ଇରାନ କହିଲା ସତ: ୧୭୬ ଯାତ୍ରୀ ଥିବା ୟୁକ୍ରେନ ପ୍ଲେନ୍‌କୁ ଭୁଲରେ ମିସାଇଲ ମାରି ଖସେଇଥିଲା; ୧୭୬ ମରିଥିଲେ

ୟୁକ୍ରେନ ବିମାନ ଦୁର୍ଘଟଣାରେ ବୋଇଂ ୭୩୭-୮୦୦ ତେହେରାନ ଏୟାରପୋର୍ଟରୁ ୮ତାରିଖରେ ବାହାରିଥିବାବେଳେ ମାତ୍ର ଅଳ୍ପ ସମୟପରେ ଏହା ଦୁର୍ଘଟଣାର ଶିକାର ହୋଇଯାଇଥିଲା । ତେବେ ଇରାନ ଏବେ ସ୍ବିକାର କରିଛି କି ବିମାନକୁ ଖସାଇବା ଏକ ମନୁଷ୍ୟକୃତ ତ୍ରୁଟି ଥିଲା ।

ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ ବିମାନର ଅବଶେଷ (ରଏଟର୍ସ୍‌)

ୟୁକ୍ରେନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ ବିମାନର ଅବଶେଷ (ରଏଟର୍ସ୍‌)

  • Share this:
News18 Odia Digital

ୱାଶିଂଟନ: ଗତ ୮  ତାରିଖରେ ତେହେରାନ ଏୟାରପୋର୍ଟରେ ୟୁକ୍ରେନ ଏକ ବିମାନ ଦୁର୍ଘଟଣାର ସିକାର ହୋଇଯିବାରୁ ଏଥିରେ ଥିବା ସମସ୍ତ ୧୭୬ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଏହି ଦୁର୍ଘଟଣା ନେଇ ଏବେ ପୁଣି ଏକ ନୂଆ ଟୁଇଷ୍ଟ ଆସିଛି । ଇରାନର ଏକ ଟିଭି ସେନା ତରଫରୁ ଜାରି ଏକ ବୟାନରେ ଦାବି କରାଯାଉଛି କି ଇରାନ ଭୁଲରେ ଏକ ମିଜାଇଲ ଏହି ବିମାନ ଉପରେ ଆକ୍ରମଣ କରିଥିଲା ଫଳରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ୧୧ତାରିଖ ସକାଳେ ଏକ ବୟାନ ଜାରି କରାଯାଇ ଏହାକୁ ଏକ ମନୁଷ୍ୟକୃତ ତ୍ରୁଟି ବୋଲି କୁହାଯାଇଛି ।

ଏହି ଦୁର୍ଘଟଣାକୁ ନେଇ ଏକ ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସିଛି । ଆମେରିକାର ଦୁଇ ମିଡିଆ ଗୃପ ‘ସିଏନ୍ଏନ୍’ ଏବଂ ‘ନୁୟର୍କ ଟାଇମ୍ସ’କୁ ଇରାନର ନାରିମନ ଗାରିବ ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପଠାଇଛନ୍ତି । ଏହି ଭିଡିଓରେ ଆକାଶରେ ଏକ ଆଲୋକ ନଜର ଆସୁଥିବାନେଇ ନଜର ଆସୁଛି ଏବଂ ପରେ ଅଚାନକ ଏକ ଭୟଙ୍କର ବିସ୍ଫୋଟ ହେଉଛି । ଏହି ଭିଡିଓରେ ଏକ ବିଲଡିଂ ମଧ୍ୟ ଦେଖାଯାଉଛି । ଏହି ବିଲଡିଂ ତେହେରାନର ପାରନ୍ଦ ଅଞ୍ଚଳର ଅବସ୍ଥିତ । ଏଥିରେ ଦାବି କରାଯାଇଛି କି ଇରାନ ଭୁଲରେ ଏହି ବିମାନ ଉପରେ ଟାର୍ଗେଟ କରି ଆକ୍ରମଣ କରାଯାଇଛି  ।

ଆମେରିକା ପ୍ରଥମରୁ ଇରାନ ଭୁଲରେ ଏହି ୟୁକ୍ରେନ ବିମାନ ଉପରେ ଆକ୍ରମଣ କରିଛି ବୋଲି ଦାବି କରିଆସୁଥିଲା । ଆମେରିକା ଅଧିକାରୀ ଲଗାତାର ଏହି ଘଟଣା ଉପରେ ସାଟେଲାଇଟ, ରାଡାର ଏବଂ ଇଲେକ୍ଟ୍ରୋନିକ ଡାଟାର ଯାଞ୍ଚ କରୁଥିଲେ । ଆମେରିକା ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଥିଲା କି ୟୁକ୍ରେନ ବିମାନ ଉପରେ ଇରାନ ଆଣ୍ଟି ଏୟାରକ୍ରାଫ୍ଟ ମିଜାଇଲ ଫାୟାର କରିଛି । ମିଳିଥିବା ସୂଚନା ଅନୁସାରେ ବାଗଦାଦରେ ଇରାନ ମିଜାଇଲ ଆକ୍ରମଣ କରିବା ପରେର ଇରାନର ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ ଏକ୍ଟିଭ କରିଥିଲା ।

ଏହି ଘଟଣା ଉପରେ କାନାଡ଼ା ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଦାବି କରିଥିଲେ କି ଇରାନ ଭୁଲରେ ଏହି ଆକ୍ରମଣ କରିଛି । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୃଡୋ କହିଥିଲେ ଏନେଇ ପ୍ରମାଣ ମିଳିଛି ଯେ, ଇରାନର ମିଜାଇଲ ୟୁକ୍ରେନର ଯାତ୍ରୀ ବିମାନକୁ ଘୁଳରେ ଆକ୍ରମଣ କରିଥିଲା । ନ୍ୟୁଜ ଏଜେନ୍ସି ଏଏଫପି ଅନୁସାରେ ୟୁକ୍ରେନର ମନ୍ତ୍ରୀ ବିମାନ ଦୁର୍ଘଟଣାର ଯାଞ୍ଚ ଲାଗି ଆମେରିକାର ବିନାସର୍ତ୍ତ ସମର୍ଥନ ମାଗିଛନ୍ତି ।

ବୋଇଂ ୭୩୭-୮୦୦ ବିମାନକୁ ସବୁ ଠାରୁ ସୁରକ୍ଷିତ ବିମାନ କୁହାଯାଇଥାଏ । ସେଫ୍ଟି ମାମଲାରେ ଏହାର ରେକର୍ଡ଼ ଭଲ ରହିଛି । ଏହି ବିମାନକୁ ୨୦୧୬ରେ ନିର୍ମାଣ କରାଯାଇଥିଲା । ଏହା ମଧ୍ୟରେ ୟୁକ୍ରେନ ସ୍ବୀକାର କରିଛି କି କୌଣସି ଭୁଲ କାରଣରୁ ଏହି ଦୁର୍ଘଟଣା ଘଟିନି । ଦୁଇଜଣ ପାଇଲଟଙ୍କର ୧୧ ହଜାର ଘଣ୍ଟାରୁ ବି ଅଧିକ ଅନୁଭବ ରହିଛି । ତେଣୁ ଆକ୍ରମଣ ନେଇ ସନ୍ଦେହ ପ୍ରକାଶ ପାଇଥିଲା ।
Published by:Durgamadhab Rath
First published: