ଭାରତର GDP ଠାରୁ ଅଧିକ ଜ୍ୟାକ୍ ମା'ଙ୍କ ଏହି କମ୍ପାନୀର IPO; ଭାଙ୍ଗିଯିବ ଅନେକ ରେକର୍ଡ!

IPO ମାଧ୍ୟମରେ Ant Group ର ତାଲିକା ହଂକଂ ଓ ସାଂଘାଇ ଏକ୍ସଚେଞ୍ଜରେ ରହିବ । ପ୍ରାରମ୍ଭିକ ଦିନରେ ଏହି କମ୍ପାନୀକୁ ନିବେଶକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି । ଏପର୍ଯ୍ୟନ୍ତ ୩ ଟ୍ରିଲିୟନ ଡଲାରରୁ ଅଧିକ ବିଡିଂ ଗ୍ରହଣ କରାଯାଇଛି ।

ଭାରତର GDP ଠାରୁ ଅଧିକ ଜ୍ୟାକ୍ ମା'ଙ୍କ ଏହି କମ୍ପାନୀର IPO; ଭାଙ୍ଗିଯିବ ଅନେକ ରେକର୍ଡ!
ଜ୍ୟାକ୍ ମା (ଫାଇଲ ଫଟୋ)
  • News18 Odia
  • Last Updated: October 31, 2020, 5:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଲିବାବା (Alibaba Group) ପ୍ରସିଦ୍ଧ କମ୍ପାନୀ Ant Group ର IPO ପାଇଁ ନିବେଶକମାନେ ୩ ଟ୍ରିଲିୟନ୍ ଡଲାର୍ ($3 Trillion) ବିଡ୍ କରିଛନ୍ତି । ୩ ଟ୍ରିଲିୟନ ଡଲାର ଏହି ପରିମାଣ ଭାରତର ମୋଟ ଘରୋଇ ଉତ୍ପାଦ (GDP) ଠାରୁ ଅଧିକ । Ant Group ର ତାଲିକା ହଂକଂ ଏବଂ ସାଂଘାଇ ଏକ୍ସଚେଞ୍ଜରେ ରହିବ । ୫ ନଭେମ୍ବର ୨୦୨୦ ରୁ ଜ୍ୟାକ୍ ମାଙ୍କ (Jack Ma) କମ୍ପାନୀ ଆଣ୍ଟ ଗ୍ରୁପ୍ କୋ ଲିମିଟେଡ଼ (Ant Group Co. Ltd.) ସେୟାର କାରବାର ଆରମ୍ଭ ହୋଇଯିବ । ଏହାର ଦୁଇ ଦିନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନ (US Presidential Election) ହେବାକୁ ଯାଉଛି । ଆଣ୍ଟ ଫାଇନାନସିଆଲ୍ (Ant Financial) ଏହି IPO ମାଧ୍ୟମରେ ୩୪.୪ ବିଲିୟନ ଡ଼ଲାର୍ କିମ୍ବା ୨.୫୪ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜାଣନ୍ତୁ Ant Group ଏହି IPO ବିଷୟରେ ...

ମିଳିପାରେ ଦୁନିଆର ସର୍ବବୃହତ IPO ର ଆଖ୍ୟା
Ant Group Co Ltd ର ବଜାର ମୂଲ୍ୟ ପ୍ରାୟ ୩୧୫ ବିଲିୟନ ରହିଛି । ଏହି କମ୍ପାନୀର ମୂଲ୍ୟ ଇଜିପ୍ଟର ($ ୩୦୩ ବିଲିୟନ) ଓ ଫିନଲ୍ୟାଣ୍ଡ ($ ୨୬୯ ବିଲିୟନ) ଜିଡିପି ଠାରୁ ଅଧିକ । ବିଶ୍ୱାସ କରାଯାଏ ଯେ ଏହି Ant Group ଆଇପିଓ ଦୁନିଆର ସବୁଠୁ ବଡ IPO ବୋଲି ପ୍ରମାଣିତ ହେବ । ସମ୍ପ୍ରତି ଏହି ରେକର୍ଡ ସାଉଦି ଆରବ ରାଜ୍ୟ ତୈଳ କମ୍ପାନୀ ସାଉଦି ଆରାମକୋ (Saudi Aramco) ପାଖରେ ଅଛି । ଯାହା ଗତ ବର୍ଷ କେବଳ ଆଇପିଓ ମାଧ୍ୟମରେ ୨୯.୪ ବିଲିୟନ ଡ଼ଲାର ସଂଗ୍ରହ କରିଥିଲା । ଏହାପୂର୍ବରୁ ୨୦୧୪ ରେ ଆଲିବାବା ସର୍ବ ବୃହତ IPO କମ୍ପାନୀ ହୋଇଥିଲା । ୨୦୧୪ ମସିହାରେ ଆଲିବାବା ଗ୍ରୁପ୍ ଏକ IPO ମାଧ୍ୟମରେ ୨୫ ବିଲିୟନ ଡଲାର୍ ସଂଗ୍ରହ କରିଥିଲା ​​।

କେତେ ବଡ ଜ୍ୟାକ୍ ମା ଙ୍କ ଏହି କମ୍ପାନୀ ?
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ ଆଣ୍ଟ ଗ୍ରୁପର ବଜାର ମୂଲ୍ୟ ଜେପି ମୋର୍ଗାନ ଚେଜ ଆଣ୍ଡ କମ୍ପାନୀ (JPMorgan Chase & Company) ଓ ବ୍ୟାଙ୍କ ଅଫ ଆମେରିକାର (Bank of America) ତୁଳନାରେ ଅଧିକ । କେବଳ ଏତିକି ନୁହେଁ ଏହି କମ୍ପାନୀ ପେପାଲ ହୋଲ୍ଡିଂସ ଇନ (୨୩୮ ବିଲିୟନ ଡ଼ଲାର) ଓ ୱାଲ୍ଟ ଡିଜନି (୨୩୮ ବିଲିୟନ ଡ଼ଲାର) କମ୍ପାନୀଠାରୁ ବଡ଼ ଅଟେ । ଏହି କମ୍ପାନୀ ଆଇବିଏମ୍ କର୍ପ ଠାରୁ ତିନି ଗୁଣ ଓ ଗୋଲ୍ଡମ୍ୟାନ୍ ସାକ୍ସ ଗ୍ରୁପ୍ ଗ୍ରୁପ୍ ଠାରୁ ଚାରି ଗୁଣ ବଡ଼ ।

ଦୁନିଆର ୧୧ ତମ ଧନୀ ବ୍ୟକ୍ତି ହୋଇଯିବେ ଜ୍ୟାକ୍ ମା
ପ୍ରାୟ ୬୦,୦୦୦ ଡଲାରରେ ଆଲିବାବା ଆରମ୍ଭ କରିଥିବା ଜ୍ୟାକ୍ ମା Ant Financialର ସାର୍ବଜନୀନ ତାଲିକା ପରେ ଦୁନିଆର ଏକାଦଶ ଧନୀ ବ୍ୟକ୍ତି ହୋଇପାରନ୍ତି । ଜ୍ୟାକ୍ ମା କମ୍ପାନୀର ମୋଟ ୮.୮ ପ୍ରତିଶତ ଅଂଶଧନ ଧାରଣ କରିଛନ୍ତି । ସେ Ant Financial Group ର ସବୁଠାରୁ ବଡ ବ୍ୟକ୍ତିଗତ ଅଂଶୀଦାର । ହଂକଂ ଓ ସାଂଘାଇରେ ତାଲିକାଭୁକ୍ତ ହେବା ପରେ ଜ୍ୟାକ୍ ମାଙ୍କର ଅଂଶଧନ ପ୍ରାୟ ୨୭.୪ ବିଲିୟନ ଡ଼ଲାର୍ ହେବ । ଏହା ପରେ ସେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ୭୧.୬ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ମାଲିକ ହେବେ ।

ଅନୁଷ୍ଠାନିକ ନିବେଶକମାନେ ଆଣ୍ଟ ଫାଇନାନ୍ସର IPO ରେ ୭୬ ବିଲିୟନ ସେୟାର ମୂଲ୍ୟର ଅର୍ଡର ରଖିଛନ୍ତି । ସାଂଘାଇ ଦାଖଲ ଅନୁଯାୟୀ ଏହା ସର୍ବସାଧାରଣଙ୍କ ଅଫରର ୨୮୪ ଗୁଣ ଅଟେ । ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ବ୍ରୋକରସମାନେ ଏହି କମ୍ପାନୀର IPO ପାଇଁ ବ୍ୟକ୍ତିଗତ ନିବେଶକଙ୍କୁ ସେମାନଙ୍କ ବିନିଯୋଗଠାରୁ ୨୦ ଗୁଣ ଅଧିକ ଦେବାକୁ ରାଜି ଅଛନ୍ତି ।
Published by: Jagdish Barik
First published: October 31, 2020, 4:58 PM IST
corona virus btn
corona virus btn
Loading