାନଙ୍କୁ ଦ୍ବାରା ଦିଲ୍ଲୀ ନିର୍ବାଚନରେ ଦିଆଯାଇଥିବା ଉତ୍ତେଜନାମୂଳକ ଭାଷଣ ପରେ ଘଟିଛି । ଦିଲ୍ଲୀର ଏକ ନିର୍ବାଚନୀ ସଭାରେ ବିଜେପି ନେତା ତଥା ମନ୍ତ୍ରୀ ଅନୁରାଗ ଠାକୁର ଦେଶଦ୍ରୋହୀଙ୍କୁ କ’ଣ କରାଯିବା ଦରକାର ପଚାରିଥିବାବେଳେ ସେଠାରେ ଉପସ୍ଥିତ ଥିବା ଜନତା  କହିଥିଲେ ଗୁଳି ମରାଯିବା ଦରକାର । ଏହାକୁ ନେଇ ବିବାଦ ବଢ଼ିବାରୁ ନିର୍ବାଚନ କମିଶନ ଅନୁରାଗଙ୍କୁ କିଛି ସମୟ ପାଇଁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରିଛନ୍ତି । ତେବେ ଜାମିଆ ଗୁଳିକାଣ୍ଡ ଘଟଣା ପରେ ଏହି ବିବାଦ ଅଧିକ ବଢ଼ିବା ଆଶଙ୍କା କରାଯାଉଛି ।
Published by:Durgamadhab Rath
First published: