ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସୁଲେମାନୀର ମୃତ୍ୟୁ ପରେ ଆମେରିକାକୁ ତା’ ଝିଅର ଚେତାବନୀ: ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି

ସୁଲେମାନୀର ମୃତ୍ୟୁ ପରେ ଆମେରିକାକୁ ତା’ ଝିଅର ଚେତାବନୀ: ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି

ଯୁଦ୍ଧ ପାଇଁ ସଜବାଜ ହେଉଥିବା ଇରାନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୫୬୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ସେପଟେ ସୁଲେମାନୀର ଝିଅ କହିଲେ ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି ।

ସୁଲେମାନୀର ମୃତ୍ୟୁ ପରେ ଆମେରିକାକୁ ତା’ ଝିଅର ଚେତାବନୀ: ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି
କମାଣ୍ଡର କାସୀମ ସୁଲେମାନୀର ଝିଅ ଜେନାବ ସୁଲେମାନୀ
  • News18 Odia
  • Last Updated: January 7, 2020, 2:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ତେହେରାନ୍‌: ଇରାନ୍‌ର ସେଲିବ୍ରିଟୀ ତଥା କମାଣ୍ଡର କାସୀମ୍‌ ସୁଲେମାନୀର ମୃତ୍ୟୁ ପରେ ଏବେ ଦିନକୁ ଦିନ ବିଗୁଡୁଛି ସ୍ଥିତି । ପ୍ରତିଶୋଧ ପାଇଁ ଚାହିଁ ବସିଛି ଇରାନ୍‌ । ଏନେଇ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହାୟତା ନେଉଛି । ସେପଟେ ଦୁଖରେ ମ୍ରିୟମାଣ ଝିଅ ଜେନାବ ସୁଲେମାନୀ କଡ଼ା ଶଦ୍ଦରେ ଆମେରିକାକୁ ଚେତାବନୀ ଦେଇଛନ୍ତି । ଆମେରିକା ପାଇଁ ଦୁର୍ଦ୍ଦିନ ଆସୁଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ପ୍ରତିଶୋଧର ନିଆଁରେ ଜଳୁଛି ଇରାନ୍‌ । ସୁଲେମାନୀ ମୃତ୍ୟୁର ନେବ ପ୍ରତିଶୋଧ । ସୋମବାର ସୁଲେମାନୀର ମୃତଦେହକୁ କବର ଦିଆଯାଉଥିବା ବେଳେ ଇରାନର ସରକାରୀ ଟିଭି ଚ୍ୟାନେଲରେ ତାହା ସିଧାପ୍ରସାରଣ ହୋଇଥିଲା । ପରେ ଇରାନ୍‌ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଣ୍ଡ ପାଇଁ ୮୦ ନିୟୁତ ଡଲାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଯାହାକି ଭାରତୀୟ ମୁଦ୍ରାରେ ୫୬୦ କୋଟି ଟଙ୍କା ।

ମୃତ କମାଣ୍ଡର ସୁଲେମାନୀଙ୍କୁ କବର ଦିଆଯାଉଥିବାର ଫୋଟ


ତେବେ ବଡ଼ କଥା ହେଲା ଇରାନ୍‌ର ଲୋକସଂଖ୍ୟା ୮୦ ନିୟୁତ ଥିବା ବେଳେ ପ୍ରତି ଇରାନବାସୀଙ୍କ ୧ ଡଲାର ହିସାବରେ ଅର୍ଥରାଶି ଘୋଷଣା କରାଯାଇଛି ।

ଅନ୍ୟପଟେ ବାପାଙ୍କ ମୃତ୍ୟୁରେ ବିଚଳିତ ଝିଅ ଜେନାବ୍‌ ସୁଲେମାନୀ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ‘ଆମେରିକା ପାଇଁ ଖୁବଶୀଘ୍ର ଦୁର୍ଦ୍ଦିନ ଆସୁଛି’ ।

ଟ୍ରମ୍ପ ତାଙ୍କ ବାପାଙ୍କୁ ହତ୍ୟା କରି ସବୁ କିଛି ଶେଷ କରି ଦେଇନି । ଏହି ଘଟଣା ଆମେରିକା ପାଇଁ ଦୁର୍ଦ୍ଦିନ ଆଣିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜେନାବ୍‌ ସୁଲେମାନୀ ।

ସୂଚନା ଥାଉକି ଡିସେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ବାଗ୍‌ଦାଦ ବିମାନ ବନ୍ଦର ନିକଟରେ କୁର୍ଦସ୍‌ ବାହିନୀ କମାଣ୍ଡର କାସୀମ୍‌ ସୁଲେମାନୀଙ୍କୁ ହତ୍ୟା କରାଯାଇଥିଲା ।
Published by: Sibanava Panda
First published: January 7, 2020, 2:14 PM IST