ସାଥୀଙ୍କ ସାମ୍ନାରେ ହସ୍ତମୈଥୁନ କରିବା ଉଚିତ୍ କି? ପଢ଼ନ୍ତୁ ଏକ୍ସପର୍ଟଙ୍କ ମତ
ଆପଣଙ୍କ ସାଥୀଙ୍କ ସାମ୍ନାରେ ହସ୍ତମୈଥୁନ କରିବା ଅସ୍ୱାଭାବିକ କିମ୍ବା ଅତ୍ୟଧିକ 'ହଟ୍' ଏହାକୁ ଆପଣଙ୍କ ସାଥୀ କିପରି ଗ୍ରହଣ କରୁଛନ୍ତି ତାହା ଉପରେ ନିର୍ଭର କରିବ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: January 4, 2021, 5:33 PM IST
ପ୍ରଶ୍ନ ୩୨- କଣ ମୁଁ ମୋର ସାଥୀଙ୍କ ସାମ୍ନାରେ ହସ୍ତମୈଥୁନ କରିପାରିବି?
ଅନେକ ଲୋକ ବିଶ୍ୱାସ କରନ୍ତି ଯେ ସେକ୍ସ ସମୟରେ ହସ୍ତମୈଥୁନ ମିଶ୍ରଣ କରିବା ଦ୍ୱାରା ଏହାକୁ ଅଧିକ ଆକର୍ଷଣୀୟ ଓ ରୋମାଞ୍ଚକର କରିଥାଏ । ଏହା କିଙ୍କର ଏକ ଅଂଶ ହୋଇପାରେ ଯେଉଁଥିରେ ଆପଣ ନିଜ ସାଥୀଙ୍କୁ BDSM ଅଧୀନରେ ଆପଣଙ୍କ ସାମ୍ନାରେ ହସ୍ତମୈଥୁନ କରିବାକୁ କହିପାରିବେ କିମ୍ବା ଆପଣଙ୍କ ସାଥୀ ହସ୍ତମୈଥୁନ କରୁଛନ୍ତି ବୋଲି ଦର୍ଶାଇ ପାରିବେ ଓ ଆପଣ ତାଙ୍କୁ ଏହା କରିବାର ଧରିନେଇଥିବେ । ଅନେକ ଥର ଆପଣଙ୍କ ସାଥୀ ହସ୍ତମୈଥୁନ ଦେଖିବା ଦ୍ୱାରା ସେ କିପରି ସ୍ପର୍ଶ କରିବାକୁ ପସନ୍ଦ କରନ୍ତି ଓ କେଉଁ ଯୌନ କାର୍ଯ୍ୟକଳାପ ତାଙ୍କୁ ପସନ୍ଦ କରନ୍ତି ତାହା ଦର୍ଶାଇ ଥାଏ ।
ଯଦିଓ ସାଧାରଣତଃ ଦମ୍ପତିମାନେ ଏକ ଅତି ସଂକୀର୍ଣ୍ଣ ସ୍ଥାନରେ ରୁହନ୍ତି । ଯେଉଁଠାରେ ଘରେ ପର୍ଯ୍ୟାପ୍ତ ସ୍ଥାନ ନଥାଏ । ଫଳରେ ସେମାନେ ସାଥୀଙ୍କୁ ସାମ୍ନାରେ ହସ୍ତମୈଥୁନ କରିବାକୁ ବାଧ୍ୟ ହୁଅନ୍ତି । ହସ୍ତମୈଥୁନ କରିବା ଅସନ୍ତୁଷ୍ଟ ସେକ୍ସର ଲକ୍ଷଣ ନୁହେଁ । ଅନେକ ଥର ଆପଣଙ୍କ ସାଥୀ ସେକ୍ସ ଇଚ୍ଛା କରନ୍ତି ନାହିଁ କିନ୍ତୁ ଆପଣ ଉତ୍ସାହିତ ହୁଅନ୍ତି । ତେଣୁ ଯଦି ଆପଣ ହସ୍ତମୈଥୁନ କରନ୍ତି ଏହା ସମ୍ପୂର୍ଣ୍ଣ ସ୍ୱାଭାବିକ ଓ ଭଲ ଅଟେ । ଆପଣ କିମ୍ବା ଆପଣଙ୍କ ସାଥୀ ଏଥିପାଇଁ ଲଜ୍ଜିତ ହେବା ଆବଶ୍ୟକ ନୁହେଁ ।
ଅନ୍ୟ ପଟେ ଅନେକ ଥର କାହାକୁ ହସ୍ତମୈଥୁନ କରୁଥିବାର ଦେଖିବା ଭଲ ନୁହେଁ ଓ ସେ ମଧ୍ୟ ସେହି ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ ଯେଉଁଠାରେ କେହି ହସ୍ତମୈଥୁନ କରି ଚାଲିଥାନ୍ତି । ତାଙ୍କୁ ଏହା ଠିକ ଲାଗେ ନାହିଁ ଓ ଏହାକୁ ନିଜର ଗୋପନୀୟତାରେ ଏକ ହସ୍ତକ୍ଷେପ ବୋଲି ବିବେଚନା କରନ୍ତି । ଯାହାକୁ ସମ୍ମାନ କରିବା ଆପଣଙ୍କର ଦାୟିତ୍ୱ ଅଟେ ।