ଇରାନର ସର୍ବୋଚ୍ଚ ନେତା ଖାମେନଇଙ୍କ ଭାରତ ପ୍ରେମ: ହିନ୍ଦୀ ଭାଷାରେ ଖୋଲିଲେ ଟ୍ୱିଟର୍‌ ଆକାଉଣ୍ଟ୍‌

ଉତ୍ତର ପ୍ରଦେଶର ବାରାବାଙ୍କି ସହ ଆୟତୋଲ୍ଲା ଅଲି ଖାମେନଇଙ୍କ ଏକ ବିଶେଷ ସମ୍ପର୍କ ଅଛି । ତାଙ୍କ ଜେଜେବାପା ସୟଦ ଅହମ୍ମଦ ମାସୁଭି ଏଠାକାର ବାସିନ୍ଦା ଥିଲେ । ଖାମେନଇଙ୍କର ଭାରତ ସହ ସମ୍ପର୍କ ଥିବାରୁ ତାଙ୍କ ଉପରେ ଭାରତୀୟ ଏଜେଣ୍ଟ ବୋଲି ଆରୋପ ଲଗାଯାଇଥିଲା ।

ଇରାନର ସର୍ବୋଚ୍ଚ ନେତା ଖାମେନଇଙ୍କ ଭାରତ ପ୍ରେମ: ହିନ୍ଦୀ ଭାଷାରେ ଖୋଲିଲେ ଟ୍ୱିଟର୍‌ ଆକାଉଣ୍ଟ୍‌
ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ସୟିଦ ଅଲି ଖାମେନେଇ (ଫାଇଲ ଫଟୋ)
  • News18 Odia
  • Last Updated: August 10, 2020, 1:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ତେହେରାନ: ଇରାନର (Iran) ସର୍ବୋଚ୍ଚ ନେତା ଆୟତୋଲ୍ଲା ସୟଦ ଅଲି ଖାମେନଇ (Ayatollah Sayyid Ali Khamenei) ହିନ୍ଦୀ ଭାଷାରେ ନିଜର ପ୍ରେମ ବ୍ୟକ୍ତ କରି ହିନ୍ଦୀରେ ଏକ ଟ୍ୱିଟର (Twitter) ଆକାଉଣ୍ଟ ଖୋଲିଛନ୍ତି। ସେ ପାର୍ସୀ, ଆରବୀ, ଉର୍ଦ୍ଦୁ, ଫରାସୀ, ସ୍ପାନିଶ, ରୁଷିଆନ ଓ ଇଂରାଜୀ ପରି ଅନ୍ୟ ଭାଷାରେ ମଧ୍ୟ ଆକାଉଣ୍ଟ ଖୋଲିଛନ୍ତି। ଆୟତୋଲ୍ଲା ଅଲି ଖାମେନଇ (Ayatollah Sayyid Ali Khamenei) ଇରାନର ସର୍ବୋଚ୍ଚ ନେତା ଭାବରେ ବିବେଚିତ ହୋଇଛନ୍ତି। ଭାରତର ୟୁପିରେ ବାରବାଙ୍କି ସହିତ ଆୟତୋଲ୍ଲା ଅଲି ଖାମେନେଙ୍କର ଏକ ବିଶେଷ ସମ୍ବନ୍ଧ ଅଛି । ତାଙ୍କ ଜେଜେ ବାପା ସୟଦ ଅହମ୍ମଦ ମାସୁଭି (Syed Ahmed Masuvi) ଏହି ଠାରୁ ରହୁଥିଲେ ।

୧୮୩୦ ମସିହାରେ  ଆୟତୋଲ୍ଲା ଖାମେନଇଙ୍କ (Ayatollah Khamenei) ଜେଜେବାପା ସେହି ସମୟରେ ଆୱାଦର ନବାବଙ୍କ ସହ ଇରାନ ଓ ଇରାକକୁ ଯାଇଥିଲେ। ସୟଦ ଅହମ୍ମଦ ମାସୁଭି (Syed Ahmad Masuvi) ଇରାନର ଖାମନେନି ଗାଁକୁ ଏତେ ପସନ୍ଦ କରିଥିଲେ ଯେ ସେ ସେଠାରେ ରହିଯାଇଥିଲେ ଓ ଭାରତକୁ ଫେରି ନଥିଲେ। ଏହା ପରେ, ତାଙ୍କ ପିଢ଼ିରେ ଖାମେନେଇ ନାମ ଏକ ଉପନାମ ଭାବରେ ବ୍ୟବହାର ହେବାକୁ ଲାଗିଲା। ଧୀରେ ଧୀରେ ଏହି ପିଢ଼ି ଇରାନର ସବୁଠାରୁ ଶକ୍ତିଶାଳୀ ଲୋକଙ୍କ ମଧ୍ୟରେ ଗଣାଯାଇଥିଲା ।

ଆୟତୋଲ୍ଲା ଅଲି ଖାମେନଇ (Ayatollah Sayyid Ali Khamenei) ମଧ୍ୟ ଭାରତ ସହ ଜଡିତ ଥିବାରୁ ଜଣେ ଭାରତୀୟ ଏଜେଣ୍ଟ ବୋଲି ତାଙ୍କୁ ଆରୋପ ଲଗା ଯାଇଥିଲା। ଏହା ସେହି ସମୟ ଥିଲା ଯେତେବେଳେ ଇରାନ ରାଜା ମହମ୍ମଦ ରଜା ଶାହ ପହଲଭିଙ୍କ (Mohammad Raza Shah Pahlavi) ଦ୍ୱାରା ଶାସିତ ହେଉଥିଲା। ଆୟତୋଲ୍ଲା ଅଲି ଖାମେନଇଙ୍କ ବଢୁଥିବା ଶକ୍ତିକୁ ଆମେରିକା ପସନ୍ଦ ବି କରେ ନାହିଁ । ଆମେରିକା ଇରାନରେ ନିଜ ପସନ୍ଦର ସରକାର ଗଠନ କରିବାକୁ ଚାହୁଁଛି କିନ୍ତୁ ଆୟତୋଲ୍ଲା ଅଲି ଖାମେନଇଙ୍କ ଯୋଗୁଁ ଏହା ସହଜ ହେବ ନାହିଁ।

ଆୟତୋଲ୍ଲା ସୟିଦ ଅଲି ଖାମେନେଇଙ୍କ ହିନ୍ଦୀ ଟ୍ୱିଟର୍‌ ଆକାଉଣ୍ଟ୍‌


୧୯୬୩ ମସିହାରେ ଯେତେବେଳେ ଇରାନରେ ହ୍ୱାଇଟ ବିପ୍ଳବ ଘୋଷଣା କରାଯାଇଥିଲା ସେତେବେଳେ ଏହାକୁ ବହୁଳ ଭବେ ବିରୋଧ କରିବା ଆରମ୍ଭ ହୋଇଥିଲା। ଏହି ବିରୋଧର ନେତୃତ୍ୱ ନେଉଥିଲେ ଖାମେନେ। ଯାହା ରାଜାଙ୍କୁ କ୍ରୋଧିତ କରିଥିଲା ଓ ସେ ୧୯୬୪ ମସିହାରେ ଖାମେନେଙ୍କୁ ବହିଷ୍କାର କରିଥିଲେ। ଏହା ପରେ ଆୟତୋଲ୍ଲା ଅଲି ଖାମେନେଇ ଫ୍ରାନ୍ସକୁ ଚାଲି ଯାଇଥିଲେ । କିନ୍ତୁ ତାଙ୍କର ଲୋକପ୍ରିୟତା ହ୍ରାସ ପାଇ ନଥିଲା ।

ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ଅମିତାଭ୍‌ ବଚ୍ଚନ ଭିଡିଓ ସେୟାର କଲେ

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ମୃତ୍ୟୁ: ରିୟାଙ୍କ ଭାଇ ସୌଭିକଙ୍କୁ EDର ମାରାଥନ୍‌ ଜେରା; ଆଜି ପୁଣି ରିୟାଙ୍କ ଜେରା ହେବ



କୁହାଯାଏ ଯେ ଇରାନରେ ତାଙ୍କ ବିନା ପତ୍ର ବି ହଲି ନ ଥାଏ। ଏହାର କାରଣ ହେଉଛି ପରିବର୍ତ୍ତିତ ଇରାନର ଉଭୟ ଦଶା ଓ ଦିଶା ଆୟତୋଲ୍ଲା ଅଲି ଖାମେନେଙ୍କ ହାତରେ ବୋଲି ବିବେଚନା କରାଯାଏ ।
Published by: Jagdish Barik
First published: August 10, 2020, 1:28 PM IST
corona virus btn
corona virus btn
Loading