ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ତାଲିବାନ୍ ସରକାରରେ No. ୨ ମୁଲ୍ଲା ବରାଦରଙ୍କୁ ହତ୍ୟା କରାଗଲା କି? ଆସିଲା ଅଡି଼ଓ ମେସେଜ୍

ତାଲିବାନ୍ ସରକାରରେ No. ୨ ମୁଲ୍ଲା ବରାଦରଙ୍କୁ ହତ୍ୟା କରାଗଲା କି? ଆସିଲା ଅଡି଼ଓ ମେସେଜ୍

Taliban government No. 2 leader Mullah Abdul Ghani Baradar | କିଛି ଦିନ ତଳେ ଖବର ଆସିଥିଲା ଯେ ତାଲିବାନ ମଧ୍ୟରେ ଜବରଦସ୍ତ ଅନ୍ତଃକଳହ ଲାଗିରହିଛି । ସେହି କଳହ ଯୋଗୁଁ ଘଟିଥିବା ହିଂସାରେ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ଆହତ ହୋଇଥିବା ଖବର ଆସିଥିଲା ।

ତାଲିବାନ୍ ସରକାରରେ No. ୨ ମୁଲ୍ଲା ବରାଦରଙ୍କୁ ହତ୍ୟା କରାଗଲା କି? ଆସିଲା ଅଡି଼ଓ ମେସେଜ୍
ମୁଲ୍ଲା ଅବଦୁଲ ଘନି ବରାଦର୍
  • News18 Odia
  • Last Updated: September 13, 2021, 6:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସୋସିଆଲ ମିଡିଆରେ ନିଜ ମୃତ୍ୟୁ ଖବର ବ୍ୟାପିବା ପରେ ତାଲିବାନ (Taliban) ନେତା ମୁଲ୍ଲା ଅବଦୁଲ ଘନି ବରାଦର୍‌ (Mullah Abdul Ghani Baradar) ସେବି ଖବରକୁ ବକବାସ୍‌ ବୋଲି କହିଛନ୍ତି । ତାଲିବାନ ଦ୍ୱାରା ଜାରି କରାଯାଇଥିବା ଏକ ଅଡି଼ଓ ମେସେଜରେ ବରାଦର୍‌ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କୁ କୌଣସି ଆଘାତ ଲାଗି ନାହିଁ ।

ବରାଦରଙ୍କ ଏହି ବାର୍ତ୍ତାକୁ ତାଲିବାନ ମୁଖପାତ୍ର ମହମ୍ମଦ ନାଏମ ଟ୍ୱିଟ୍‌ କରିଛନ୍ତି । ଅସଲରେ କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ ତାଲିବାନ ମଧ୍ୟରେ ଜବରଦସ୍ତ ଅନ୍ତଃକଳହ ଲାଗିରହିଛି ଓ ସେଥି ଯୋଗୁଁ ଘଟିଥିବା ହିଂସାରେ ବରାଦର ଆହତ୍‌ ହୋଇଛନ୍ତି । ତେବେ ତାଲିବାନ ଦ୍ୱାରା ପୋଷ୍ଟ କରାଯାଇଥିବା ଅଡି଼ଓ ବାର୍ତ୍ତାର ସଠିକତା ସମ୍ପର୍କରେ ଏ ପର୍ଯ୍ୟନ୍ତ ନିଶ୍ଚିତ ସୂଚନା ମିଳିନାହିଁ।

ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ

ତାଲିବାନର କତାର କାର୍ଯ୍ୟାଳୟର ମୁଖପାତ୍ର ସୁହେଲ ଶାହିନ୍ ଏକ ଟ୍ୱିଟ୍ କରିଛନ୍ତି, ‘‘ଆଫଗାନିସ୍ତାନର ଇସଲାମିକ୍ ଏମିରେଟର ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ଅଖୁନ୍ଦ ନିଜ ମେସେଜରେ ସେ ଆଘାତ ପାଇଥିବା କିମ୍ବା ତାଙ୍କର ମୃତ୍ୟୁ ହେବାର ଆଶଙ୍କାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏସବୁ ଖବର ମିଥ୍ୟା ଓ ଭିତ୍ତିହୀନ ।’’

ଏହା ବି ପଢ଼ନ୍ତୁ | କଟକରେ ବଢ଼ିବ ନାହିଁ ଦୁର୍ଗା ମୂର୍ତ୍ତିର ଉଚ୍ଚତା; ରାଜ୍ୟରେ କଟକଣା କାଏମ୍ରହିବ ବୋଲି ସ୍ପଷ୍ଟ କଲେ ସରକାର

ଗତ ସପ୍ତାହରେ ତାଲିବାନ ଆଫଗାନିସ୍ତାନରେ (Afghanistan) ଏକ ନୂଆ ସରକାର ଘୋଷଣା କରିଥିଲା । ଏହି ସରକାରରେ ବରାଦରଙ୍କୁ ଦୁଇ ନମ୍ବର ସ୍ଥାନ (No. 2 in Taliban govt) ଦିଆଯାଇଥିଲା । କିଛି ଦିନ ପୂର୍ବ ପର୍ଯ୍ୟନ୍ତ ଅବଦୁଲ୍‌ ଘନି ବରାଦରଙ୍କ ନାମକୁ ସରକାରରେ ଶୀର୍ଷ ନେତା ଭାବରେ ଦେଖାଯାଉଥିଲା । କିନ୍ତୁ ବର୍ତ୍ତମାନ ସେ ନୂଆ ସରକାରରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଖି ବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ; SCB ବିରୋଧରେ ଆଣିଥିଲେ ଅଭିଯୋଗ

ବରାଦରଙ୍କୁ ଦୁଇ ନମ୍ବର ସ୍ଥାନ ମିଳିବା ଘଟଣାକୁ ତାଙ୍କର ପଦହାନି (demotion) ଭାବରେ ବି ଦେଖାଯାଉଛି । ଏହା ବିଷୟରେ କୁହାଯାଉଛି ଯେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇ.ଏସ.ଆଇ. ଏହା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବାସ୍ତବରେ ପଞ୍ଜଶୀର ଅଞ୍ଚଳର ପରିଚାଳନାକୁ ନେଇ ହକ୍କାନୀ ଗୃପ୍‌ ଓ ବରାଦରଙ୍କ ଗୃପ୍‌ ମଧ୍ୟରେ ବିବାଦ ହୋଇଥିଲା ।

ଏହା ବି ପଢ଼ନ୍ତୁ | BJP କର୍ମୀ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ

ବିଶ୍ୱାସ କରାଯାଉଛି ଯେ ପାକିସ୍ତାନର ପ୍ରିୟ ହକ୍କାନୀ ଗୃପ୍‌ ସହ ବିବାଦ କରିଥିବାରୁ ବରାଦରଙ୍କୁ ଆଫଗାନିସ୍ତାନରେ ନିମ୍ନ ପଦ ମିଳିଥାଇପାରେ । ଆଇ.ଏସ୍‌.ଆଇ.ର ମୁଖ୍ୟ ଫୈଜ୍‌ ହମିଦଙ୍କ କାବୁଲ ଗସ୍ତ ଭିତରେ ବି ନୂଆ ସରକାର ଘୋଷଣାର ରହସ୍ୟ ଲୁଚି ରହିଥାଇପାରେ ବୋଲି କୁହାଯାଉଛି । ଏହି କାରଣରୁ ବରାଦରଙ୍କ ବଦଳରେ ମୁଲ୍ଲା ଅଖୁନ୍ଦଙ୍କୁ ସରକାରର ମୁଖ୍ୟ ଭାବରେ ସବୁଠାରୁ ଉପଯୁକ୍ତ ବିବେଚନା କରାଯାଇଥିଲା।
Published by: Anand S.T. Das
First published: September 13, 2021, 6:54 PM IST