ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ ସହ ଜୟ ଅନୁସନ୍ଧାନ ଯୋଡ଼ିଲେ ମୋଦି

 ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ୍‌ କ୍ଷେତ୍ରରେ ଭାରତର ବିକାଶକୁ ପ୍ରଶଂସା କରିବା ସହ ‘ଜୟ ଯବାନ୍‌, ଜୟ କିଷାନ୍‌’ ସ୍ଲୋଗାନ୍‌ ସହିତ ‘ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ଯୋଡ଼ିଛନ୍ତି। 

PM ମୋଦି

PM ମୋଦି

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ୍‌ କ୍ଷେତ୍ରରେ ଭାରତର ବିକାଶକୁ ପ୍ରଶଂସା କରିବା ସହ ‘ଜୟ ଯବାନ୍‌, ଜୟ କିଷାନ୍‌’ ସ୍ଲୋଗାନ୍‌ ସହିତ ‘ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ’ ଯୋଡ଼ିଛନ୍ତି।

ମୋଦି କହିଛନ୍ତି ଆଜି ପାଞ୍ଚ ବର୍ଷର ଛୁଆବି କହୁଛି ଆମେ ବିଦେଶୀ ଖେଳନାରେ ଖେଳିବା ନାହିଁ। ଟେକ୍ନୋଲୋଜି, ରୋଜଗାର ନୂଆ ଅବସରରେ, ଭାରତ ମ୍ୟାନୁଫେକର୍ଚିଙ୍ଗ ହବ ପାଲଟିଛି। ଆମେ ବନ୍ଦେ ଭାରତ ବିଶ୍ୱ ପାଇଁ ଆକର୍ଷଣ ସାଜିଛି। ଶକ୍ତି କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର ରହିବା। କେମିକାଲ ଫ୍ରି ଚାଷ ଆତ୍ମ ନିର୍ଭର ଭାରତର ମିଶାଲ ଦେଉଛି। ଜୟ ଯବାନ ଜୟ କିଷାନ ମନ୍ତ୍ର ଆଜି ବି ଦେଶ ପାଇଁ ଶକ୍ତି ଦେଉଛି। ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ କହିବା ଉଚିତ। ଆମେ ୫g ଆଡକୁ ପାଦ ରଖିଛେ। ଡିଜିଟାଲ ଇଣ୍ଡିଆ ଗାଁରେ ବିକଶିତ ହେଉଛି। ଗାଁ ଲୋକଙ୍କୁ ସମସ୍ତ ସେବା ଯୋଗାଇବାରେ ଭାରତକୁ ଟେକ୍ନୋଲୋଜି ହବ ବନିବାରେ ସାହାଯ୍ୟ କରିବ। ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଜୀବନ ଡିଜିଟାଲରୁ ଆସିବ। ଆଇଟି ଦୁନିଆରେ ଭାରତ ଏକ ଏକ ନୂଆ ରାହା ଦେଖୁଛି। ଛୋଟ କୃଷକ, କୁଟୀର ଉଦ୍ୟୋଗ, ଲଘୁ ଉଦ୍ୟୋଗ ଆମର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବ।

ଡିଜିଟାଲ ଇଣ୍ଡିଆ,ଷ୍ଟାର୍ଟ ଅପ ସହ ନୂଆ ନୂଆ ଖୋଜ ସହ ସାମ୍ନାକୁ ଆସୁଛନ୍ତି। ଯେତେବେଳେ ଆମେ ଆମ ମାଟି ସହ ଯୋଡ଼ି ହେବା ସେତେବେଳେ ଯାଇ ଉଚ୍ଚା ଉଡ଼ି ପାରିବା। ସେତେବେଳେ ଆମେ ବିଶ୍ୱକୁ ସମାଧାନ ଦେଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
Published by:Soumya Das
First published: