ସାଦା ପୋଷାକରେ ଭାରତୀୟ ସୀମାରେ ପଶିଲେ ଚୀନ୍ ସୈନିକ; ITBP ଓ ସ୍ଥାନୀୟ ଲୋକମାନେ ଘଉଡ଼ାଇଲେ

India-China Standoff: ଶାନ୍ତି କଥାବାର୍ତ୍ତା ମଧ୍ୟରେ ଚୀନ୍ ସୈନ୍ୟମାନେ ପୁଣିଥରେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଛି । TOI ଅନୁଯାୟୀ ଚୀନ୍ ସୈନିକମାନେ ସାଧା ପୋଷାକରେ ଲେହର ଚାଣ୍ଟାଙ୍ଗ ଗ୍ରାମରେ ପ୍ରବେଶ କରିଥିଲେ କିନ୍ତୁ ସ୍ଥାନୀୟ ଲୋକ ଓ ଆଇଟିବିପି ଯବାନଙ୍କ ବିରୋଧ ପରେ ସେମାନଙ୍କୁ ଫେରିବାକୁ ପଡିଥିଲା ।

ସାଦା ପୋଷାକରେ ଭାରତୀୟ ସୀମାରେ ପଶିଲେ ଚୀନ୍ ସୈନିକ; ITBP ଓ ସ୍ଥାନୀୟ ଲୋକମାନେ ଘଉଡ଼ାଇଲେ
ସାଦା ପୋଷାକରେ ଭାରତୀୟ ସୀମାରେ ପଶିଲେ ଚୀନ୍ ସୈନିକ
  • News18 Odia
  • Last Updated: December 21, 2020, 9:28 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଲଦ୍ଦାଖ: ଭାରତ-ଚୀନ୍ ସୀମା ବିବାଦ ପରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶାନ୍ତି କଥାବାର୍ତ୍ତା ସତ୍ତ୍ୱେ ଚୀନ୍ ସେନା (PLA) ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଏହି କ୍ରମରେ ଚୀନ୍ ସୈନିକମାନେ ସାଧା ପୋଷାକରେ ଭାରତର ଲଦ୍ଦାଖ ସୀମା ପାର କରି ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଧରାପଡିଛନ୍ତି । TOI ର ଖବର ଅନୁଯାୟୀ ଏହି ଘଟଣା ଲେହର ୧୩୫ କିଲୋମିଟର ପୂର୍ବରେ ଥିବା ନିଓମା ଅଞ୍ଚଳର ଚାଣ୍ଟାଙ୍ଗ ଗ୍ରାମରୁ ଜଣାଯାଇଛି । ଯଦିଓ ଚୀନ୍ ସେନା ଅଧିକ ଭିତରକୁ ଆସି ପାରି ନଥିଲା ଓ ସେମାନଙ୍କୁ କେବଳ ଆଇଟିବିପି ସୈନିକ ଓ ସ୍ଥାନୀୟ ଲୋକ ପଛକୁ ଘଉଡ଼ାଇ ଦେଇଥିଲେ ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ଖବର ଅନୁଯାୟୀ ଭାରତ-ଚୀନ୍ ସୀମାରେ ଚୀନ୍ ସୈନିକମାନେ ଦୁଇଟି ଗାଡିରେ ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ । ରବିବାର ଦିନ ଚାଣ୍ଟାଙ୍ଗର ସ୍ଥାନୀୟ ଲୋକମାନେ ଏହାର ଅଭିଯୋଗ ଭିଡିଓ ସେୟାର କରିଛନ୍ତି । ତେବେ ଭାରତୀୟ ସେନା ଓ ଆଇଟିବିପି ଏ ବାବଦରେ କୌଣସି ବିବୃତ୍ତି ଦେଇ ନାହାଁନ୍ତି କିମ୍ବା ଏହି ଘଟଣାକୁ ନିଶ୍ଚିତ କରି ନାହାଁନ୍ତି । ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ ଚୀନ୍ ସୈନିକମାନଙ୍କର ଏକ ଦଳ ଦୁଇଟି ଗାଡ଼ି ମାଧ୍ୟମରେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏମାନେ ସାଦା ପୋଷାକରେ ଥିଲେ ଓ ସ୍ଥାନୀୟ ମେଷପାଳକମାନଙ୍କୁ ସେଠାରେ ସେମାନଙ୍କର ପଶୁ ଚରାଇବାକୁ ବାରଣ କରୁଥିଲେ ।



ଲୋକମାନେ ଏହାକୁ ବିରୋଧ କରିଥିଲେ
ତେବେ ଏହି ସମୟ ମଧ୍ୟରେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଦୃଢ଼ ବିରୋଧ କରିବାକୁ ଲାଗିଲେ ଓ ସେମାନଙ୍କୁ ଫେରିବାକୁ ପଡିଥିଲା । ଲୋକଙ୍କ କହିବାନୁସାରେ ଆଇଟିବିପି କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚି ଚୀନ୍ ସୈନିକମାନଙ୍କୁ ଚେତାବନୀ ଦେଇଥିଲେ । ତେବେ ଏହା ମଧ୍ୟ ସ୍ପଷ୍ଟ ନୁହେଁ ଯେ ଗାଡିରେ ଉପସ୍ଥିତ ଚୀନର ସାଧାରଣ ନାଗରିକ କି ସୈନିକ ଥିଲେ । ନିଓମା କାଉନସିଲରଙ୍କ ୱେବସାଇଟ୍ ଅନୁଯାୟୀ ଏହି ଘଟଣା ଚାରି ରୁ ପାଞ୍ଚ ଦିନ ପୂର୍ବରୁ ହୋଇଥିଲା । ଲେହର ଚାଣ୍ଟାଙ୍ଗ ଗାଁରେ ବହୁ ଜନସଂଖ୍ୟା ଅଛି ଓ ଏହି ସ୍ଥାନ ସର୍ବଦା ଚୀନ୍ ନଜରରେ ରହିଆସିଛି ।

ଚୀନ୍ ୱେଷ୍ଟର୍ଣ୍ଣ କମାଣ୍ଡରଙ୍କୁ ବଦଳାଇଲା
ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡରେ ଜଣେ ନୂତନ କମାଣ୍ଡର ନିଯୁକ୍ତ କରିଛି । ଚୀନ୍ ଗଣମାଧ୍ୟମ ଅନୁଯାୟୀ କେନ୍ଦ୍ରୀୟ ସାମରିକ ଆୟୋଗର (CMC) ସଭାପତି ସି ଜିନପିଙ୍ଗ ୱେଷ୍ଟର୍ଣ୍ଣ ଫ୍ରଣ୍ଟର କମାଣ୍ଡ ଜେନେରାଲ ଝାଙ୍ଗ ଶୁଦୋଙ୍ଗଙ୍କୁ ଦେଇଛନ୍ତି । ତେବେ ଗତ ଦୁଇ ଦିନ ମଧ୍ୟରେ ଭାରତ ଆତ୍ମବିଶ୍ୱାସ ବ୍ୟକ୍ତ କରିଆସୁଛି ଯେ ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତର ଉପରେ ଆଲୋଚନା ହେଉଛି ଓ ଦୁଇ ଦେଶର ବାହିନୀ ଶୀଘ୍ର ପ୍ରତ୍ୟାହାର କରିପାରନ୍ତି ।

ଖବର ଅନୁଯାୟୀ ସି ଜିନପିଙ୍ଗ ଚୀନ୍‌ର ୪ ଜଣ ସୈନିକ ଓ ପୋଲିସ ଅଧିକାରୀଙ୍କୁ ମଧ୍ୟ ପଦୋନ୍ନତି ଦେଇଛନ୍ତି । ମେ ମାସ ଠାରୁ ପୂର୍ବ ଲଦ୍ଦାଖରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଚୀନ୍‌ର ଉଦ୍ଦେଶ୍ୟକୁ ନେଇ PLA ର ୱେଷ୍ଟର୍ଣ୍ଣ କମାଣ୍ଡରେ ଉଚ୍ଚ ସ୍ତରରେ ନୂତନ ନିଯୁକ୍ତି ଓ ପଦୋନ୍ନତି ଚୀନ୍‌ର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କର୍ପସ କମାଣ୍ଡର ସ୍ତରରେ ଦୁଇ ଦେଶର ବାହିନୀ ମଧ୍ୟରେ ମୋଟ ୯ ରାଉଣ୍ଡ ଆଲୋଚନା ହୋଇଛି । ୧୦ ଡିସେମ୍ବରରେ ବୈଦେଶିକ ମନ୍ତ୍ରଣାଳୟ ସ୍ତରରେ ଉଭୟଙ୍କ ମଧ୍ୟରେ ଶେଷ ବାର୍ତ୍ତାଳାପ ଅନୁଷ୍ଠିତ ହୋଇଥିଲା । ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପ ସେମାନଙ୍କ ସୈନିକ ମାନଙ୍କୁ ଅଗ୍ରଗାମୀ ଅଞ୍ଚଳରୁ ହଟାଇବା ଓ ଶାନ୍ତି ବଜାୟ ରଖିବା ବିଷୟରେ ହୋଇଥିଲା ।
Published by: Jagdish Barik
First published: December 21, 2020, 9:28 AM IST
corona virus btn
corona virus btn
Loading