କୁଆଡ଼େ ନିଖୋଜ ହୋଇଗଲେ ଚୀନର ଅନ୍ୟତମ ଧନୀ ବ୍ୟକ୍ତି ଓ ଆଲିବାବାର ମାଲିକ ଜ୍ୟାକ୍ ମା?
ଜ୍ୟାକ୍ ମା’ଙ୍କର ଏମିତି ରହସ୍ୟମୟ ଢଙ୍ଗରେ ନିଖୋଜ ହେବା ପରେ ଅନେକ ପ୍ରକାରର ସନ୍ଦେହ ପ୍ରକାଶ ପାଇଛି । ANT ଗୃପର ପ୍ରତିଷ୍ଠାତା ଜ୍ୟାକ୍ ମା’ ଚୀନର ସବୁ ଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।

ଆଲିବାବା (Alibaba) କମ୍ପାନୀର ପ୍ରତିଷ୍ଠାତା ଜ୍ୟାକ୍ ମା (ଏ.ପି. ଫଟୋ)
- News18 Odia
- Last Updated: January 4, 2021, 6:51 PM IST
ବେଜିଂ: ଚୀନର ଟେକ୍ ବିଲିୟନେୟାର ଜ୍ୟାକ୍ ମା (Chinese tech billionaire Jack Ma ), ଯିଏ ଏସିଆର ଜେଫ୍ ବେଜୋସ୍ (Jeff Bezos) ଭାବରେ ଜଣାଶୁଣା, ସେ ପ୍ରାୟ ଦୁଇ ମାସ ଧରି କୌଣସି ସାଧାରଣ କାର୍ଯ୍ୟକ୍ରମରେ ଦେଖାଯାଇ ନାହାନ୍ତି । ଖବର ଅନୁଯାୟୀ ଚୀନ୍ ସରକାରଙ୍କ ଅସନ୍ତୋଷ, ବିଶେଷ କରି ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ (China President Xi Jinping) କ୍ରୋଧ ପର ଠାରୁ ଜ୍ୟାକ୍ ମା’ଙ୍କ ବ୍ୟବସାୟକୁ ଟାର୍ଗେଟ କରାଯାଇଛି ଓ ସେ ସାଧାରଣ କାର୍ଯ୍ୟକ୍ରମରେ ଦେଖାଯାଉ ନାହାନ୍ତି ।
ଜ୍ୟାକ୍ ମା’ଙ୍କ (Jack Ma) ପୂର୍ବରୁ ବି ଚୀନର ଅନେକ ବିଲିୟନେୟାର ସେଠାକାର କମ୍ୟୁନିଷ୍ଟ ପାର୍ଟି ବା ସରକାରଙ୍କ ଟାର୍ଗେଟକୁ ଆସିଛନ୍ତି । ଜ୍ୟାକ୍ ମା’ଙ୍କର ଏମିତି ରହସ୍ୟମୟ ଢଙ୍ଗରେ ନିଖୋଜ ହେବା ପରେ ଅନେକ ପ୍ରକାରର ସନ୍ଦେହ ମଧ୍ୟ ପ୍ରକାଶ କରାଯାଉଛି । ANT ଗୃପର ପ୍ରତିଷ୍ଠାତା ଜ୍ୟାକ୍ ମା’ ଚୀନର ସବୁ ଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓ ଆଲିବାବା (Alibaba) କମ୍ପାନୀର ପ୍ରତିଷ୍ଠାତା ।
ଏହା ବି ପଢ଼ନ୍ତୁ | ଯାଜପୁର: ଔଷଧ ଦୋକାନୀ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସ୍ର ପିଅନ୍
ଏହା ବି ପଢ଼ନ୍ତୁ | ପରୀ ହତ୍ୟାକାଣ୍ଡ: SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପାଦ ତଳେ ଲୋଟିଗଲେ ଅଭିଯୁକ୍ତ ସରୋଜର ମାଆ
ଜ୍ୟାକ୍ ମା ଚୀନର (China) ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ସମାଲୋଚନା କରି ଏହାକୁ ପୁରାତନ ଓ ବେକାର୍ ବୋଲି କହିବା ପରେ ତାଙ୍କୁ ସମାଲୋଚନା କରାଯାଇଥିଲା । ଖବର ଅନୁଯାୟୀ କମ୍ୟୁନିଷ୍ଟ ପାର୍ଟି ଓ ସରକାରୀ କର୍ମଚାରୀମାନେ ଜ୍ୟାକ୍ ମା’ଙ୍କ ଏହି ମତକୁ ନେଇ ତୀବ୍ର ଆପତ୍ତି କରିଥିଲେ । ଏହା ପରେ ଜିନପିଙ୍ଗଙ୍କ (Xi Jinping) ନିର୍ଦ୍ଦେଶ କ୍ରମେ ୩୭ ବିଲିୟନ ଡଲାରର ANT ଗୃପର ବିଶ୍ୱର ସର୍ବ ବୃହତ IPO (ପ୍ରାରମ୍ଭିକ ସର୍ବସାଧାରଣ ଅଫର) ମଧ୍ୟ ସ୍ଥଗିତ ରଖାଯାଇଥିଲା ।
ଏହା ବି ପଢ଼ନ୍ତୁ | ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ୫ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକ
ରିପୋର୍ଟ ଅନୁଯାୟୀ ଗତ ଦୁଇ ମାସରେ ଜ୍ୟାକ୍ ମା’ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ନାମ ଅତିଥି କିମ୍ବା ବକ୍ତା ତାଲିକାରୁ ହଟାଯାଇଥିଲା । ଜ୍ୟାକ୍ ମା’ଙ୍କ ନାମ ମଧ୍ୟ ହଠାତ୍ ପ୍ରସିଦ୍ଧ ଟିଭି ଶୋ ‘ଡେନ୍ ଷ୍ଟାଇଲ୍ ଟିଭି ଶୋ’ ଆଫ୍ରିକାର ବିଜନେସ୍ ହିରୋ’ରୁ (Den-style TV show Africa's Business Heroes) ହଟାଯାଇଥିଲା । ଏପରିକି ତାଙ୍କ ଛବି ବି ସେହି ଶୋ’ର ପୋଷ୍ଟରରୁ ହଟାଇ ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ
ସୂଚନାଯୋଗ୍ୟ ଯେ ଏହି ଶୋ’ ପ୍ରଡ୍ୟୁସ୍ କରୁଥିବା କମ୍ପାନୀ ଜ୍ୟାକ୍ ମା’ଙ୍କର, ଆଉ ତାଙ୍କୁ ହିଁ ନିଜ କମ୍ପାନୀର ଶୋ’ରୁ ବାହାର କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ ଅନେକ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନରୁ ବକ୍ତା ଭାବରେ କାର୍ଯ୍ୟକ୍ରମରେ ଯୋଗଦେବାର ଘୋଷଣା କରାଯାଇଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କ ନାମ ହଟାଯାଇଥିଲା ।
ଏହା ବି ପଢ଼ନ୍ତୁ | ଓଡ଼ିଶାର IAS ସ୍ତରରେ ବଡ଼ ଅଦଳ ବଦଳ ହେଲା; ବଦଳିଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ
ଜ୍ୟାକ୍ ମା’ଙ୍କ ପାଇଁ ୨୦୨୦ର ଶେଷ ଭାଗ ଭଲ ପ୍ରମାଣିତ ହୋଇନାହିଁ । ଅକ୍ଟୋବର ଶେଷରୁ ଆଲିବାବାର ସହ-ପ୍ରତିଷ୍ଠାତା ଜ୍ୟାକ୍ ମା’ ପ୍ରାୟ ୧୧ ବିଲିୟନ ଡଲାରର ଝଟକାର ସମ୍ମୁଖୀନ ହୋଇଥିଲେ । ଏହି ପରିମାଣ ଭାରତୀୟ ମୁଦ୍ରାରେ ୮୦ ହଜାର କୋଟି ଟଙ୍କାରୁ ଅଧିକ । ତାଙ୍କ କମ୍ପାନୀ ଓ ଅନ୍ୟାନ୍ୟ ବୃହତ ବୈଷୟିକ ଗୋଷ୍ଠୀ ଉପରେ ଚୀନର ସରକାରୀ ଅଧିକାରୀମାନଙ୍କ ତଦାରଖ ବୃଦ୍ଧି ହୋଇଥିବା କାରଣରୁ ଏହା ଘଟିଛି ।
ଚୀନର ସବୁ ଠୁ ବଡ଼ କମ୍ପାନୀ ମଧ୍ୟରୁ ଆଲିବାବା ଅନ୍ୟତମ । ଏହି ବର୍ଷ ମା’ଙ୍କ ସମ୍ପତ୍ତି ପ୍ରାୟ ୬୧.୭ ବିଲିୟନ ଡ଼ଲାରରେ ପହଞ୍ଚିଥିଲା ଓ ସେ ପୁଣି ଥରେ ଚୀନର ସବୁଠାରୁ ଧନୀ ବ୍ୟକ୍ତି ହେବାକୁ ଯାଉଥିଲେ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ଜ୍ୟାକ୍ ମା’ଙ୍କ ସମ୍ପତ୍ତିର ମୋ’ଟ ମୂଲ୍ୟ ୫୦.୯ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି । ଏହି ତାଲିକାରେ ତାଙ୍କୁ ଚତୁର୍ଥ ସ୍ଥାନରେ ରଖାଯାଇଛି ।