ଜାମିଆ ଗୁଳିକାଣ୍ଡର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର ହେଲା; ଅଭିଯୁକ୍ତ ଖସିପାରିବ ନାହିଁ: ଅମିତ ଶାହା

‘‘ଶହୀନବାଗ୍ ଖେଲ୍ ଖତମ୍ (ରନ୍ ଶହୀନ୍, ଦି ଗେମ୍ ଇଜ୍ ଓଭର)’’ ଲେଖି ନିଜ ଫେସବୁକ ଏକାଉଣ୍ଟରେ ପୋଷ୍ଟ କରିଥିଲା ଅଭିଯୁକ୍ତ । ଅନ୍ୟ ଏକ ମେସେଜରେ ସେ ଲେଖିଥିଲା: ‘‘ଦୟାକରି ମୋ’ ଶେଷ ଯାତ୍ରା ସମୟରେ ମୋ’ ଉପରେ ଗେରୁଆ ବସ୍ତ୍ର ଘୋଡ଼ାଇ ଜୟ ଶ୍ରୀରାମ ଉଚ୍ଚାରଣ କରିବ ।’’ ଏହି ପୋଷ୍ଟଗୁଡ଼ିକରର ସ୍କ୍ରିନସଟ୍ ବହୁଳ ମାତ୍ରାରେ ସୋସିଆଲ ମିଡିଆରେ ଶେୟାର ହେବା ପରେ ସେହି ଆକଉଣ୍ଟଟିକୁ ଡିଲିଟ୍ କରିଦିଆଯାଇଥିଲା ।

ଜାମିଆ ଗୁଳିକାଣ୍ଡର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର ହେଲା; ଅଭିଯୁକ୍ତ ଖସିପାରିବ ନାହିଁ: ଅମିତ ଶାହା
ଜାମିଆରେ ଦର୍ଶନକାରୀମାନେ ଗୁରୁବାର ପୋଲିସ ବ୍ୟାରିକେଡ ଭାଙ୍ଗୁଥିବାର ଦୃଶ୍ୟ
  • News18 Odia
  • Last Updated: January 31, 2020, 1:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ଗୁରୁବାର ଗୁଳିକାଣ୍ଡ କରିଥିବା ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଆଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ଘଟଣା ଘଟିବାର କେଇ ଘଣ୍ଟା ପରେ ଶାହା କହିଥିଲେ ଯେ ଦିଳ୍ଲୀ ପୋଲିସର ସ୍ବତନ୍ତ୍ର କମିଶନର ପ୍ରବୀର ରଞ୍ଜନ ଏହି ଘଟଣାର ତଦନ୍ତ କରିବେ  ।

ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏଭଳି ଘଟଣାକୁ ଆଦୌ ସହ୍ୟ କରିବେ ନାହିଁ ଓ ଅଭିଯୁକ୍ତ କୌଣସି ମତେ ବର୍ତ୍ତିପାରିବେ ନାହିଁ ।

‘‘ମୁଁ ଏହି ଗୁଳିକାଣ୍ଡ ବିଷୟରେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଇଛି ଏବଂ ଅଭିଯୁକ୍ତ ବିରୁଦ୍ଧରେ କେଠାରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛି,’’ ଶାହା ଟ୍ବିଟ୍ କରି କହିଛନ୍ତି ।

ସିଏଏକୁ ବିରୋଧ କରି ଜାମିଆ ନଗରରେ ଗୁରୁବାର ଧାରଣା ଚାଲିଥିବା ବେଳେ ଅଭିଯୁକ୍ତ ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିଚାଳନା କରିଥିଲା । ସଶସ୍ତ୍ର ପୋଲିସ ବାହିନୀ ଉପସ୍ଥିତିରେ ଗୁଳି ଚ଼ାଳନା କରି ଅଭିଯୁକ୍ତ ଜଣେ ଜାମିଆ ମିଲିଆ ଇସଲାମିଆ ଛାତ୍ରକୁ ଆହତ କରିଥିଲା ଓ ଚିତ୍କାର କରି କହିଥିଲା ‘‘ୟେ ଲୋ ଆଜାଦୀ’’ (ଏଇ ନିଅ ସ୍ବାଧୀନତା) ।

ଗୁଳିକାଣ୍ଡ ପରେ ସଶସ୍ତ୍ର ପୋଲିସ ଅଭଯୁକ୍ତକୁ କାବୁ କରିନେଇଥିଲା । ତାକୁ ହାଜତକୁ ନେବା ସହ ପଚ଼ରାଉଚୁରା ଜାରି ରଖିଥିବା କହିଛି ପୋଲିସ । ସେ ଜଣେ ନାବାଳକ କି ନୁହେଁ ତା’ର ଯାଞ୍ଚ ଚାଲିଛ ।

ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତି ଗିରଫ ହେବା ପରେ ବିଶ୍ବବିଦ୍ୟାଳୟ ପରିସରରେ ହଜାର ହଜାର ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପ୍ରଦର୍ଶନକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗିଦେଇଥିଲେ ।

ଗୁଳିକାଣ୍ଡରେ ଆହତ ହୋଇଥିବା ଶଦାବ୍ ଫାରୁକର ବାମ ହାତରୁ ରକ୍ତ ବୋହୁଥିବା ଦେଖାଯାଇଥିଲା । ତୁରନ୍ତ ତାଙ୍କୁ ଏମ୍ସ୍ ହସପିଟାଲର ଟ୍ରମା ସେଣ୍ଟର (ଦୁଘର୍ଟଣା ଜନିତ ଚିକିତ୍ସା କେନ୍ଦ୍ର) ରେ ଭର୍ତ୍ତି କରାଯାଇଥିଲା । ଫାରୁକ ଜାମିଆ ମିଲିଆରେ ଗଣ ଯୋଗଯୋଗ ବିଭାଗର ଛାତ୍ର ଓ କାଶ୍ମୀରର ବାସିନ୍ଦା ବୋଲି ଜଣାଯାଇଛି ।

ଟେଲିଭିଜନ କ୍ୟାମେରାଗୁଡିକରେ ସୁଟ୍ ହୋଇଥିବା ଏହି ଗୁଳିକାଣ୍ଡର ଦୃଶ୍ୟରେ ଅଭିଯୁକ୍ତ ଜଣକ ଏକ ହାଲକା ରଙ୍ଗର ପ୍ୟାଣ୍ଟ ଓ ଘନ ରଙ୍ଗର ଜ୍ୟାକେଟ୍ ପିନ୍ଧି ପୋଲିସ ବ୍ୟାରିକେଡ କରାଯାଇଥିବା ଫାଙ୍କା ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖାଯାଇଥିଲା । ତାଙ୍କ ପଛରେ ସଶସ୍ତ୍ର ପୋଲିସ ବାହିନୀ ଛିଡା ହୋଇଥିବା ଫୁଟେଜରେ ଦେଖାଯାଇଥିଲା  ।

‘‘ପୋଲିସ ପ୍ରତିକ୍ରିୟାରେ କିଛି କରିବା ପୂବର୍ରୁ ହିଁ ଅଭିଯୁକ୍ତ ଗୁଳିଚ଼ାଳନା କରିଦେଇଥିଲା । ଏ ସବୁ ଅଳ୍ପ କିଛି ମୁହୂର୍ତ୍ତ ମଧ୍ୟରେ ଘଟିଯାଇଥିଲା । ଘଟଣାର ତଦନ୍ତ ଚାଲିଛି ଓ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି,’’ କହିଛନ୍ତି ସ୍ବତନ୍ତ୍ର ପୋଲିସ କମିଶନର ପ୍ରବୀର ରଞ୍ଜନ । ‘‘ଆମେ ଅଭିଯୁକ୍ତକୁ ଅଟକ କିଛୁ ଓ ସେ ନାବାଳକ କି ନୁହେଁ ସେ ନେଇ ତଦନ୍ତ ଚାଲିଛି,’’ କହିଛନ୍ତି ପ୍ରବୀର ।

ଗୁଳିକାଣ୍ଡ ଘଟାଇବା ପୂର୍ବରୁ ଅଭିଯୁକ୍ତ ଫେସବୁକରେ ଲାଇଭ୍ ହେବା ସହ ଶହୀନବାଗ୍ ଘଟଣାକୁ ସୂଚିତ କରି କିଛି ମେସେଜ ମଧ୍ୟ ପୋଷ୍ଟ କରିଥିଲା ।

‘‘ଶହୀନବାଗ୍ ଖେଲ୍ ଖତମ୍ (ରନ୍ ଶହୀନ୍, ଦି ଗେମ୍ ଇଜ୍ ଓଭର)’’ ଲେଖି ସେ ପୋଷ୍ଟ କରିଥିଲା ନିଜ ଫେସବୁକ ଏକାଉଣ୍ଟରେ । ଅନ୍ୟ ଏକ ମେସେଜରେ ସେ ଲେଖିଥିଲା: ‘‘ଦୟାକରି ମୋ’ ଶେଷ ଯାତ୍ରା ସମୟରେ ମୋ’ ଉପରେ ଗେରୁଆ ବସ୍ତ୍ର ଘୋଡ଼ାଇ ଜୟ ଶ୍ରୀରାମ ଉଚ୍ଚାରଣ କରିବ ।’’

ଏହି ପୋଷ୍ଟଗୁଡ଼ିକରର ସ୍କ୍ରିନସଟ୍ ବହୁଳମାତ୍ରାରେ ସୋସିଆଲ ମିଡିଆରେ ଶେୟାର ହେବା ପରେ ସେହି ଫେସବୁକ୍ ଆକଉଣ୍ଟଟିକୁ ଡିଲିଟ୍ କରିଦିଆଯାଇଥିଲା । ପୋଲିସ ସେହି ଆକାଉଣ୍ଟର ଓ ଅଭିଯୁକ୍ତର ପ୍ରକୃତ ନାଁ ଜାଣିବାକୁ ତଦନ୍ତ ଜାରି ରଖିଛି ବୋଲି କହିଛି ।

ରାଜଘାଟରେ ଥିବା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠସ୍ଥଳକୁ ମୋର୍ଚ୍ଚାରେ ଯାଉଥିବା ବେଳେ କିଭିଳି ଏହା ହିଂସକ ଘଟଣାରେ ପରିଣତ ହେଲା ସେ ସମ୍ବନ୍ଧରେ ଅନେକ ଛାତ୍ର ମତ ରଖିଛନ୍ତି ।

‘‘ଆମେ ପୋଲିସ ବ୍ୟାରିକେଡ କରି ରଖିଥିବା ହୋଲି ଫ୍ୟାମିଲି ହସପିଟାଲ ଆଡକୁ ଯାଉଥିଲୁ । ହଠାତ ଜଣେ ବନ୍ଧୁକଧାରୀ ଆସି ଗୁଳିଚାଳନା କରିବାକୁ ଲାଗିଲେ । ଗୋଟିଏ ଗୁଳି ମୋ’ ସାଙ୍ଗର ବାମ ହାତରେ ବାଜିଥିଲା,’’ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ଛାତ୍ର ଆମନା ଆସିଫ କହିଛନ୍ତି । ଫାରୁକ୍ ଆକ୍ରମଣକାରୀକୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା ବୋଲି କହିଛନ୍ତି ଆମନା ।

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଅନ୍ୟ ଏକ ସିଏଏ ବିରୋଧୀ ଗୋଷ୍ଠୀରେ ଥିବା ସ୍ବରାଜ ଭାରତର ସଭାପତି ଯୋଗେନ୍ଦ୍ର ଯାଦବ, ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସିପିଆଇ ନେତା ଡି. ରାଜା ଓ କୁମାର ଅଞ୍ଜନଙ୍କୁ ଅଟକ ରଖାଯାଇଥିଲା ।
First published: January 31, 2020, 1:35 PM IST
corona virus btn
corona virus btn
Loading