ଦଳିତ ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥିତି ଅଣାୟତ୍ତ; ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ

ଦଳିତ ଛାତ୍ର ଇନ୍ଦ୍ର ମେଘୱାଲଙ୍କ ମୃତ୍ୟୁ ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି । ଶବ ନେବାକୁ ସମ୍ପର୍କୀୟମାନେ ମନା କରି ଦେଇଛନ୍ତି । ଘଣ୍ଟା ଘଣ୍ଟା ଧରି ମନାଇବା ପରେ ପୋଲିସ ଏବଂ ବିକ୍ଷୋଭକାରୀମାନେ ମୁହାଁମୁହିଁ ହୋଇଥିଲେ ।

ଦଳିତ ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥିତି ଅଣାୟତ୍ତ; ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ

ଦଳିତ ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥିତି ଅଣାୟତ୍ତ; ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ

  • Share this:
News 18 Odia Digital

ଜାଲୋର;  ଜାଲୋରର ସୁରଣାରେ ଦଳିତ ଛାତ୍ର ଇନ୍ଦ୍ର ମେଘୱାଲଙ୍କ ମୃତ୍ୟୁ ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି । ଶବ ନେବାକୁ ସମ୍ପର୍କୀୟମାନେ ମନା କରି ଦେଇଛନ୍ତି । ଘଣ୍ଟା ଘଣ୍ଟା ଧରି ମନାଇବା ପରେ ପୋଲିସ ଏବଂ ବିକ୍ଷୋଭକାରୀମାନେ ମୁହାଁମୁହିଁ ହୋଇଥିଲେ । ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଲାଠି ମାଡ଼ରେ କିଛି ବିକ୍ଷୋଭକାରୀ ଆହତ ହୋଇଛନ୍ତି । ପୋଲିସ ଉପରକୁ ପଥର ଫିଙ୍ଗିଥିଲା ବିକ୍ଷୋଭକାରୀ । ଯାନବାହନ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହା ପରେ ସଂଯୋଗ କରୁଥିବା ସବୁ ରାସ୍ତା ବନ୍ଦ କରିଦିଆଯାଇଛି । ଏହି ସମୟରେ ଉତ୍ତେଜନାକୁ ଦେଖି ପୋଲିସ ମଧ୍ୟ ସାମାନ୍ୟ ବଳ ପ୍ରୟୋଗ କରିଥିଲା । ଗାଁରେ ହଜାର ହଜାର ଲୋକ ଏକତ୍ରିତ ହୋଇଯାଇଥିଲେ। ଗୁରୁତର ଆହତ ହୋଇଥିବା କେତେକ ବିକ୍ଷୋଭକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ପୋଲିସ ପ୍ରଶାସନ ସହିତ ସମାଜର ଲୋକଙ୍କ ଆଲୋଚନା, ଜାଲୋର ଜିଲ୍ଲାର ସୁରାନାର ଏକ ଘରୋଇ ବିଦ୍ୟାଳୟରେ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳରେ ଜଣେ ଛାତ୍ରର ମୃତ୍ୟୁକୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ପୋଲିସ ପ୍ରଶାସନ ସହିତ ସମାଜର ଲୋକଙ୍କ ଆଲୋଚନା ବିଫଳ ହୋଇଛି । ଏହା ପରେ ପରିସ୍ଥିତି ସଂପୂର୍ଣ୍ଣ ଅନିୟନ୍ତ୍ରିତ ହୋଇଯାଇଥିଲା । ସେଠାରେ ଉପସ୍ଥିତ ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା, ଯେଉଁଥିରେ ଡଜନରୁ ଅଧିକ ଲୋକ ଆହତ ହୋଇଥିଲେ । ପୋଲିସର ଲାଠଚାର୍ଜ ଯୋଗୁଁ କିଛି ଲୋକ ଆହତ ହୋଇଥିବାବେଳେ ବିକ୍ଷୋଭକାରୀମାନେ ପଥର ଫିଙ୍ଗିଥିଲେ । ଏହି ଘଟଣା ପରେ ପରିସ୍ଥିତି ସଂପୂର୍ଣ୍ଣ ଅନିୟନ୍ତ୍ରିତ ହୋଇଯାଇଥିଲା । ପୋଲିସ ବଳ ପ୍ରୟୋଗ କରି ଭିଡ଼କୁ ନିୟନ୍ତ୍ରଣ କରିଛି । ବିକ୍ଷୋଭକାରୀମାନେ ପ୍ରଶାସନ ବିରୋଧରେ ନାରାବାଜି ଦେଇଥିଲେ । ସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ବାହିନୀକୁ ମଧ୍ୟ ଡକାଯାଇଛି ।

ସୂଚନାଯୋଗ୍ୟ ଯେ ଦଳିତ ଛାତ୍ର ଇନ୍ଦ୍ର କୁମାରଙ୍କ ଶନିବାର ଦେହାନ୍ତ ହୋଇଛି । ଏକ ପାନୀୟ ଜଳ ଥିବା ପାତ୍ରକୁ ଛୁଇଁବା ଅଭିଯୋଗରେ ଦଳିତ ଛାତ୍ରଙ୍କୁ ସ୍କୁଲ ଶିକ୍ଷକ ପିଟି ଥିଲେ, ଯାହା ପରେ ଦଳିତ ଛାତ୍ରର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଶିକ୍ଷକ ଚେଲସିଂହଙ୍କୁ ଗିରଫ କରାଯାଇଛି । ହତ୍ୟା ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅଧିନିୟମ ଅଧୀନରେ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ, ଜୁଲାଇ ୨୦ ରେ ଛାତ୍ର ଇନ୍ଦ୍ର ମେଘୱାଲଙ୍କୁ ଶିକ୍ଷକ ମାଡ ମାରିଥିଲେ ।

ଏହି ଘଟଣାକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଘଟଣାର ଶୀଘ୍ର ତଦନ୍ତ ପାଇଁ ଏହାକୁ 'କେସ୍ ଅଫିସର ସ୍କିମ୍' ଅଧୀନରେ ନିଆଯିବ । ଶନିବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯାଇଛି । ରାଜ୍ୟ ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜାଲୋର ପୋଲିସ ଅଧୀକ୍ଷକ ହର୍ଷବର୍ଦ୍ଧନ ଅଗ୍ରୱାଲ କହିଛନ୍ତି, ବାଳକକୁ ବହୁତ ଜୋରେ ମାଡ଼ ମରା ଯାଇଥିଲା ଏବଂ ମାଡ ପଛର କାରଣ ଏକ ହାଣ୍ଡି ପାନୀୟ ଜଳକୁ ସ୍ପର୍ଶ କରୁଥିବା କୁହାଯାଉଛି । ଏହାର ତଦନ୍ତ ଏପର୍ଯ୍ୟନ୍ତ ହୋଇନାହିଁ। ଦଳିତ ଛାତ୍ରଙ୍କ ପିତା ଅଭିଯୋଗ କରିଛନ୍ତି ଯେ ଶିକ୍ଷକଙ୍କ ମାଡ ଯୋଗୁଁ ପୁଅର ମୁହଁ ଓ କାନରେ ଆଘାତ ଲାଗିଛି ଓ ସେ ବେହୋସ ହୋଇଯାଇଥିଲା । ଆହତ ବାଳକକୁ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଉଦୟପୁରର ଏକ ଡାକ୍ତରଖାନାକୁ ପଠାଯାଇଥିଲା । ଯେତେବେଳେ ଅବସ୍ଥାରେ କୌଣସି ଉନ୍ନତି ଆସିଲାନାହିଁ, ପରେ ତାଙ୍କୁ ଅହମ୍ମଦାବାଦକୁ ନିଆଯାଇଥିଲା । ଶନିବାର ତାଙ୍କର ଦେହାନ୍ତ ହୋଇଛି ।
Published by:Soubhagya Mishra
First published: