News18 Odia Digital
ମହାପୁରୁଷ ମହମ୍ମଦଙ୍କ ସଂକ୍ରାନ୍ତରେ ବିଜେପି ମୁଖପାତ୍ରି ଦେଇଥିବା ମନ୍ତବ୍ୟ ଉପରେ ଭାରତ ନୁହେଁ, ବିଜେପି କ୍ଷମା ଭିକ୍ଷା କରିବା ଉଚିତ ବୋଲି ଆଜି ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାମା ରାଓ କହିଛନ୍ତି।
ବିଜେପିର ଧର୍ମାନ୍ଧମାନଙ୍କ ଘୃଣ୍ୟ ଭାଷଣ ନିମନ୍ତେ ଗୋଟାଏ ଦେଶ ହିସାବରେ ଭାରତ କାହିଁକି କ୍ଷମାଭିକ୍ଷା କରିବ ବୋଲି କେଟିଆର କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ବାରମ୍ବାର ଘୃଣ୍ୟ ମନ୍ତବ୍ୟ ଦେଇ ତାହାର ପ୍ରସାର କରୁଥିବା ପ୍ରଧାନମନ୍ତ୍ରୀଙ୍କ ଦଳ ଦେଶବାସୀଙ୍କୁ କ୍ଷମାଭିକ୍ଷା କରିବା ଉଚିତ।
ଟୁଇଟ୍ କରି ସେ ଲେଖିଛନ୍ତି, ଗୋଟାଏ ଦେଶ ହିସାବରେ ଭାରତ ନୁହେଁ, ବିଜେପି କ୍ଷମାଭିକ୍ଷା କରିବା ଉଚିତ।
ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ସାଂସଦ ପ୍ରଜ୍ଞା ସିଂହ ମହାତ୍ମା ଗାନ୍ଧୀ ହତ୍ୟାକୁ ପ୍ରଶଂସା କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନିରବତା ଅସହ୍ୟ ଏବଂ ବିସ୍ମୟକର।
କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ରବିବାର ରାତିରେ ଟୁଇଟ୍ କରି କହିଛନ୍ତି ଦେଶରେ ଧର୍ମାନ୍ଧତା ବ୍ୟକ୍ତ କରୁଥିବା ବ୍ୟକ୍ତିମାନେ ବିଦେଶରେ ଏହାର ପରିଣାମ ବିଷୟରେ ସତର୍କ ରହିବା ଉଚିତ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।