କୁକୁଡ଼ା ପକ୍ଷୀ ନା ପଶୁ? ହାଇ କୋର୍ଟରେ ପହଞ୍ଚିଲା ମାମଲା, ମିଳିଲା ଜବାବ

ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣୁଛୁ ଯେ ପ୍ରଥମେ କିଏ ଆସିଲା, କୁକୁଡ଼ା ନା ଅଣ୍ଡା? ଏବେ ଆଉ ଏକ ପ୍ରଶ୍ନ ଆସିଛି କୁକୁଡ଼ା ପଶୁ ନା ପକ୍ଷୀ?

କୁକୁଡ଼ା ପକ୍ଷୀ ନା ପଶୁ?

କୁକୁଡ଼ା ପକ୍ଷୀ ନା ପଶୁ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଗୁଜୁରାଟ: ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣୁଛୁ ଯେ ପ୍ରଥମେ କିଏ ଆସିଲା, କୁକୁଡ଼ା ନା ଅଣ୍ଡା? ଏହି ପ୍ରଶ୍ନ ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଏକ ପଜଲ୍ ହୋଇ ରହିଛି। ବର୍ତ୍ତମାନ ଲୋକମାନେ ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି, କୁକୁଡ଼ା ପଶୁ ନା ପକ୍ଷୀ? ଏହି ପ୍ରଶ୍ନର ଉତ୍ତର ଦେବାକୁ ବୁଧବାର ଗୁଜୁରାଟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।

ନିକଟରେ ଗୁଜୁରାଟ ହାଇକୋର୍ଟରେ Animal Welfare Foundation ଓ ଅହିଂସା ମହାସଂଘଙ୍କ ଦ୍ୱାରା ଏକ ପିଟିସନ ଦାଖଲ କରାଯାଇଥିଲା। ହାଇକୋର୍ଟରେ ଏହା ଉପରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ଦୋକାନରେ କୁକୁଡ଼ା ମାରିବାକୁ କୋର୍ଟ ନିଷିଦ୍ଧ କରିଥିଲେ। କୋର୍ଟର ଏହି ନିଷ୍ପତ୍ତି ଆସିବା ମାତ୍ରେ ଗୁଜରାଟର ଅନେକ ବଡ ସହରରେ ସ୍ଥାନୀୟ ପ୍ରଶାସନ ମାଂସ ଦୋକାନ ବନ୍ଦ କରିଦେଇଥିଲେ। ସେବେଠାରୁ ମାଂସ ବିକ୍ରି କରୁଥିବା ଦୋକାନୀମାନେ ବହୁତ ରାଗିଯାଇଥିଲେ।

ଏଥି ସହିତ କୁକୁଡ଼ା ବ୍ୟବସାୟୀ ଓ ଚିକେନ୍ ଦୋକାନ ମାଲିକମାନେ ବର୍ତ୍ତମାନ କୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ସବୁଠାରୁ କୌତୁହଳର ବିଷୟ ହେଉଛି ବୁଧବାର କୋର୍ଟର ପ୍ରଥମ ଶୁଣାଣି ଚାଲିଛି। ଏହି ସମୟରେ, ଗୋଟିଏ ପକ୍ଷ ପ୍ରଶ୍ନ ଉଠାଇଲା କେଉଁ ଶ୍ରେଣୀରେ କୁକୁଡ଼ାକୁ ରଖାଯିବ। ତାକୁ ପଶୁ କିମ୍ବା ପକ୍ଷୀ ଭାବରେ ବିବେଚନା କରାଯିବା ଉଚିତ୍। କୁକୁଡ଼ାମାନଙ୍କୁ କେବଳ ସ୍ଲୋଟର ହାଉସରେ ମରାଯାଉ ବୋଲି ଆବେଦନକାରୀମାନେ ଦାବି କରିଛନ୍ତି। ଯେଉଁଠାରେ କୁକୁଡ଼ା ବ୍ୟବସାୟୀ ଓ ଚିକେନ୍ ଦୋକାନର ମାଲିକ ଏହାକୁ ବିରୋଧ କରୁଛନ୍ତି। ଏହି ଦାବି ବ୍ୟବହାରିକ ନୁହେଁ ବୋଲି ସେ କୋର୍ଟଙ୍କୁ କହିଛନ୍ତି।

SAHARA INDIA: ଆଜି ସଜାଡ଼ି ରଖନ୍ତୁ ୧୪ଟି ଡକ୍ୟୁମେଣ୍ଟ; ନଥିଲେ ହାତରୁ ଯିବ ସାହାରା ଟଙ୍କା

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଲୋଟର ହାଉସରେ ପଶୁମାନଙ୍କୁ କାଟିବାର ଅଧିକାର ମିଳିଛି। ପ୍ଲତ୍ରୀ ହାଉସକୁ ମଧ୍ୟ ଏହା ଅଧୀନରେ ଆଣିବା ଦରକାର।
Published by:Soumya Das
First published: