ଆନ୍ତର୍ଜାତୀୟ ମିଠା ହେଲା ଗୁଡ଼; ଏହି ଦେଶ ଗୁଡ଼ିକୁ Export ହେଉଛି ଲକ୍ଷ ଲକ୍ଷ ଟନର ଗୁଡ଼

ଗ୍ରାମାଞ୍ଚଳର ଦେଶୀ ମିଠା ଗୁଡ଼ (Jaggery) ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ମିଠା ପାଲଟିଛି । ଆଜି ଦେଶ ମଧ୍ୟରୁ ଦୁନିଆର ୨୦୦ ରୁ ଅଧିକ ସ୍ଥାନକୁ ଗୁଡ଼ ରପ୍ତାନି ହେଉଛି ।

ଆନ୍ତର୍ଜାତୀୟ ମିଠା ହେଲା ଗୁଡ଼; ଏହି ଦେଶ ଗୁଡ଼ିକୁ Export ହେଉଛି ଲକ୍ଷ ଲକ୍ଷ ଟନର ଗୁଡ଼
ଗୁଡ଼ର ଚାହିଦା ବୃଦ୍ଧି ପାଇଲା
  • News18 Odia
  • Last Updated: December 9, 2020, 11:10 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଗ୍ରାମାଞ୍ଚଳର ଦେଶୀ ମିଠା ଗୁଡ଼ (Jaggery) ବର୍ତ୍ତମାନ ଏକ ଆନ୍ତର୍ଜାତୀୟ ମିଠା (Sweet) ପାଲଟିଛି । ରପ୍ତାନି ପ୍ରାଧିକରଣର ଆକଳନ ଏହା ହିଁ କହୁଛି । ଆଜି ବିଶ୍ୱର ୨୦୦ ରୁ ଅଧିକ ସ୍ଥାନକୁ ଗୁଡ଼ ରପ୍ତାନି ହେଉଛି । ପ୍ରତିବର୍ଷ ବିଦେଶୀମାନେ ଲକ୍ଷ ଲକ୍ଷ ଟନର ଗୁଡ଼ ଖାଉଛନ୍ତି । କରୋନା - ଲକଡାଉନ୍ ସମୟରେ ମଧ୍ୟ ଭାରତରୁ ପ୍ରାୟ ୩ ଲକ୍ଷ ଟନ୍ ଗୁଡ଼ ବିଦେଶକୁ ରପ୍ତାନି ହୋଇଥିଲା । ଆମେରିକା, ଫ୍ରାନ୍ସ, ଇରାନ, ବ୍ରିଟେନ, ସିଙ୍ଗାପୁର ଓ କୁଏତ ଭଳି ଦେଶ ମଧ୍ୟ ଗୁଡ଼ କ୍ରେତା ରହିଛନ୍ତି । କିନ୍ତୁ ଶ୍ରୀଲଙ୍କା ସବୁଠାରୁ ଅଧିକ ଭାରତୀୟ ଗୁଡ଼ ଖାଇଥାନ୍ତି ।

ବର୍ଷକୁ ବର୍ଷ ଗୁଡ଼ର ରପ୍ତାନି ବୃଦ୍ଧି ପାଉଛି

ମହାରାଷ୍ଟ୍ର, ୟୁପିରେ ବହୁ ପରିମାଣରେ ଗୁଡ଼ ତିଆରି କରାଯାଏ । ଏହି ରାଜ୍ୟଗୁଡିକରେ ଗାଁ ଭିତରେ ଛୋଟ ଛୋଟ ଗୁଡ଼ ବନାଉଥିବା କ୍ରସର ଲଗାଯାଇଛି । ବୋଧହୁଏ ଏହା ହେଉଛି କାରଣ ଚାହିଦା ବୃଦ୍ଧି ସହିତ କ୍ରସର ମଧ୍ୟ ବୃଦ୍ଧି ପାଇଛି । ପ୍ରତିବର୍ଷ ବିଦେଶରେ ଗୁଡ଼ର ଚାହିଦା ବଢୁଛି । ଦେଶର ସବୁଠୁ ବଡ଼ ଗୁଡ଼ ମଣ୍ଡି ଶାମଲିର ଜଣେ ବଡ଼ ବ୍ୟବସାୟୀ ସଞ୍ଜୟ ମିତ୍ତଲଙ୍କ ଅନୁଯାୟୀ ଗୁଡ଼ ନେଉଥିବା ଦେଶ ମଧ୍ୟରେ ପ୍ରତିବର୍ଷ ନୂଆ ଦେଶ ଯୋଗ ଦେଉଛନ୍ତି ।

ରପ୍ତାନି ପ୍ରାଧିକରଣ ଅନୁଯାୟୀ ୨୦୧୭ ମସିହାରେ ୨.୫୨ ମେଟ୍ରିକ୍ ଟନ୍ ଗୁଡ଼ ରପ୍ତାନି କରାଯାଇଥିଲା । ଏଥି ସହିତ ୨୦୧୮ ରେ ୩.୧୩ ମେଟ୍ରିକ୍ ଟନ୍ ଓ ୨୦୧୯ ରେ ୩.୧୩ ମେଟ୍ରିକ୍ ଟନ୍ ଗୁଡ଼ ରପ୍ତାନି କରାଯାଇଥିଲା । ଯଦି ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ 6 ମାସକୁ ନିଆଯାଏ ତେବେ ୩ ଲକ୍ଷ ମେଟ୍ରିକ୍ ଟନ୍ ଗୁଡ଼ ରପ୍ତାନି ହୋଇଛି । ଗତ ତିନିବର୍ଷର ତଥ୍ୟ ଅନୁଯାୟୀ ଶ୍ରୀଲଙ୍କାକୁ ୭.୮୪ ପ୍ରତିଶତ ରପ୍ତାନି ହୋଇଥିବାବେଳେ ଜାଗା ନାଇଜେରିଆ ୭.୧୮, ନେପାଳ ୬.୦୨, ମାଲେସିଆ ୫.୭୨ ଓ ତାଞ୍ଜାନିଆକୁ ୫ ପ୍ରତିଶତ ଗୁଡ଼ ରପ୍ତାନି କରାଯାଇଥିଲା ।

୬ ମାସରେ ୨୪୦୪ ମେଟ୍ରିକ୍ ଟନ୍ ଗୁଡ଼ ଖାଇଗଲେ ଚାଇନିଜ୍

ରପ୍ତାନି ପ୍ରାଧିକରଣର ଆକଳନକୁ ଯାଇ ଏପ୍ରିଲ-ସେପ୍ଟେମ୍ବରରେ ଭାରତରୁ ଚୀନ୍‌କୁ ଗୁଡ଼ ଯୋଗାଇ ଦିଆଯାଉଥିଲା ଯେତେବେଳେ କରୋନା ମହାମାରୀ ଆରମ୍ଭ ହୋଇଥିଲା ଓ ସେଠାରେ ଲକଡାଉନ ହୋଇଥିଲା । ଏହି ସମୟ ମଧ୍ୟରେ ଗୁଜୁରାଟରୁ ସର୍ବାଧିକ ୧୫୮୩ ମେଟ୍ରିକ୍ ଟନ୍ ଗୁଡ଼ ପଠାଯାଇଥିଲା । ଏହା ପରେ ମହାରାଷ୍ଟ୍ରରୁ ୮୧୯.୪୬ ମେଟ୍ରିକ୍ ଟନ୍ ଗୁଡ଼ ଓ ତେଲେଙ୍ଗାନାରୁ ପ୍ରାୟ ୨ ମେଟ୍ରିକ୍ ଟନ୍ ଗୁଡ଼ ଚୀନକୁ ପଠାଯାଇଥିଲା । ଏହିପରି ଚୀନ୍ ଭାରତରୁ ମାତ୍ର ୬ ମାସ ମଧ୍ୟରେ ୨୪୦୪ ମେଟ୍ରିକ୍ ଟନ୍ ଗୁଡ଼ କିଣିଛି । ଯାହାର ଦାମ୍ ୯.୨୨ ଲକ୍ଷ ଡଲାର ଥିଲା ।
Published by: Jagdish Barik
First published: December 9, 2020, 11:10 AM IST