News18 Odia Digital
Iran Protest: ହିଜାବକୁ ନେଇ ଇରାନରେ ବିବାଦ ଗଭୀର ହୋଇଛି। ମହିଳାମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଥିବାର ନଜର ଆସୁଛ୍ତି। ସହରରେ ଉତ୍ତେଜନା ଦେଖାଦେଇଛି। ଇରାନରେ ହିଜାବ ପିନ୍ଧିବାର କଡ଼ା ନିୟମ ସତ୍ତ୍ବେ ମହିଳାମାନେ ହିଜାବ ବାହାର କରି ଅନେକ ସ୍ଥାନରେ ହିଜାବ ଜାଳି ବିରୋଧ କରୁଛନ୍ତି।
ଅନେକ ସ୍ଥାନରେ ମହିଳାମାନେ ମଧ୍ୟ ଏହାର ପ୍ରତିବାଦରେ କେଶ ନିଜ ନିଜ କେଶ କାଟୁଥିବାର ନଜର ଆସୁଛନ୍ତି। ମହସା ଆମିନୀଙ୍କ ମୃତ୍ୟୁ ପରେ, ଏପରି ଏକ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବିବାଦ ବର୍ତ୍ତମାନ ବିଦେଶରେ ମଧ୍ୟ ଦେଖିବାକୁ ମିଳିଲାଣି।
ଅଧିକାର ପାଇଁ ଏହି ସଂଗ୍ରାମରେ ଇରାନ ଜଳୁଛି। ତେବେ ଇରାନ ଏହାକୁ ଘରୋଇ ପ୍ରସଙ୍ଗ ବୋଲି କହି ହିଜାବ ବିରୋଧରେ ବିଶ୍ୱରେ ବଢୁଥିବା ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛି।
ଇରାନରେ ହିଜାବ ବିରୋଧରେ ଯୁଦ୍ଧଇରାନରେ ୨୨ ବର୍ଷୀୟା ଯୁବତୀ ମହସା ଆମିନୀଙ୍କୁ ଗତ ୧୩ ତାରିଖ ଦିନ ହିଜାବ ପିନ୍ଧି ନ ଥିବାରୁ ପୋଲିସ ଗିରଫ କରିଥିଲା। ଅଭିଯୋଗ ହୋଇଛି ଯେ ପୋଲିସ ହେପାଜତରେ ମହିଳାଙ୍କ ମୃତ୍ୟୁ ଘଟିଛି।
ଏହି ଘଟଣା ପରେ ମହିଳାମାନେ ଡ୍ରେସ୍ କୋଡ୍ ଲଗାଇଥିବା ଲୋକଙ୍କ ବିରୋଧରେ 'ନୋ ହିଜାବ' ଅଭିଯାନ ଆରମ୍ଭ କରିଥିଲେ। ମହିଳାମାନେ ହିଜାବ ଉଡ଼ାଇବା ଓ ଅନେକ ସ୍ଥାନରେ ହିଜାବ ଜଳାଇଥିବାର ନଜର ଆସିଛୁ। ମହିଳାମାନେ ନିଜ ହାତରେ ନିଜ ନିଜ କେଶ ମଧ୍ୟ କାଟୁଥିବାର ନଜର ଆସୁଛନ୍ତି।
ମହସା ଆମିନୀ କିପରି ମରିଗଲେ?୨୨ ବର୍ଷୀୟ ମେହସା ଆମିନୀଙ୍କ ହିଜାବ ନ ପିନ୍ଧିଥିବାରୁ ଗତ ୧୩ରେ ପୋଲିସ ଗିରଫ କରିଥିଲା ଓ ପୋଲିସ ତାଙ୍କୁ ମାଡ଼ ମଧ୍ୟ ମାରିଥିଲା। ଏହା ପରେ ସେ କୋମାରେ ଥିଲେ, ତିନି ଦିନ ପରେ ମହସା ଆମିନୀଙ୍କ ମୃତ୍ୟୁ ହୋଇଥିଲା।
ମହସା ଆମିନୀ ପରିବାର ସହିତ ତେହେରାନ ପରିଦର୍ଶନ କରିବାକୁ ଯାଇଥିଲେ, କିନ୍ତୁ ହିଜାବ ନ ପିନ୍ଧିବା ଦ୍ୱାରା ତାଙ୍କ ଜୀବନ ଚାଲିଯିବ ବୋଲି କେହି ଜାଣିନଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ମଙ୍ଗଳବାର ଦିନ ଧାର୍ମିକ ବ୍ୟାପାର ପୋଲିସ ହିଜାବ ନ ପିନ୍ଧିବାରୁ ମହସା ଆମିନୀଙ୍କୁ ଗିରଫ କରିଥିଲା।
ଏହି ଅଭିଯୋଗକୁ ଇରାନ ପୋଲିସ ଅସ୍ୱୀକାର କରିଛିତେବେ ଇରାନ ପୋଲିସ ଏହି ଅଭିଯୋଗକୁ ଅସ୍ୱୀକାର କରୁଛି। ପୋଲିସ କହିଛି ଯେ ହୃଦଘାତରେ ମହସା ଆମିନୀଙ୍କ ମୃତ୍ୟୁ ଘଟିଛି। ମହସା ଆମିନୀଙ୍କ ମୃତ୍ୟୁ ଇରାନରେ ମାନବିକ ଅଧିକାର ଓ ମହିଳାଙ୍କ ସ୍ୱାଧୀନତା ପ୍ରସଙ୍ଗକୁ ପୁଣି ଥରେ ଉଠାଇଛି ସମଗ୍ର ବିଶ୍ୱରେ ସମାଲୋଚନା ଇରାନ ସରକାରଙ୍କୁ ଏହି ଘଟଣାର ଗମ୍ଭୀରତା ବିଷୟରେ ଧାରଣା ଦେଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଇବ୍ରାହିମ ରାଇସି ମହସା ଆମିନୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।