News18 Odia Digital
ନୂଆ ଦିଲ୍ଲୀ: ନୂଆ ବର୍ଷରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) । ଚନ୍ଦ୍ରକୁ ଇସ୍ରୋ ପଠାଇବ 405-RKM-NAT । ୨୦୨୦ ଏପ୍ରିଲରେ ଉତ୍କ୍ଷେପଣ ହେବ ଚନ୍ଦ୍ରାୟନ-୩ । ତେବେ ଏହି ଚନ୍ଦ୍ରାୟନ-୩ରେ କେବଳ ଲ୍ୟାଣ୍ଡର୍ ଓ ରୋଭର୍ ରହିବ । ଚନ୍ଦ୍ରାୟନ ୨ ଭଳି ଚନ୍ଦ୍ରାୟନ-୩ର ସୂକ୍ଷ୍ମ ଅବରତରଣ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ଇସ୍ରୋର ଅଧ୍ୟକ୍ଷ କେ. ଶିବନ ।
ଶିବନ ଆହୁରି ମଧ୍ୟ କହିଛନ୍ତି ଚନ୍ଦ୍ରାୟନ-୩ ମିସନ୍କୁ ସରକାରଙ୍କ ମଞ୍ଜୁରୀ ମିଳିଛି । ତାମିଲନାଡୁର ଥୁଟୁକୁଡ଼ିରେ ଦ୍ବିତୀୟ ମହାକାଶ ବନ୍ଦର ପ୍ରତିଷ୍ଠା ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ।

ଚନ୍ଦ୍ରାୟନ-୩ ମିସନ ନେଇ ଘୋଷଣା କରୁଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ
‘‘ଚନ୍ଦ୍ରାୟନ-୨ରେ ଲ୍ୟାଣ୍ଡିଂ ସଫଳ ହୋଇନଥିଲେ ବି ଅର୍ବିଟର ସଫଳ ହୋଇଛି । ଏହା ଆଗାମୀ ୭ ବର୍ଷ ଯାଏ ଏହା ବୈଜ୍ଞାନିକ ତଥ୍ୟ ଦେଇପାରିବ,’’ କହିଛନ୍ତି ଶିବନ । ଚନ୍ଦ୍ରାୟନ-୨ ଅଭିଯାନ ପରେ ISRO ଯଥେଷ୍ଟ ଉନ୍ନତି କରିଛ ଏବଂ ଆଗାମୀ ମିସନରେ ସଫଳତା ପାଇବ ବୋଲି ସେ କହିଛନ୍ତି ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।