ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଲଜ୍ଜା! ଦିଲ୍ଲୀରେ ଆମ୍ବୁଲାନ୍ସ ୪ କିମି ପାଇଁ ୧୦ ହଜାର ଟଙ୍କା ନେଲା; ଆଇପିଏସ୍ ସେୟାର କଲେ ରସିଦ

ଲଜ୍ଜା! ଦିଲ୍ଲୀରେ ଆମ୍ବୁଲାନ୍ସ ୪ କିମି ପାଇଁ ୧୦ ହଜାର ଟଙ୍କା ନେଲା; ଆଇପିଏସ୍ ସେୟାର କଲେ ରସିଦ

ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା (Arun Bothra) ଦେଶକୁ ହଲାଇ ଦେବା ଭଳି ଏକ ଫଟୋ ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି, "ଦିଲ୍ଲୀରେ ୪ କିଲୋମିଟର ପାଇଁ ୧୦,୦୦୦ ଟଙ୍କା ଆମ୍ବୁଲାନ୍ସର ଭଡା । ଦୁନିଆ ଆମକୁ ଦେଖୁଛି । ନା କେବଳ ବିନାଶ ବରଂ ଆମର ନୈତିକ ମୂଲ୍ୟବୋଧ ମଧ୍ୟ ।"

ଲଜ୍ଜା! ଦିଲ୍ଲୀରେ ଆମ୍ବୁଲାନ୍ସ ୪ କିମି ପାଇଁ ୧୦ ହଜାର ଟଙ୍କା ନେଲା; ଆଇପିଏସ୍ ସେୟାର କଲେ ରସିଦ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନାର (Corona) ଦ୍ୱିତୀୟ ଲହର (Second Wave) ଦେଶରେ ଏକ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ହସ୍ପିଟାଲରେ ନା ବେଡ଼ ଖାଲି ରହିଛି ନା କାହାକୁ ଅକ୍ସିଜେନ ମିଳିପାରୁଛି । ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ଯିବାକୁ ରୋଗୀଙ୍କୁ ଆମ୍ବୁଲାନ୍ସର ସାହାରା ନେବାକୁ ପଡୁଛି । ମହାମାରୀର ଏହି ସମୟରେ ଯେତେବେଳେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ଉଚିତ୍ ସେତବେଳେ କିଛି ଲୋକ ଏହାକୁ ଟଙ୍କା ରୋଜଗାରର ମାଧ୍ୟମ କରିଛନ୍ତି । କରୋନାର ଜଣେ ଗୁରୁତର ରୋଗୀଙ୍କୁ ସାହାଯ୍ୟ କରିବା ନାମରେ ଜଣେ ଆମ୍ବୁଲାନ୍ସ ସଞ୍ଚାଳକ ଯାହା କରିଛନ୍ତି ତାହା ଦେଖିବା ପରେ ଲୋକମାନେ କ୍ରୋଧିତ ହେଉଛନ୍ତି ।

ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା (Arun Bothra) ଦେଶକୁ ହଲାଇ ଦେବା ଭଳି ଏକ ଫଟୋ ସେୟାର କରିଛନ୍ତି । ବାସ୍ତବରେ ଏହି ଫଟୋଟି ଏକ ଆମ୍ବୁଲାନ୍ସ ବିଲ୍ ଅଟେ । ଏହି ବିଲର ଫଟୋ ସେୟାର୍ କରିବା ସହିତ ସେ ଲେଖିଛନ୍ତି, "ଦିଲ୍ଲୀରେ ୪ କିଲୋମିଟର ପାଇଁ ଆମ୍ବୁଲାନ୍ସର ଭଡା ୧୦,୦୦୦ ଟଙ୍କା । ଦୁନିଆ ଆମକୁ ଦେଖୁଛି । ନା କେବଳ ବିନାଶ ବରଂ ଆମର ନୈତିକ ମୂଲ୍ୟବୋଧ ମଧ୍ୟ ।" ଡି.କେ ଆମ୍ବୁଲାନ୍ସ ସେବାର ଏହି ବିଲ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।



ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କ ବିଲ୍ ଫଟୋ ସେୟାର କରିବା ପରେ ଅନେକ ଉପଭୋକ୍ତା ମଧ୍ୟ ନିଜର ଯନ୍ତ୍ରଣା ପ୍ରକାଶ କରିଛନ୍ତି । ଜଣେ ଉପଭୋକ୍ତା କହିଛନ୍ତି ଯେ କରୋନା ମହାମାରୀ ସମୟରେ କିପରି ଲୁଟ୍ ହେଉଛି ।

ସେ ଲେଖିଛନ୍ତି ଯେ ତାଙ୍କ ପଡ଼ୋଶୀଙ୍କ ମୃତଦେହକୁ ୫ କିଲୋମିଟର ଦୂରରେ ଥିବା ଶ୍ମଶାନକୁ ନେବାକୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଇଛି । ଏପରି ପରିସ୍ଥିତିରେ ଅନୁମାନ କରାଯାଇପାରେ ଯେ କିଛି ଲୋକ କିପରି କରୋନାର ଫାଇଦା ନେଉଛନ୍ତି ।

ସେହିଭଳି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଶାଶୁଙ୍କୁ ହସ୍ପିଟାଲ ନେବା ପାଇଁ ସେ ୧୦ କିଲୋମିଟର ଯିବାକୁ ୩୦,୦୦୦ ଟଙ୍କା ଆମ୍ବୁଲାନ୍ସ ଭଡ଼ା ଦେଇଛନ୍ତି ।
Published by: Jagdish Barik
First published: May 2, 2021, 10:29 AM IST