କଣ ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି ମୋଦୀ ସରକାର? ଜାଣନ୍ତୁ ସତ୍ୟତା

PIB Fact Check: ସୋସିଆଲ ମିଡିଆରେ ଏକ ଖବର ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେ କେନ୍ଦ୍ର ସରକାର 'ପ୍ରଧାନ ମନ୍ତ୍ର କନ୍ୟା ବିବାହ ଯୋଜନା' ଅଧୀନରେ ଝିଅ ମାନଙ୍କୁ ତାଙ୍କ ବାହାଘର ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି ।

କଣ ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି ମୋଦୀ ସରକାର? ଜାଣନ୍ତୁ ସତ୍ୟତା
କଣ ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି ମୋଦୀ ସରକାର?
  • News18 Odia
  • Last Updated: November 1, 2020, 10:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଖବର ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦାବି କରାଯାଉଛି ଯେ କେନ୍ଦ୍ର ସରକାର 'ପ୍ରଧାନ ମନ୍ତ୍ର କନ୍ୟା ବିବାହ ଯୋଜନା' ଅଧୀନରେ ଝିଅ ମାନଙ୍କୁ ତାଙ୍କ ବାହାଘର ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି । ଯେତେବେଳେ ଏହି ଖବର ଅନୁସନ୍ଧାନ କରାଗଲା, ଏହି ଦାବି ମିଥ୍ୟା ବୋଲି ଜଣାପଡିଛି । PIB ଫ୍ୟାକ୍ଟ ଚେକ୍ ଏକ ଟ୍ୱିଟ୍ ଜାରି କରି ସୂଚନା ପ୍ରଦାନ କରିଛି ଯେ ଏହି ଉପାୟରେ କାହାର ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଉନାହିଁ । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସେମାନଙ୍କ ପାଖରେ ଏଭଳି ଯୋଜନା ନାହିଁ ।

ଭାରତ ସରକାରଙ୍କ ସଂଗଠନ PIB ଏହି ଭାଇରାଲ ବାର୍ତ୍ତାର ସତ୍ୟତା ପ୍ରକାଶ କରିଛି ଓ ଏହାକୁ ପୃଥକ ଭାବରେ ପ୍ରକାଶ କରିଛି । ଆସନ୍ତୁ ଜାଣିବା ଏହି ସମ୍ବାଦରେ କେତେ ସତ୍ୟ ଅଛି ...

ଦାବି: ୟୁଟ୍ୟୁବରେ ଏକ ଭିଡିଓରେ ଦାବି କରାଯାଇଛି ଯେ କେନ୍ଦ୍ର ସରକାର 'ପ୍ରଧାନ ମନ୍ତ୍ର କନ୍ୟା ବିବାହ ଯୋଜନା' ଅଧୀନରେ ଝିଅ ମାନଙ୍କୁ ତାଙ୍କ ବାହାଘର ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି ।



ଏହି ଦାବି ଅସତ୍ୟ ଅଟେ
ଏହି ଦାବି ଅସତ୍ୟ ବୋଲି PIB ଫ୍ୟାକ୍ଟ ଚେକ୍ ଟିମ୍ କହିଛି । 'ପ୍ରଧାନ ମନ୍ତ୍ର କନ୍ୟା ବିବାହ ଯୋଜନା' ଅଧୀନରେ କେନ୍ଦ୍ର ସରକାର ଟଙ୍କା ଦେଉନାହାଁନ୍ତି ।

ସତ୍ୟତା କ’ଣ
ଭାଇରାଲ ହେବା ଖବର ସମ୍ପୂର୍ଣ୍ଣ ଅସତ୍ୟ । ସେପରି କୌଣସି ଯୋଜନା କେନ୍ଦ୍ର ସରକାର ଚଳାଉ ନାହାଁନ୍ତି । ଭାରତ ସରକାରଙ୍କ ପ୍ରେସ ଇନଫରମେସନ୍ ବ୍ୟୁରୋ (PIB) ଭାଇରାଲ ଖବରକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ କରିଛି ଯେ ଏଭଳି ଯୋଜନା ଆରମ୍ଭ ହୋଇନାହିଁ ।

ସରକାର ଏପରି କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି
କରୋନା ଯୁଗରେ ସାରା ଦେଶରେ ଯେଉଁ ପ୍ରକାରର ପରିସ୍ଥିତି ଉପୁଜିଛି ଏହାକୁ ନେଇ ଅନେକ ମିଥ୍ୟା ଖବର ଭାଇରାଲ ହେବାରେ ଲାଗିଛି । ଭାରତ ସରକାରଙ୍କ ପ୍ରେସ ଇନଫରମେସନ୍ ବ୍ୟୁରୋ ଏହି ଭାଇରାଲ ଖବରକୁ ଅସ୍ୱୀକାର କରି କହିଛି ଯେ ସରକାର ଏଭଳି ନିଷ୍ପତ୍ତି ନେଇ ନାହାଁନ୍ତି । କରୋନା ଅବଧିରେ ଏଭଳି ମିଥ୍ୟା ଖବର ପ୍ରସାରିତ ନହେବା ପାଇଁ ସରକାର ଅନେକ ଉଦ୍ୟମ ମଧ୍ୟ କରିଛନ୍ତି ।

ଆପଣ ଯଦି କୌଣସି ମେସେଜ୍ ମିଳେ ତେବେ ଫେକ୍ଟ ଚେକ୍ ମଧ୍ୟ କରିପାରିବେ
ଯଦି ଆପଣ ମଧ୍ୟ ଏହିପରି ବାର୍ତ୍ତା ମେସେଜ୍ ପାଇଥାନ୍ତି ତେବେ ଆପଣ ଏହାକୁ PIB କୁ https://factcheck.pib.gov.in/ କିମ୍ବା ହ୍ୱାଟସ୍ ଆପ୍ ନମ୍ବର +୯୧୮୭୯୯୭୧୧୨୫୯ କିମ୍ବା ଇମେଲ୍: pibfactcheck@gmail.com ରେ ପଠାଇ ପାରିବେ । ଏହି ସୂଚନା PIB ୱେବସାଇଟ୍ https://pib.gov.in ରେ ମଧ୍ୟ ଉପଲବ୍ଧ ।
Published by: Jagdish Barik
First published: November 1, 2020, 10:55 AM IST
corona virus btn
corona virus btn
Loading