ବଡ଼ ଘର ନୁହେଁ ବଡ଼ ହୃଦୟ ଦରକାର: ସୁପ୍ରିମକୋର୍ଟ

ଜଣେ ମାଆର ଯତ୍ନ ନେବା ପାଇଁ ଏକ ବଡ଼ ଘର ନୁହେଁ, ଏକ ବଡ଼ ହୃଦୟ ଦରକାର। ଜଣେ ବୃଦ୍ଧା ମହିଳାଙ୍କ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ରାୟ ଶୁଣାଇଛନ୍ତି।

ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଜଣେ ମାଆର ଯତ୍ନ ନେବା ପାଇଁ ଏକ ବଡ଼ ଘର ନୁହେଁ, ଏକ ବଡ଼ ହୃଦୟ ଦରକାର। ଜଣେ ବୃଦ୍ଧ ମହିଳାଙ୍କ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ରାୟ ଶୁଣାଇଛନ୍ତି। ବୃଦ୍ଧ ମହିଳାଙ୍କ ଝିଅମାନେ ତାଙ୍କ ଭାଇମାନେ ମା’ର ଯତ୍ନ ନେଉନାହାଁନ୍ତି ବୋଲି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ସମ୍ପତ୍ତି ନାମରେ ଭାଇ ମାଙ୍କ ପାଇଁ ବଡ଼ ଘର ତିଆରି କରିଛନ୍ତି। କିନ୍ତୁ, ଆଉ ତାଙ୍କର ଯତ୍ନ ନେଉନାହାଁନ୍ତି ବୋଲି ଝିଅମାନେ କହିଛନ୍ତି। ମହିଳାଙ୍କ କୌଣସି ସମ୍ପତ୍ତି ସ୍ଥାନାନ୍ତର କରାଯିବ ନାହିଁ ବୋଲି କୋର୍ଟ ମଧ୍ୟ କହିଛନ୍ତି। ଝିଅମାନଙ୍କୁ ମା’ର ହେପାଜତ ହସ୍ତାନ୍ତର କରିବା ସମ୍ପର୍କରେ ସେମାନେ ମଙ୍ଗଳବାର ପର୍ଯ୍ୟନ୍ତ ପୁଅଠାରୁ ଉତ୍ତର ମାଗିଥିଲେ। ଏବେ ଝିଅଅମାନେ ମାଆର ଦାୟିତ୍ୱ ଗ୍ରହଣ କରିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

ପୁଅର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଶୋଏବ କୁରେଶି କହିଛନ୍ତି ଯେ ଝିଅମାନେ ସେମାନଙ୍କ ପରିବାର ସହିତ ରୁହନ୍ତି ଓ ସେମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ। ଏଥିପାଇଁ କୋର୍ଟ କହିଛନ୍ତି, ପ୍ରଶ୍ନ ଏହା ଯେ ଆପଣଙ୍କ ପାଖରେ କେତେ ସ୍ଥାନ ଅଛି ତାହା ନୁହେଁ, ବରଂ ମା’ର ଯତ୍ନ ନେବା ଆପଣଙ୍କ ମନ କେତେ ବଡ଼ ତାହା ଜରୁରୀ? ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ଼ ଓ ସୂର୍ଯ୍ୟକାନ୍ତଙ୍କ ଏକ ବେଞ୍ଚ ମଙ୍ଗଳବାର ସୁଦ୍ଧା ନୋଟିସକୁ ଜବାବ ଦେବାକୁ ଭାଇକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ଭାଇ ମାଆକୁ ଏକ ଅଜ୍ଞାତ ସ୍ଥାନରେ ରଖିଥିଲେ। ୮୯ ବର୍ଷିୟା ବୃଦ୍ଧା ବୈଦେହୀ ସିଂ କେଉଁଠାରେ ଅଛନ୍ତି ତାହା ପ୍ରକାଶ କରିବା ପାଇଁ କୋର୍ଟ ପୁଅକୁ ନୋଟିସ ଜାରି କରିଥିଲେ। ସେ କହିଛନ୍ତି ଯେ ସେ ତାଙ୍କ ମାତାଙ୍କୁ ବିହାରର ମୁଜାଫରପୁର ଘରକୁ ନେଇଛନ୍ତି। ଏହା ପରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ମହିଳାଙ୍କୁ ଝିଅମାନଙ୍କୁ ଭେଟିବାକୁ ଅନୁମତି ଦିଅନ୍ତୁ।

୧୮ ଏପ୍ରିଲରେ ବୈଦେହୀ ସିଂ ପାଗଳ ହୋଇଯାଇଥିଲେ। ୨୮ ଏପ୍ରିଲରେ, ଡାକ୍ତରଖାନାର ମେଡିକାଲ ବୋର୍ଡ଼ କହିଥିଲେ ଯେ ବୈଦେହୀ ସିଂଙ୍କର ଡିମେନ୍ସିଆ ଅଛି। କୋର୍ଟ କହିଛନ୍ତି ଯେ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବା ପରେ ମଧ୍ୟ ସମ୍ପତ୍ତି ଭାଗ କରିବାରେ ଲାଗିଥିଲା।

ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଏହା ଏକ ଦୁଃଖଦ ଘଟଣା, ଯେଉଁମାନେ କୌଣସି ସମ୍ପତ୍ତି ସମ୍ବନ୍ଧୀୟ ପ୍ରକ୍ରିୟା ବନ୍ଦ କରି ଦେଇଛନ୍ତି। ସେମାନଙ୍କର ଡିମେନ୍ସିଆ ଅଛି ଓ ଆପଣ ସେମାନଙ୍କର ସମ୍ପତ୍ତି ବିକ୍ରୟ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଆଙ୍ଗୁଠି ଟିପ ଦେବା ପାଇଁ କଲେକ୍ଟର ଅଫିସକୁ ନେଇଯାଇଥିଲ। ତାଙ୍କ ସମ୍ପତ୍ତି ସହ ଜଡ଼ିତ କୌଣସି ପ୍ରକ୍ରିୟାକୁ ଆମେ ବର୍ତ୍ତମାନ ସ୍ଥଗିତ ରଖିବୁ ବୋଲି ବୃଦ୍ଧଙ୍କ ଅବସ୍ଥା ସମ୍ପର୍କରେ ଚିନ୍ତା ପ୍ରକଟ କରି କୋର୍ଟ କହିଛନ୍ତି।
Published by:Soumya Das
First published: