- News18 Odia
- Last Updated :
- Other, India
News18 Odia Digital
କ୍ୟୁବା ନେତାଙ୍କ ସହ ବୈଠକ ସମୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ ହୋଇପଡିଥିଲେ। ପୁଟିନଙ୍କ ହାତର ରଙ୍ଗ ବଦଳି ଯାଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତ ବାଇଗଣୀ ରଙ୍ଗରେ ହୋଇଯାଇଥିଲା। ଦ ମିରରର ରିପୋର୍ଟ ଅନୁସାରେ, କ୍ୟୁବାର ନେତା ମିଗୁଏଲ ଡିୟାଜ-କ୍ୟାନେର ୱାଇ ବରମୁଡେଜଙ୍କ ସହ ଏକ ବୈଠକ ସମୟରେ ପୁଟନ ଅସହଜ ଦେଖାଯାଉଥିଲେ। ଏହା ସହ ସେ ବସିଥିବା ଚୌକିକୁ ଜାବୁଡି ଧରିଥିବା ଦେଖିବାକୁ ମିଳିଥିଲେ।
ଏଥି ସହିତ, ଚଳିତ ମାସ ଆରମ୍ଭରେ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ହେତୁ ଭ୍ଲାଦିମିର ପୁଟିନ ଅନେକ ଗୁରୁତର ରୋଗରେ ପୀଡିତ ଅଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏଥି ସହିତ ଆମେରିକାର ଗୁପ୍ତଚର ଅଧିକାରୀମାନେ ନ୍ୟୁଜ୍ ୱିକକୁ କହିଛନ୍ତି ଯେ ଏପ୍ରିଲରେ ପୁଟିନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି ସେମାନେ ସନ୍ଦେହ କରୁଛନ୍ତି।
ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଡାକ୍ତର ଓ ପୁଟିନଙ୍କ ସମ୍ପର୍କୀୟଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୁଟିନଙ୍କର ହଜମ ପ୍ରକ୍ରିୟାରେ ଗୁରୁତର ସମସ୍ୟା ରହିଛି ଓ ଗତ କିଛି ମାସ ହେବ ସେ କଡ଼ା ଖାଦ୍ୟରେ ଥିଲେ। ଗତ ମାସରେ, ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ଭ୍ଲାଦିମିର୍ ପୁଟିନ କାଶ, ମୁଣ୍ଡ ବୁଲାଇବା, ନିଦ୍ରାହୀନତା, ପେଟ ଯନ୍ତ୍ରଣା, କ୍ରମାଗତ ବାନ୍ତି, ଓ ମାନସିକ ରୋଗ ଓ ପାର୍କିନ୍ସନ୍ (ଯେଉଁଥିରେ ହାତ କିମ୍ବା ପାଦରୁ ମସ୍ତିଷ୍କକୁ ଯାଇଥିବା ସ୍ନାୟୁ) କାମ ବନ୍ଦ କରିଦିଏ) ଶିକାର ହୋଇଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।