ରାହୁଲ ଓ ଶ୍ରେୟସଙ୍କ ଦମଦାର ବ୍ୟାଟିଂ: ଅକଲାଣ୍ଡରେ ୬ ଉଇକେଟରେ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲା ଟିମ୍ ଇଣ୍ଡିଆ

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ୪ ଟିଟ୍ବେଣ୍ଟି ମ୍ୟାଚ ଖେଳିବାକୁଥିବାବେଳେ ଅକଲାଣ୍ଡରେ ଅନୁଷ୍ଠିତ ପ୍ରଥମ ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ହୋଇଛି ।

ରାହୁଲ ଓ ଶ୍ରେୟସଙ୍କ ଦମଦାର ବ୍ୟାଟିଂ:  ଅକଲାଣ୍ଡରେ ୬ ଉଇକେଟରେ ବିଜୟ ସହ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲା ଟିମ୍ ଇଣ୍ଡିଆ
ଦମଦାର ବ୍ୟାଟିଂ କରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିବା ଶ୍ରେୟସ ଆୟର
  • News18 Odia
  • Last Updated: January 24, 2020, 4:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅକଲାଣ୍ଡ: ଘରୋଇ ମାଟିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏକଦିବସୀୟରେ ୨-୧ରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ମାନସିକ ସ୍ତରରେ ଦୃଢ଼ ହୋଇଥିବା ଟିମ୍ ଇଣ୍ଡିଆ ଟି-ଟ୍ବେଣ୍ଟିରେ ସର୍ବଦା ଭାରତକୁ ଚକମା ଦେଉଥିବା ନ୍ୟୁଜିଲାଣ୍ଡକୁ ଅକଲାଣ୍ଡରେ ପରାସ୍ତ କରି ବିଜୟ ସହ ଗସ୍ତ ଆରମ୍ଭ କରିଛି ।

ଅର୍ଦ୍ଧଶତକ ହାସଲ କରିବା ପରେ କେ.ଏଲ୍. ରାହୁଲ


ବେଙ୍ଗାଲୁରୁ ଏକଦିବସୀୟରେ ଅଷ୍ଟ୍ରେଲିଆ ବିରୋଧରେ ଧୁଆଁଧାର ବ୍ୟାଟିଂ କରିଥିବା ଶ୍ରେୟସ ଆୟର ଅକଲାଣ୍ଡରେ ମଧ୍ୟ ନିଜ ଫର୍ମକୁ ବଜାୟ ରଖିବା ସହ ୨୯ ବଲରେ ୫୮ ରନର ପାଳି ଖେଳି ଭାରତକୁ ୬ ଉଇକେଟରେ ବିଜୟ ଭେଟି ଦେଇଛନ୍ତି । ଆୟରଙ୍କ ବ୍ୟତୀତ ଶିଖରଧାବନଙ୍କ ଅନୁପସ୍ଥିତିରେ ଓପନ କରିଥିବା କେ.ଏଲ. ରାହୁଲ ମଧ୍ୟ ଚମତ୍କାର ବ୍ୟାଟିଂ କରି ୨୭ ବଲରୁ ୫୬ ରନ୍ ସ୍କୋର କରି ବିଜୟଲକ୍ଷକୁ ପିଛା କରିବା କାମ ସହଜ କରିଦେଇଥିଲେ ।

୨୦୪ରନ୍ ର ବିଜୟ ଲକ୍ଷକୁ ପିଛା କରିବା ପାଇଁ ଦୁଇ ଅଭିଜ୍ଞ ରୋହିତ ଶର୍ମା ଏବଂ କେ.ଏଲ୍. ରାହୁଲ ମଇଦାନକୁ ଓହ୍ଲାଇଥିବାବେଳେ ରୋହିତ ଦ୍ବିତୀୟ ଓଭରରେ ପ୍ୟାଭିଲିୟନ ଫେରିଯାଇଥିଲେ । ପରେ ରାହୁଲ ଏବଂ ଅଧିନାୟକ ବିରାଟ କୋହଲି ଦ୍ବିତୀୟ ଉଇକେଟ ପାଇଁ ୯୯ରନ୍ ର ଧୁଆଁଧାର ପାର୍ଟନରସିପ କରିଥିଲେ । ରାହୁଲ ୫୬ରନରେ ଆଉଟ ହେବା ପରେ କୋହଲି ୩୨ ବଲ୍ ରେ ୪୫ରନ୍ କରି ଆଉଟ ହୋଇଥିଲେ । ବିରାଟ ୩ ଚୌକା ଏବଂ ଗୋଟିଏ ଛକ୍କା ମାରିଥିଲେ । ବିରାଟ ଆଉଟ ହେବା ପରେ କ୍ରିଜରେ ଦୁଇ ନୂଆ ପ୍ଲେୟାର ଶିବମ ଦୁବେ ଏବଂ ଶ୍ରେୟସ ଆୟର ସ୍ଥିତି ସମ୍ଭାଳିଥିବାବେଳେ ଦୁବେ ମାତ୍ର ୧୩ରନରେ ଆଉଟ ହେବା ଯୋଗୁଁ ଟିମ୍ ଇଣ୍ଡିଆ କିଛିସମୟ ପାଇଁ ସଙ୍କଟରେ ପଡ଼ିଥିଲା । ମାତ୍ର ପରେ ମନୀଷ ପାଣ୍ଡେ ଓ ଆୟର ନ୍ୟୁଜିଲାଣ୍ଡକୁ କୌଣସି ସୁଯୋଗ ନଦେଇ ପଞ୍ଚମ ଉଇକେଟ ପାଇଁ ୬୨ରନ୍ ର ପାର୍ଟନରସିପ୍ କରି ବିଜୟୀ କରାଇଥିଲେ । ଆୟର ୨୯ ବଲରେ ୫୮ ରନ ର ଇନିଂସ ଖେଳିଥିବାବେଳେ ପାଣ୍ଡେ ୧୨ ବଲ୍ ରୁ ୧୪ ରନ୍ ସଂଗ୍ରହ କରିଥିଲେ ।

ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ୬ ବର୍ଷପରେ ଅର୍ଦ୍ଧଶତକ ହାସଲ କରିଥିବା ରସ୍ ଟେଲର


ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେବା ପରେ ନ୍ୟୁଜିଲାଣ୍ଡର ଦୁଇ ଓପନର ଭାରତୀୟ ବୋଲିଂକୁ ବେଖାତିର କରି ମାତ୍ର ୭.୫ ଓଭରରେ ୮୦ ସଂଗ୍ରହ କରି ବିଶାଳ ସ୍କୋର ପାଇଁ ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲେ । ୧୯ ବଲରେ ୩୦ରନ୍ କରିଥିବା ଗପଟିଲଙ୍କୁ ଶିବମ୍ ଦୁବେ ଆଉଟ କରିଥିଲେ । ପରେ ଅଧିନାୟକ ଉଇଲିୟମସନ୍ ମୋର୍ଚ୍ଚା ସମ୍ଭାଳିଥିଲେ । ଦୁହେଁ ରନ୍ ଗତି ଟିକିଏ ବି କମିବାକୁ ଦେଇନଥିଲେ । ଓ୍ବିଲିୟମସନ୍ ଏବଂ ମୁନରୋ ଦ୍ବିତୀୟ ଉଇକେଟ ପାଇ ୩୬ରନ ସଂଗ୍ରହ କରିଥିବାବେଳେ ୧୨.୫ ଓଭରରେ ଶାର୍ଦୁଳ ଠାକୁରଙ୍କ ବଲ୍ ରେ ଆଉଟ ହୋଇଥିଲେ । ସେ ନ୍ୟୁଜିଲାଣ୍ଡ ପାଇଁ ସର୍ବାଧିକ ୫୯ ରନ୍ ସ୍କୋର କରିଥିଲେ । ପରେ ଅଭିଜ୍ଞ ରସ୍ ଟେଲର କ୍ରିଜକୁ ଆସିବାର ପରେ ଚୌକା ଛକ୍କାର ବର୍ଷା କରିଥିଲେ । ଟେଲର ୬ ବର୍ଷ ପରେ ଅର୍ଦ୍ଧଶତକ ହାସଲ କରି ୨୭ ବଲ୍ରୁ ୫୪ ରନ୍ ସଂଗ୍ରହ କରି ଦଳର ସ୍କୋରକୁ ୨୦୩ରେ ପହଞ୍ଚାଇଥିଲେ ।
First published: January 24, 2020, 4:41 PM IST
corona virus btn
corona virus btn
Loading