News18 Odia Digital
ହରିୟାଣା: ହରିୟାଣାର ତୋହନା, ଫତେହାବାଦର ୬୩ ବର୍ଷୀୟ ବାବାଙ୍କ କଳା କାର୍ଯ୍ୟ ବାବଦରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫାଷ୍ଟ-ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ଏହି ବାବାଙ୍କୁ ୧୦୦ ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମ କରିବା ଓ ସେମାନଙ୍କ ଭିଡିଓ କ୍ଲିପ୍ ତିଆରି କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ବାବା ଜଲେବୀ ବାବା ଓ ଅମରପୁରୀ 'ବିଲୁ' ନାମରେ ଜଣାଶୁଣା ଓ ତାଙ୍କର ସମ୍ପୂର୍ଣ୍ଣ ନାମ ଅମରବୀର।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଲେବୀ ବାବା ଭିଡିଓ କ୍ଲିପ୍ ବ୍ୟବହାର କରି ମହିଳାମାନଙ୍କୁ ଶୋଷଣ ଓ ବ୍ଲାକମେଲ କରୁଥିଲେ। ସହରରେ ଏକ ଭିଡିଓ ଭାଇରାଲ ହେବା ପରେ ତୋହାନା ସିଟି ପୋଲିସ ତାଙ୍କ ବିରୋଧରେ ୧୯ ଜୁଲାଇ ୨୦୧୯ ରେ ଏକ ମାମଲା ରୁଜୁ କରିଥିଲା। ପରେ ଅନୁସନ୍ଧାନରେ ପୋଲିସ ଅତିକମରେ ୧୨୦ ଟି ଭିଡିଓ କ୍ଲିପ୍ ପାଇଥିଲା।
ଜଲେବି ବାବା କିଏ?ପ୍ରାୟ ୨୩ ବର୍ଷ ପୂର୍ବେ ପଞ୍ଜାବର ମାନସା ସହରରୁ ଅମରବୀର ତୋହାନାକୁ ଆସିଥିଲେ। ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଛି ଓ ତାଙ୍କର ୪ ଜଣ ଝିଅ ଓ ୨ଜଣ ପୁଅ ଅଛନ୍ତି। ପ୍ରଥମ ୧୩ ବର୍ଷ ପାଇଁ, ସେ ଏକ ଜଲେବି ଷ୍ଟଲ୍ ଚଳାଉ ଥିଲେ। ଦୋକାନ ଚଳାଉ ଚଳାଉ ଜଣେ ତାନ୍ତ୍ରିକଙ୍କ ସହ ତାଙ୍କର ଭେଟ ହୋଇଥିଲା। ପରେ ଅମରବୀର ତାଙ୍କ ଠାରୁ ତନ୍ତ୍ର-ମନ୍ତ୍ର ଶିଖିଥିଲେ।
ଏହା ପରେ ଅମରବୀର କିଛି ବର୍ଷ ପାଇଁ ତୋହାନାରୁ ଅଦୃଶ୍ୟ ହୋଇଯାଇଥିଲେ। ପରେ ସହରକୁ ଫେରି ଏକ ମନ୍ଦିର ସହିତ ଘର ନିର୍ମାଣ କଲେ। ଏହି ମନ୍ଦିରରେ ତାଙ୍କର ଅନେକ ମହିଳା ଅନୁଗାମୀ ଥିଲେ। ଏପରିକି ୨୦୧୮ ରେ, ବାବାଙ୍କ ଜଣେ ସମ୍ପର୍କୀୟ ମନ୍ଦିର ଭିତରେ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ। ତେବେ ସେ ଏହି ମାମଲାରେ ଜାମିନ ପାଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।