ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ

ନାବାଳିକାମାନେ ରହୁଥିବା ଏହି ହଷ୍ଟେଲରେ ପୋଲିସ କର୍ମୀମାନେ କେତେକ ଯୁବକଙ୍କ ସହ କୌଣସି କାମରେ ପହଞ୍ଚିଥିଲେ । ଅବିଯଓଗ ଅନୁସାରେ ସେମାନେ ସେଠାରେ ରହୁଥିବା କିଛି ନାବାଳିକାଙ୍କୁ ଏକତ୍ର କରି ଲଙ୍ଗଳା ହୋଇ ନାଚିବାକୁ ଆଦେଶ ଦେଇଥିଲେ ।

ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କଲା ପୋଲିସ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 3, 2021, 10:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ପୋଲିସ ୟୁନିଫର୍ମରେ ରହି ଅମାନୁଷିକ କାର୍ଯ୍ୟ କରିବାର କଳଙ୍କରୁ ପୋଲିସ ଫୋର୍ସ ମୁକ୍ତି ପାଇ ପାରି ନାହିଁ । ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ କିଛି ପୋଲିସ କର୍ମଚାରୀ ଓ ଅନ୍ୟ କେତେକ ପୁରୁଷ ଏକ ସରକାରୀ ହଷ୍ଟେଲରେ ରହୁଥିବା ନାବାଳିକାମାନଙ୍କୁ ସେମାନଙ୍କ ସାମନାରେ ଲଙ୍ଗଳା ହୋଇ ନାଚିବାକୁ ବାଧ୍ୟ କରିଥିଲେ ।

ଏହି ଘଟଣା ଘଟିଛି ମହାରାଷ୍ଟ୍ରର ଜଲଗାଓଁରେ ଥିବା ଆଶଦୀପ ମହିଳା ହଷ୍ଟେଲରେ । ନାବାଳିକାମାନେ ରହୁଥିବା ଏହି ହଷ୍ଟେଲରେ ପୋଲିସ କର୍ମୀମାନେ କେତେକ ଯୁବକଙ୍କ ସହ କୌଣସି କାମରେ ପହଞ୍ଚିଥିଲେ । ସେମାନେ ସେଠାରେ ରହୁଥିବା କିଛି ନାବାଳିକାଙ୍କୁ ଏକତ୍ର ହେବାକୁ କହିଥିଲେ ଓ ତା’ ପରେ ସେମାନଙ୍କ ସାମନାରେ ଲଙ୍ଗଳା ହୋଇ ନାଚିବାକୁ ଆଦେଶ ଦେଇଥିଲେ । ନାବାଳିକାମାନେ ଆଦେଶ ଅମାନ୍ୟ କରି ନ ପାରି ନାଚିଥିଲେ । ଏହି ଘଟଣାର ଏକ ଭିଡିଓ କ୍ଲିପ୍ ମଧ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି (minor girls dance) ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍‌ ୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଏହି ଘଟଣା ସେତେବେଳେ ସାମନାକୁ ଆସିଲା ଯେତେବେଳେ ଚିଖଲି ନିର୍ବାଚନମଣ୍ଡଳୀର ବିଜେପି ବିଧାୟିକା ଶ୍ୱେତା ମହାଲେ ମହାରାଷ୍ଟ୍ରର ନିମ୍ନ ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ । ଜଲଗାଓଁର ଏକ ସ୍ଥାନୀୟ ଏନଜିଓ ମଙ୍ଗଳବାର ଦିନ ଏହି ଘଟଣା ସମ୍ପର୍କରେ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଅଭିଯୋଗ ଆଣିଥିଲା (Jalgaon girls dance police) ।

ବିଜେପି ବିଧାୟିକା ଶ୍ୱେତା ମହାଲେ


‘‘ଏହି ଘଟଣା ରାଜ୍ୟ ପାଇଁ ଲଜ୍ଜାଜନକ କାରଣ ପୋଲିସ ମଧ୍ୟ ଏଭଳି କାର୍ଯ୍ୟରେ ଜଡ଼ିତ । ମହିଳାମାନଙ୍କୁ ସୁରକ୍ଷା ଯୋଗାଇବା ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ନିଜେ ଶିକାରୀରେ ପରିଣତ ହେଉଛନ୍ତି । ଏପରି ଆହୁରି ଅଧିକ ମହିଳା ଥାଇପାରନ୍ତି ଯେଉଁମାନେ ପୋଲିସର ଏହି ଅମାନୁଷିକ କାର୍ଯ୍ୟର ଶିକାର ହୋଇଥାଇପାରନ୍ତି । ଆମେ ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ,’’ କହିଛନ୍ତି ଶ୍ୱେତା ମହାଲେ ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମହାଲେ ଉଠାଇଥିବା ପ୍ରସଙ୍ଗର ଉତ୍ତର ଦେଇ ଦେଶମୁଖ କହିଛନ୍ତି ଯେ ଘଟଣାର ଅନୁସନ୍ଧାନ କରି ଦୁଇ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାର ଚାରିଜଣିଆ କମିଟି ଗଠନ କରିବେ ।



ଏହି ହଷ୍ଟେଲଟି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଗଣେଶ କଲୋନୀରେ ଥିବା ଏହି ହଷ୍ଟେଲରେ ଗରିବ, ଦଳିତ ମହିଳା ଓ ନାବାଳିକାମାନଙ୍କୁ ଆଶ୍ରୟ ଓ ଖାଦ୍ୟ ଯୋଗାଇ ଦିଆଯାଇଥାଏ ।
Published by: Anand Shankar Thankur Das
First published: March 3, 2021, 10:39 PM IST