ଦାବୋସରେ ଅନୁଷ୍ଠିତ ବିଶ୍ବ ଇକନୋମିକ ଫୋରମର ଚାମ୍ପିଅନ୍ସ ଫର ୧ ଟ୍ରିଲିୟନ ସମ୍ମିଳନୀରେ ଭାଗ ନେବେ ସଦଗୁରୁ

ବିଶ୍ବରେ କେତେକ ପ୍ରମୁଖ ପ୍ରଭାବଶାଳୀ ନେତୃତ୍ବ ଯେଉଁମାନଙ୍କ ମଧ୍ୟରେ ରାଜ୍ୟମାନଙ୍କ ମୁଖ୍ୟ, ବ୍ୟବସାୟିକ ନେତା, ବିଶ୍ବସ୍ତରୀୟ ପ୍ରତିନିଧି ସାମିଲ ହେବେ ।

ଦାବୋସରେ ଅନୁଷ୍ଠିତ ବିଶ୍ବ ଇକନୋମିକ ଫୋରମର ଚାମ୍ପିଅନ୍ସ ଫର ୧ ଟ୍ରିଲିୟନ ସମ୍ମିଳନୀରେ ଭାଗ ନେବେ ସଦଗୁରୁ
ସଦଗୁରୁ ଜଗ୍ଗି ବାସୁଦେବ
  • News18 Odia
  • Last Updated: January 20, 2020, 6:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
 

News18 Odia Digital

ଦାବୋସ: ସୁଇଜରଲାଣ୍ଡର ଦାବୋସରଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଅର୍ଥନୈତିକ ମଞ୍ଚର ୫୦ତମ ସମ୍ମିଳନୀରେ ଏକ ଦଶନ୍ଧି ପରେ ଇସା ଫାଉଣ୍ଡେଶନର ଅଧ୍ୟକ୍ଷ ସଦଗୁରୁ ଜଗ୍ଗି ବାସୁଦେବ  ସେଠାରେ ଅନ୍ୟତମ ବକ୍ତା ଭାବେ ଭାଗନେବେ ଯାହା ୨୧ ଜାନୁଆାରୀରୁ ୨୪ ଜାନୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେଠାରେ ସଦଗୁରୁଙ୍କର ଏକ ଧ୍ୟାନ ସତ୍ର ରହିବା ସହ ଏକ ଅଧା ଦିନର ଚେତନା ରିଟ୍ରିଟ୍ ମଧ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

ସଦଗୁରୁ ସେଠାରେ ଚାମ୍ପିଅନସ୍ ଅଫ ୧ ଟ୍ରିଲିୟନ ଟ୍ରି ଚାମ୍ପିଅନସିପରେ ଭାଗନେବେ । ଯାହା ସଂଯୁକ୍ତରାଷ୍ଟ୍ରର ପର୍ଯ୍ୟାବରଣ କାର୍ଯ୍ୟକ୍ରମ ଏବଂ ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ ନେତୃତ୍ବରେ ଏକ ନୂତନ ଉଦ୍ଦେଶ୍ୟ ନେଇ ଆରମ୍ଭ କରାଯାଇଛି । ୨୦୩୦ ସୁଦ୍ଧା ୧ ଟ୍ରିଲିଅନ ଗଛ ଲଗାଇବାରେ ଯୋଗଦାନ ଉଦ୍ଦେଶ୍ୟର ଏହାକୁ ଆୟୋଜନ କରାରଯାଉଛି ।

ବିଶ୍ବରେ କେତେକ ପ୍ରମୁଖ ପ୍ରଭାବଶାଳୀ ନେତୃତ୍ବ ଯେଉଁମାନଙ୍କ ମଧ୍ୟରେ ରାଜ୍ୟମାନଙ୍କ ମୁଖ୍ୟ, ବ୍ୟବସାୟିକ ନେତା, ବିଶ୍ବସ୍ତରୀୟ ପ୍ରତିନିଧି ସାମିଲ ହେବେ । ଏଥିରେ କ୍ରିୟାତ୍ମକ ବିନ୍ଦୁ ଗୁଡ଼ିକ ସାମିଲ କରିବା ଏବଂ ଭୂମଣ୍ଡଳୀକରଣ ଓ ଜଳବାୟୁ ପରିବର୍ତ୍ତନ ଭଳି ବୈଶ୍ବିକ ପରିସ୍ଥିତିର ଚିତ୍ର ବଦଳିବା ଲାଗି ସାର୍ବଜନୀନ ଏବଂ ଘରୋଇ କ୍ଷେତ୍ରର ଭାଗୀଦାରି ଉପରେ ଚର୍ଚ୍ଚା କରାଯିବ । ଏହାକୁ ପାରିପାର୍ଶ୍ବିକ ପରିସ୍ଥିତିର ମୁକାବିଲା କରିବା ସହ ୨୦୨୧-୨୦୩୦ ପର୍ଯ୍ୟନ୍ତ ସଂଯୁକ୍ତ ରାଷ୍ଟ୍ର ଦେଶର ସମର୍ଥନ କରିବା ଲାଗି ଡିଜାଇନ କରାଯାଇଛି ।

ସଦଗୁରୁ ଭାରତରେ ଏହି କାମ ଆରମ୍ଭ କରିଛନ୍ତି ଯାହା ୟୁନଇପିର ଏବଂ ଏଫଏଓର କାମ ସହ ସମାନ । ପ୍ରଜେକ୍ଟ ଗ୍ରୀନ ହେଣ୍ଡସ୍ ଅନୁସାରେ ୧୫ ବର୍ଷରେ ୩୫ ମିଲିଅନରୁ ଅଧିକ ଗଛ ଲଗାଇବା ସହ ଏଥିରେ ୩ ମିଲି୍ଅନ ନାଗରିକଙ୍କୁ ସାମିଲ କରାଯିବା ଲାଗି ପ୍ରକ୍ରିୟା ପ୍ରାରମ୍ଭ କରାଯାଇଛି । ଏହା ସହ ରାଲି ଫର ରିଭର୍ସ କରି ୩୦ ଦିନରେ ୧୬୨ ମିଲିଅନ ସମର୍ଥକଙ୍କୁ ସାମିଲ କରି ବିଶ୍ବର ସବୁଠାରୁ ବଡ଼ ପରିସ୍ଥିତିକୁ ନେଇ ଆନ୍ଦୋଳନରେ ଏହା ସାମିଲ ହୋଇଯାଇଛି । ଯାହାକୁ ଭାରତ ସରକାରଙ୍କ ରାଷ୍ଟ୍ରୀୟ ନଦୀ ପୁନରୁଦ୍ଧାର ସମିତି ସ୍ବୀକାର କରିଛି ।

ଚଳିତ ବର୍ଷ ବିଶ୍ବ  ଅର୍ଥନୈତିକ  ଫୋରମର ଥିମ ରହିଛି ‘ଏକ ଏକଜୁଟ ଏବଂ ସ୍ଥାୟୀ ବିଶ୍ବର ହିତଧାରକ‘‘  । ୪ଦିନ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମରେ କମସେ କମ୍ ୬୦୦ ବକ୍ତା ନିଜର ଅଭିଭାଷଣ ରଖିବେ ଏବଂ ଏଥିରେ ବିଶ୍ବରୁ ୩୦୦୦ ଲୋକ ଭାଗନେବେ । ଏହି ଅବସରରେ ‘ଦାବୋସ ମେନିଫେଷ୍ଟୋ ୨୦୨୦’ ଲଞ୍ଚ ହେବ ।
First published: January 20, 2020, 6:56 PM IST
corona virus btn
corona virus btn
Loading