News 18 Odia Digital
IPS Success story: ଆପଣ ଅନେକ ias, ips ଅଫିସରଙ୍କ ସଫଳତାର କାହାଣୀ ପୂର୍ବରୁ ପଢିଥିବେ । କିନ୍ତୁ ଆଜି ଆପଣଙ୍କୁ ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଆଇପିଏସ ସଚିନ ଅତୁଲକର । ସଚିନଙ୍କୁ ଜଣେ ଦକ୍ଷ ଆଇପିଏସ ଅଫିସରର ଆକ୍ଷା ଦିଆଯାଇଛି । ଏପରି କି ତାଙ୍କୁ ୨ଥର ବିଗବସ (big boss)ରୁ ମଧ୍ୟ ଅଫର ମିଳିଥିଲେ ମଧ୍ୟ ତାହାକୁ ସେ ମନା କରିଦେଇଥିଲେ ।
ଆଇପିଏସ୍ ସଚିନ୍ ଅତୁଲକରଙ୍କ ନିଜସ୍ୱ କାର୍ଯ୍ୟ କରିବାର ଶୈଳୀ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । ତାଙ୍କ ସମ୍ପର୍କରେ ସମଗ୍ର ଦେଶରେ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ଆଇପିଏସ ସଚିନ ଅତୁଲକର ବର୍ତ୍ତମାନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ (bhopal)ଠାରେ ଏସିପି ଭାବେ ନିଯୁକ୍ତ ହୋଇଛନ୍ତି । ଏସିପି (acp) ଭାବରେ ନିଯୁକ୍ତ ହେବା ପୂର୍ବରୁ ସଚିନ୍ ଦେଶର ସର୍ବକନିଷ୍ଠ ଡିଆଜି (dig) ଭାବରେ କାର୍ଯ୍ୟ କରିସାରିଛନ୍ତି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର 23 ବର୍ଷ ବୟସରେ ସଚିନ ଆଇପିଏସ୍ ହୋଇଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।
ମଧ୍ୟପ୍ରଦେଶର ଭୋପାଳରେ ସଚିନଙ୍କ ଘର । ସ୍କୁଲରେ ପଢିବା ସମୟରୁ ହିଁ ସଚିନଙ୍କ ମନରେ ଆଇପିଏସ ପ୍ରତି ଆଗ୍ରହ (intrest) ରହିଥିଲା । ତେଣୁ ସେହି ହିସାବରେ ସେ ନିଜକୁ ପ୍ରସ୍ତୁତ କରିବାରେ ଲାଗିଥିଲେ । ମାତ୍ର ୨୩ ବର୍ଷ ବୟସରେ UPSCର ସିଭିଲ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସଚିନ । ୨୦୦୭ ମସିହାରେ ସେ ଆଇପିଏସ୍ ପାଇଁ ମନୋନୀତ ହୋଇଥିଲେ । ସେ ତାଙ୍କ ବ୍ୟାଚର ସର୍ବ କନିଷ୍ଠ ଆଇପିଏସ୍ ଅଧିକାରୀ ହୋଇଥିଲେ ଭାବରେ ନିଯୁକ୍ତି (appointment) ପାଇଥିଲେ । ଆଇପିଏସର ତାଲିମ (training) ନେବା ପରେ, ଯେଉଁଠାରେ ସଚିନଙ୍କୁ କନିଷ୍ଠ ଅଧିକାରୀ (junior officer) ପଦବୀ ଭାବରେ ପୋଷ୍ଟିଂ ଦିଆଯାଇଥିଲା ।
ଆପିଏସ ଅଫିସର ସଚିନ ତାଙ୍କ ଫିଟନେସ (fitness) ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି । ନିଜର ସ୍ୱାସ୍ଥ୍ୟ (health)ର ସେ ଉପଯୁକ୍ତ ଯତ୍ନ (care) ନିଅନ୍ତି । ଅନେକ ସମୟରେ ସଚିନ ଅନ୍ୟଙ୍କୁ ମଧ୍ୟ ଫିଟନେସ ବିଷୟରେ ପରାମର୍ଶ ଦେଇଥାନ୍ତି । କାରଣ ସଚିନ ବିଶ୍ୱାସ କରନ୍ତି ଯେ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ସଚିନ ନିୟମିତ ଜିମରେ କିଛି ସମୟ ଦେଇଥାନ୍ତି । ସଚିନଙ୍କ ଫିଟନେସ ଓ ସୌନ୍ଦର୍ଯ୍ୟ ଆଗରେ ବଡ଼ ବଡ଼ ବଡି ବିଲଡର ଓ ସେଲିବ୍ରେଟିମାନେ ମଧ୍ୟ ଫିକା ପଡିଯାଆନ୍ତି । ସଚିନଙ୍କୁ ହ୍ୟାଣ୍ଡସମ ପୋଲିସ (handsome police) ଭାବରେ ମଧ୍ୟ ଅନେକ ବ୍ୟକ୍ତି ଜାଣନ୍ତି । ସଚିନଙ୍କ ଫିଟନେସର ଆଉ ଏକ ରହସ୍ୟ ହେଉଛି ବଡି ବିଲ୍ଡିଂ ସହ ସେ ଖେଳ ପ୍ରତି ମଧ୍ୟ ଖୁବ୍ ଆଗ୍ରହୀ । ସମୟ ପାଇଲେ ନିଜ ବନ୍ଧୁଙ୍କ ସହ ସେ ଆଉଟଡୋର ଗେମ (outdoor game)ର ମଧ୍ୟ ମଜା ନିଅନ୍ତି ।
ସଚିନ ଅତୁଲକର କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଅନେକ ସଫଳତା ଅର୍ଜନ କରିଛନ୍ତି । ସେ ଜାତୀୟ ସ୍ତରର କ୍ରିକେଟ୍ (cricket) ଖେଳାଳି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ସେ ଆଇପିଏସ୍ ଟ୍ରେନିଂ ସମୟରେ ଘୋଡା ଚଢିବାରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦୌଡରେ ସ୍ୱର୍ଣ୍ଣ ପଦକ (gold medal) ବିଜେତା ହାସଲ କରିଥିଲେ ।
ନିଜର ଦମଦାର ଫିଟନେସ ଓ ବ୍ୟକ୍ତିତ୍ୱ ଦୃଷ୍ଟିରୁ ସଚିନଙ୍କୁ ହିରୋ ଆଇପିଏସ ଅଫିସର ମଧ୍ୟ କୁହାଯାଏ । କାରଣ ନିଜର ଲୁକ୍ ସହ ଫିଟନେସକୁ ସହ କାମ କରିବାର ଶୈଳୀ ତାଙ୍କୁ ନିଆରା ବ୍ୟକ୍ତିତ୍ୱର (unique personality) ପରିଚୟ ଦେଇଛି । ସେ କୌଣସି ବଲିଉଡ୍ ଷ୍ଟାର (bollywood star)ଙ୍କ ଠାରୁ କମ୍ ନୁହନ୍ତି । କିଛି ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା ଯେ, ସଚିନଙ୍କୁ ଦେଶର ସବୁଠୁ ଲୋକପ୍ରିୟ ଟିଭି ଶୋ ବିଗ୍ ବସ୍ରୁ ମଧ୍ୟ ୨ଥର ଅଫର ମିଳିସାରିଛି । କିନ୍ତୁ ସେ ନିଜର କାମକୁ ପ୍ରାଥମିକତା ଦେଇ ଅଫରକୁ ମନା କରିଦେଇଥିଲେ ।
ଏହି ଖବର ପଢ଼ନ୍ତୁ -
Cricket news: IPLରେ ଧୋନି କ୍ରେଜ୍ ! ବ୍ୟାଟିଂ ସମୟରେ ବଢିଲେ ଜିଓ ସିନେମା ଦର୍ଶକନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।