ନିଜ ଡିସିପି ସ୍ତ୍ରୀଙ୍କୁ ସାଲ୍ୟୁଟ ମାରିବେ ଆଇପିଏସ୍ ସ୍ବାମୀ: କମିଶନ ସିଷ୍ଟମ ଲାଗୁ ହେବାପରେ ବଢ଼ିଲା ଦାୟିତ୍ବ

ସ୍ତ୍ରୀ ବୃନ୍ଦା ଶୁକ୍ଲା ଏବଂ ସ୍ବାମୀ ଅଙ୍କୁର ଅଗ୍ରଓ୍ବାଲ ଦୁହେଁ ଆଇପିଏସ୍ ହୋଇଥିବାବେଳେ ପିଲାବେଳୁ ଅମ୍ବାଲାରେ ଦୁହେଁ ପଡ଼ୋଶୀ ଥିଲେ ।

ନିଜ ଡିସିପି ସ୍ତ୍ରୀଙ୍କୁ ସାଲ୍ୟୁଟ ମାରିବେ ଆଇପିଏସ୍ ସ୍ବାମୀ: କମିଶନ ସିଷ୍ଟମ ଲାଗୁ ହେବାପରେ ବଢ଼ିଲା ଦାୟିତ୍ବ
ଡିସିପି ବୃନ୍ଦା ଶୁକ୍ଲା ଓ ଆଇପିଏସ୍ ସ୍ବାମୀ ଅଙ୍କୁର ଅଗ୍ରଓ୍ବାଲ
  • News18 Odia
  • Last Updated: January 22, 2020, 1:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୋଏଡ଼ା: ଭାରତୀୟ ସଂସ୍କାର ଅନୁଯାୟୀ ସ୍ତ୍ରୀମାନେ ସ୍ବାମୀଙ୍କୁ ପ୍ରଣାମ     କରିବାର  ପରମ୍ପରା ରହିଥିବାବେଳେ ଏଥିରେ ବ୍ୟତିକ୍ରମ ସୃଷ୍ଟି ହୋଇ ସରକାରୀ ପଦବୀରେ ସ୍ବାମୀଙ୍କଠାରୁ ଉଚ୍ଚ ସ୍ଥାନରେ ଥିବା ସ୍ତ୍ରୀଙ୍କୁ ଏବେ ସ୍ବାମୀ ସାଲ୍ୟୁଟ କରିବେ । ଏଭଳି ଦୃଶ୍ୟ ଦେଖିବାକୁ ମଳିବ ଦେଶର ରାଜଧାନୀ ନୂଆ ଦିଲ୍ଲୀକୁ ଲାଗିଥିବା ଉତ୍ତରପ୍ରଦେଶର ହାଇଟେକ ସହର ନୋଏଡ଼ାରେ ପ୍ରଚଳିତ କମିଶନ ବ୍ୟବସ୍ଥା ଯୋଗୁଁ ଆଇପିଏସ୍ ସ୍ତ୍ରୀ ବର୍ତ୍ତମାନ ତାଙ୍କର ଆଇପିଏସ୍ ସ୍ବାମୀଙ୍କଠାରୁ ଉପର ପଦବୀ ପାଇ ଡିସିପି ହେବାକୁ ଯାଉଛନ୍ତି । ଆଇପିଏସ ଅଫିସର ବୃନ୍ଦା ଶୁକ୍ଲା ଏବଂ ସ୍ବାମୀ ଅଙ୍କୁର ଅଗ୍ରଓ୍ବାଲ ଦୁହେଁ ଆଇପିଏସ୍ ହୋଇଥିବାବେଳେ ଛୋଟବେଳୁ ଅମ୍ବାଲାରେ ଦୁହେଁ ପଡ଼ୋଶୀ ଥିଲେ । ହାଇସ୍କୁଲ ପର୍ଯ୍ୟନ୍ତ ଦୁହେଁ ଏକା ସଙ୍ଗେ ଜିଏସ୍ଏସ୍ ଏବଂ ମେରୀ ସ୍କୁଲରେ ପାଠ ପଢ଼ିଥିଲେ । ପ୍ରଥମେ ଦୁହେଁ ବିଦେଶର ଚାକିରି କରିବା ପରେ ଆଇପିଏସ୍ ହୋଇଥିଲେ ଏବଂ ଶେଷରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ ।

ବୃନ୍ଦା ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ୍ନୌ ସ୍ଥିତ ପୋଲିସ ମହାନିର୍ଦ୍ଦେଶାଳୟରେ ନିଯୁକ୍ତ ହୋଇଥିବାବେଳେ ଗୌତମବୁଦ୍ଧ ନଗରରେ ପୋଲିସ କମିଶନ ସିଷ୍ଟମ ଲାଗୁ ହେବା ପରେ ସେଠାରେ ପୋଷ୍ଟିଂ କରାଯାଇଥିଲା । ସେଠାରେ ତାଙ୍କୁ ପୋଲିସ ଉପାୟୁକ୍ତ (ଡିସିପି) ମହିଳା  ସୁରକ୍ଷା ପଦରେ ଦାୟିତ୍ବ ମିଳିଥିଲା । ତେବେ ତାଙ୍କ ସ୍ବାମୀ ଅଙ୍କୁରଙ୍କୁ ଏକ ମାସ ପୂର୍ବରୁ ଗୌତମବୁଦ୍ଧ ନଗର ଜିଲ୍ଲାରେ ନଗର ପୋଲିସ ଅଧୀକ୍ଷକ ପଦରେ ନିଯୁକ୍ତ କରାଯାଇଥିଲା । କିନ୍ତୁ କମିଶନ ସିଷ୍ଟମ ଲାଗୁହେବା ପରେ ସ୍ତ୍ରୀଙ୍କୁ ସେଠାର ନିଯୁକ୍ତି ମିଳିବା ସହ ତାଙ୍କୁ ପଦମଧ୍ୟ ବୃଦ୍ଧିପାଇଛି । ଏହି କମିଶନ ସିଷ୍ଟମ ଲାଗୁହେବା ପରେ  ଅଙ୍କୁର ଅତିରିକ୍ତ ପୋଲିସ ଉପାୟୁକ୍ତ (ଆଡିସନାଲ ଡିସିପି) ଭାବେ ଅବସ୍ଥାପିତ ହୋଇଥିବାବେଳେ ଏବେ ନିଜ ସ୍ତ୍ରୀଙ୍କ ତଳେ କାମ କରିବାକୁ ପଡ଼ିବ ।

ଡିସିପି ସ୍ତ୍ରୀ ବୃନ୍ଦା ସ୍ବାମୀ ଅଙ୍କୁରଙ୍କ ବସ୍ ହେବେ । ଦୁହେଁ ଆମେରିକାର ଏକ କମ୍ପାନୀରେ କାମ କରିବା ସମୟରେ ଭାରତୀୟ ପୋଲିସ ସେବା ଲାଗି ଆବେଦନ କରିଥିଲେ । ବୃନ୍ଦା ୨୦୧୪ରେ ଦ୍ବିତୀୟ ପ୍ରୟାସରେ ଆଇପିଏସ୍ ପାଇଥିବାବେଳେ ତାଙ୍କୁ ନାଗାଲାଣ୍ଡ କ୍ୟାଡର ମିଳିଥିଲା । ଏହାର ଏକ ବର୍ଷ ପରେ ସ୍ବାମୀ ଅଙ୍କୁରଙ୍କୁ ୨୦୧୬ରେ ବିହାର ଆଇପିଏସ୍ କ୍ୟାଡର ମିଳିଥିଲା । ଦୁହେଁ ଗତବର୍ଷ ଫେବୃଆରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
First published: January 22, 2020, 1:16 PM IST