Israel Embassy Blast: NIA ଯାଞ୍ଚରେ ସାମିଲ ହେଲା ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ମୋସାଦ'

ଇସ୍ରାଏଲ୍ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଏନଆଇଏ ଟିମକୁ ତଦନ୍ତ ସମୟରେ ଯେଉଁ ପ୍ରମାଣ ମିଳିଥିଲା ତାହାକୁ ମୋସାଦ ଟିମ୍ ସହ ସେୟାର କରାଯାଇଛି । ପ୍ରାରମ୍ଭିକ ଯାଞ୍ଚରେ ଏହି ଆକ୍ରମଣ ପଛରେ ଇରାନର ହାତ ଅଛି ବୋଲି କୁହାଯାଉଛି ।

Israel Embassy Blast: NIA ଯାଞ୍ଚରେ ସାମିଲ ହେଲା ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ମୋସାଦ'
NIA ଯାଞ୍ଚରେ ସାମିଲ ହେଲା ଇସ୍ରାଏଲର ଗୁପ୍ତଚର ସଂସ୍ଥା 'ମୋସାଦ'
  • News18 Odia
  • Last Updated: February 6, 2021, 11:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଇସ୍ରାଏଲ୍ ଦୂତାବାସ (Israeli Embassy) ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି । ଇସ୍ରାଏଲ୍ ଦୂତାବାସ ବ୍ଲାଷ୍ଟ ମାମଲା ବର୍ତ୍ତମାନ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଓ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦଙ୍କ ଟିମ୍ ଦ୍ୱାରା ମଧ୍ୟ ଯାଞ୍ଚ କରାଯିବ । ବୁଧବାର ଦିନ ମୋସାଦର ଏକ ଟିମ୍ ଏନଆଇଏର ତଦନ୍ତକାରୀ ଅଧିକାରୀଙ୍କୁ ଭେଟିଥିଲେ । ଏହି ବୈଠକରୁ ନିଷ୍ପତ୍ତି ନିଆଯାଇଛି ଯେ ମୋସାଦଙ୍କ ଟିମ୍ ବର୍ତ୍ତମାନ ଭାରତ ସହ ଏହି ତଦନ୍ତ ଜାରି ରଖିବ ।

ଖବର ଅନୁଯାୟୀ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ପରେ ଏନଆଇଏ ଟିମକୁ ଯାଞ୍ଚରେ ଯେଉଁ ପ୍ରମାଣ ମିଳିଥିଲା ତାହାକୁ ମୋସାଦ ଟିମ୍ ସହ ସେୟାର କରାଯାଇଛି । ପ୍ରାରମ୍ଭିକ ଯାଞ୍ଚରେ ଏହି ଆକ୍ରମଣ ପଛରେ ଇରାନର ହାତ ଅଛି ବୋଲି କୁହାଯାଉଛି । ଘଟଣାସ୍ଥଳରେ ଇସ୍ରାଏଲ୍ ଦୂତାବାସ ନାମରେ ଲେଖାଯାଇଥିବା ଏକ ଚିଠି ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନାନୁସାରେ ଏହି ଚିଠିରେ ଧମକ ଦିଆଯାଇଥିଲା ଓ ଏହା ଏକ ଟ୍ରେଲର ବୋଲି ଲେଖାଯାଇଥିଲା । ସୂଚନାନୁସାର ବିସ୍ଫୋରଣର ଲିଙ୍କ ଇରାନ ସହିତ ସଂଯୋଗ ହେଉଛି । ଇସ୍ରାଏଲ୍ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିସାରିଛି । ଭାରତ ସରକାର ମଧ୍ୟ ଏହି ପ୍ରସଙ୍ଗରେ ଗମ୍ଭୀର ଦୃଷ୍ଟି ଦେଉଛନ୍ତି ।

ଏନ୍ଆଇଏକୁ ସାହାଯ୍ୟ କରିବାକୁ ମୋସାଦ ଟିମ୍ ତେଲ ଅବିବରୁ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ତଦନ୍ତରୁ ଜଣାପଡିଛି ଯେ ସେହି ଦିନ ପ୍ୟାରିସରେ ଇସ୍ରାଏଲ୍ ଦୂତାବାସ ବାହାରେ ମିଳିଥିବା ସନ୍ଦିଗ୍ଧ ପ୍ୟାକେଟ୍ ସହିତ ଇସ୍ରାଏଲ୍ ଦୂତାବାସ ବାହାରେ କମ୍ ତୀବ୍ରତା ବିଶିଷ୍ଟ ID ବିସ୍ଫୋରଣର କୌଣସି ସମ୍ପର୍କ ନାହିଁ । ଯାଞ୍ଚକାରୀ ସଂସ୍ଥା ଏପର୍ଯ୍ୟନ୍ତ କୌଣସି ସାକ୍ଷୀ ପାଇ ନାହାଁନ୍ତି ଯିଏ ଦୂତାବାସ ବାହାରେ କାହାକୁ ରାସ୍ତାରେ IED ରଖିଥିବାର ଦେଖିଛି । ଏପରିକି ଏହି କ୍ଷେତ୍ରରେ ସ୍ଥାପିତ ସିସିଟିଭି ଫୁଟେଜରୁ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିପାରି ନାହିଁ ।

ମୋସାଦକୁ ଇସ୍ରାଏଲର 'କିଲିଂ ମେସିନ୍' କୁହାଯାଏ
ଇସ୍ରାଏଲର ଚତୁର୍ଦ୍ଦିଗରୁ ୧୩ ଟି ମୁସଲମାନ ଦେଶ ଘେରି ରହିଛନ୍ତି । ଯାହାକୁ ନେଇ ସେ ସର୍ବଦା ସତର୍କ ରହିଥାଏ । ଏଭଳି ପରିସ୍ଥିତିରେ ନିଜ ଦେଶକୁ ବଞ୍ଚାଇ ରଖିବା ପାଇଁ ସେ ବହୁ ପ୍ରକାର କାର୍ଯ୍ୟ କରିଥାଏ । ଇଣ୍ଟେଲିଜେନ୍ସ ଏଜେନ୍ସି ମୋସାଦ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ଏତେ ଶକ୍ତିଶାଳୀ ଯେ ଏହାକୁ ଇସ୍ରାଏଲର କିଲିଂ ମେସିନ୍ ମଧ୍ୟ କୁହାଯାଏ । ଚତୁପାର୍ଶ୍ଵରେ ଶତ୍ରୁମାନଙ୍କ ଦ୍ୱାରା ଘେରି ରହିଥିବା ଏହି ଦେଶର ଏଜେନ୍ସିକୁ ଏହାର ଦ୍ରୁତ ଓ ବିପଜ୍ଜନକ କାର୍ଯ୍ୟ ଯୋଗୁଁ ବିଶ୍ୱର ସବୁଠାରୁ ଇଣ୍ଟେଲିଜେଣ୍ଟ ମଧ୍ୟ କୁହାଯାଏ । ଏହାର ମୁଖ୍ୟାଳୟ ତେଲ ଅବିବ ସହରରେ ରହିଛି ।
Published by: Jagdish Barik
First published: February 6, 2021, 11:22 AM IST