News18 Odia Digital
ଉତ୍ତରାଖଣ୍ଡ: ଭାଲୁ ଲୋକମାନଙ୍କୁ ସାହାଯ୍ୟ କରୁଛି।ଜଣେ ହିଂସ୍ର ଜନ୍ତୁ ବାବଦରେ ଚିନ୍ତା କଲେ ମନରେ ଭୟ ସଞ୍ଚାର ହୋଇଥାଏ। କିନ୍ତୁ ଏହି ଖବର ଶୁଣିବା ପରେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି କିଛି ଏଭଳି ଘଟଣା। ସ୍ଥାନୀୟ ଲୋକଙ୍କ କ୍ଷେତକୁ ସୁରକ୍ଷା ଦେଉଛନ୍ତି ଭାଲୁ।
ଗତ କିଛି ଦିନ ହେବ ରାଜ୍ୟର ପିଥୋରାଗଡ ଜିଲ୍ଲାର ଦିଦିହାଟରେ ମାଙ୍କଡମାନଙ୍କ ଦୌରାତ୍ମ୍ୟ ଯୋଗୁଁ ଲୋକମାନଙ୍କ ବଞ୍ଚିବା କଷ୍ଟକର ହୋଇପଡିଛି। ମାଙ୍କଡମାନେ କେବଳ ଚାଷଜମିର କ୍ଷତି କରୁନାହାଁନ୍ତି ବରଂ ଜନସାଧାରଣଙ୍କ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। ଏଭଳି ପରିସ୍ଥିତିରେ ମାଙ୍କଡ଼ମାନଙ୍କଠୁ ଜନସାଧାରଣଙ୍କ ରକ୍ଷା କରିବା ପାଇଁ ଭାଲୁମାନେ ସାହାଯ୍ୟ କରୁଛନ୍ତି। ବାସ୍ତବରେ ଏହି ଭାଲୁମାନେ ହିଂସ୍ର ଜନ୍ତୁ ନୁହଁନ୍ତି କିମ୍ବା ଜଙ୍ଗଲରୁ ଆସି ନାହାନ୍ତି। ଏହି ଭାଲୁ ହେଉଛନ୍ତି ଆଇଟିବିପି ଯବାନ। ସୈନିକମାନେ ଭାଲୁ ବେଶ ଧରି ଲୋକଙ୍କୁ ସୁରକ୍ଷା ଦେଉଛନ୍ତି। ଆଇଟିବିପି ଯବାନମାନେ ଭାଲୁ ପୋଷାକ ପିନ୍ଧି ITBP କ୍ୟାମ୍ପସରେ ବୁଲୁଛନ୍ତି। ଏପରି ପରିସ୍ଥିତିରେ, ମାଙ୍କଡମାନେ ଭାଲୁ ଭାବି ଦୌଡ଼ି ପଳାଉଛନ୍ତି।
ଦୋକାନୀଙ୍କ ଅଜବ ଅଫର; 'ଦ କେରଳ ଷ୍ଟୋରୀ' ଫିଲ୍ମ ଟିକେଟ ଦେଖାଇଲେ ଚା କଫି ଫ୍ରିଡିଡିହାଟର ମିର୍ଥିରେ ଆଇଟିବିପିର ଜବାନ ନିୟୋଜିତ ଅଛନ୍ତି । ଯେଉଁଠାରେ ମାଙ୍କଡ଼ମାନେ ଉତ୍ପାତ ଚଲାଇଛନ୍ତି । ମାଙ୍କଡ଼ମାନେ କାହା ଘର ଭିତରେ ପଶି ହଇରାଣ କରୁଛନ୍ତି ତ ରାସ୍ତା ଚଲା ପଥିକଙ୍କୁ ଆକ୍ରମଣ କରୁଛନ୍ତି । କିଛି ଜବାନ ମାଙ୍କଡ଼ ଘଉଡ଼ାଇବାରେ ବ୍ୟସ୍ତ ରହୁଛନ୍ତି । କିଛି ସମୟରେ ମାଙ୍କଡ଼ମାନେ ପଳାଇଯାଆନ୍ତି ଓ କିଛି ସମୟ ପରେ ପୁଣି ଆସି ହଇରାଣ କରନ୍ତି । ସେଥିପାଇଁ ଜବାନମାନେ ଭାଲୁ ବେଶ ଧରି ମାଙ୍କଡ଼ ଘଉଡ଼ାଇବାକୁ ଯୋଜନା ବନାଇଥିଲେ । କଳା ରଙ୍ଗର ଭାଲୁ ଭଳି ଡ୍ରେସ ଦେଖି ମାଙ୍କଡ଼ମାନେ ମଧ୍ଯ ଦୂରକୁ ପଳାଇଯାଇଥିଲେ । କିଛି ଲୋକ ନିଜ ଘର ଉପରେ ଭାଲୁ ପିତୁଳା ମଧ୍ଯ ରଖିଛନ୍ତି । ବର୍ତ୍ତମାନ ରାଜ୍ଯରେ ୧୦ ହଜାରରୁ ଅଧିକ ସଂଖ୍ଯାରେ ମାଙ୍କଡ଼ ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।