ଅନ୍ତରୀକ୍ଷରେ ଆଉ ଏକ ଇତିହାସ ରଚିଲା ଇସ୍ରୋ: ସବୁଠୁ ଶକ୍ତିଶାଳୀ ଉପଗ୍ରହ ଜିସାଟ-୩୦ ମହାକାଶରେ ହେଲା ସ୍ଥାପିତ

ଜିସାଟ-୩୦ ଇନସେଟ-୪ଏ ର ସ୍ଥାନ ନେବ ଏବଂ ଏହାର କଭରେଜ କ୍ଷମତା ଅଧିକ ହେବ । ଇନସେଟ-୪ଏ କୁ ୨୦୦୫ରେ ଲଞ୍ଚ କରାଯାଇଥିଲା ।

ଅନ୍ତରୀକ୍ଷରେ ଆଉ ଏକ ଇତିହାସ ରଚିଲା ଇସ୍ରୋ: ସବୁଠୁ ଶକ୍ତିଶାଳୀ ଉପଗ୍ରହ ଜିସାଟ-୩୦ ମହାକାଶରେ ହେଲା ସ୍ଥାପିତ
ଜିସାଟ-୩୦ର ଲଞ୍ଚ ପରେ ଇସ୍ରୋ ପକ୍ଷରୁ କରାଯାଇଥିବା ଟୁଇଟ୍
  • News18 Odia
  • Last Updated: January 17, 2020, 9:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପୁଣି ଏକ ବଡ଼ ସଫଳତା ହାସଲ କରି ଶୁକ୍ରବାର ୟୁରୋପୀୟ ମହାକାଶ ଏଜେନ୍ସିରୁ ଏରିଏନ୍-୫ ପ୍ରକ୍ଷେପଣ ଯାନ ସାହାଯ୍ୟରେ ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ-୩୦କୁ ମହାକାଶରେ ସ୍ଥାପିତ କରିଛି । ଭାରତୀୟ ସମୟ ଅନୁସାରେ ଏହାକୁ ରାତି ୨ଟା ୩୫ ମିନିଟରେ ଲଞ୍ଚ କରାଯାଇଥିବା ନେଇ ଇସ୍ରୋ ପକ୍ଷରୁ ଟୁଇଟ୍ କରି ଜଣାଯାଇଛି ।

ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି କି, ‘‘ଜିସାଟ-୩୦ ଇନସେଟ-୪ଏର ସ୍ଥାନ ନେବ । ଏହାର କଭରେଜ କ୍ଷମତା ବହୁତ ବଡ଼ ହେବା ସହ ପ୍ରୋଦ୍ୟୋଗିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ । ଏହି ସେଟଲାଇଟ ମହାକାଶରେ ୧୫ବର୍ଷ ପର୍ଯ୍ୟନ୍ତ କାମ କରିବ । ଇସ୍ରୋ କହିଛି କି ଜିସାଟ-୩୦ ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ମଜବୁତ୍ କରିବ । ଏହାରି ସାହାଯ୍ୟରେ ଇଣ୍ଟରନେଟ ସହ ମୋବାଇଲ ନେଟଓ୍ବାର୍କ ଏବଂ ଡିଟିଏଚ ସେବାର ମଧ୍ୟ ବିସ୍ତାର କରାଯାଇପାରିବ’’ ।

ଇସ୍ରୋର ୟୁ.ଆର ରାଓ ଏବଂ ସାଟେଲାଇଟ ସେଣ୍ଟରର ଡାଇରେକ୍ଟର ପି.କୃଷ୍ଣନ ଜିସାଟ-୩୦ର ଲଞ୍ଚକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି କି, ‘‘ଏହି ବର୍ଷର ଆରମ୍ଭ ଏକ ସୁନ୍ଦର କାମରୁ ହୋଇଛି । ଇସ୍ରୋର ୨୦୨୦ ମିଶନ କ୍ୟାଲେଣ୍ଡର ଜିସାଟ-୩୦ ସଫଳତା ପୂର୍ବକ ଲଞ୍ଚ କରିଛି ଏବଂ ଏହାର ବିଶେଷତ୍ବ ହେଉଛି ଯେ, ଏହାକୁ ଏରିଏନ୍ ୫ ରକେଟରୁ ଲଞ୍ଚ କରାଯାଇଛି । ପ୍ରଥମଥର ଏହାକୁ ୨୦୧୯ରେ ଲଞ୍ଚ କରାଯାଇଥିଲା । ସେବେଠୁ ଏହି ରକେଟ ଭାରତୀୟ ସାଟେଲାଇଟକୁ ଲଞ୍ଚ କରିବା ପାଇଁ କରାଯାଇଥିଲା’’ ।

ଜିସାଟ-୩୦ ସାଟେଲାଇଟର ଆବଶ୍ୟକତା ଉପରେ କହି କହିଛନ୍ତି କି, ଯେଉଁ ପରି ଦୁନିଆରେ ସଞ୍ଚାର ବ୍ୟବସ୍ଥା ଦ୍ରୁତ ଗତିରେ ବଢ଼ୁଛି ସେହିପରି ଆମକୁ ବି ବଡ଼ ପରିବର୍ତ୍ତନର ଆବଶ୍ୟକତା ଦରକାର ଅଛି । ଇଣ୍ଟରନେଟର କଥା କହିଲେ ଦେଶରେ ୫ଜି ଟେକନିକ୍ ଉପରେ କାମ ଆରମ୍ଭ ହୋଇଯାଇଛି । ମୋବାଇଲ୍ ଡିଟିଏଚ୍ ନେଟଓ୍ବାର୍କର ମଧ୍ୟ ବିସ୍ତାର ହେଉଛି । ସଞ୍ଚାର ବ୍ୟବସ୍ଥା ଉନ୍ନତ କରିବା ପାଇଁ ଆମକୁ ବହୁତ ଶକ୍ତିଶାଳୀ ସାଟେଲାଇଟର ଆବଶ୍ୟକତା ଥିଲା । ନୂଆ ସାଟେଲାଇଟ ଜିସାଟ-୩୦ ଦେଶର ଏହି ଆବଶ୍ୟକତା ଗୁଡ଼ିକୁ ପୂରଣ କରିବାରେ ସକ୍ଷମ ହେବ । ଇସ୍ରୋ ବର୍ତ୍ତମାନ ଆଦିତ୍ୟ-ଏଲ୍୧ ସହିତ ଆହୁରି ୨୫ ସାଟେଲାଇଟ ଉପରେ କାମ କରୁଛି । ଏହା ମଧ୍ୟରୁ ଅନେକ ସାଟେଲାଇଟ ଚଳିତବର୍ଷ ଲଞ୍ଚ କରାଯିବାର ସମ୍ଭାବନା ରହିଛି ।

 
First published: January 17, 2020, 9:44 AM IST