IPL 2021 Points Table: ଡବଲ୍ ହେଡର୍ ପରେ CSK ଶୀର୍ଷରେ; ଜାଣନ୍ତୁ ଅରେଞ୍ଜ-ପର୍ପଲ କ୍ୟାପର ସ୍ଥିତି

IPL 2021: ଚେନ୍ନାଇ ସୁପର କିଙ୍ଗସ୍ (CSK) ଆଇପିଏଲ୍ ୨୦୨୧ ରେ ଏକ ଚମତ୍କାର ଡେବ୍ୟୁ କରିଛି । ଦଳ ନିଜ ଶେଷ ମ୍ୟାଚରେ କେକେଆରକୁ (KKR) ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ପଞ୍ଜିକରଣ କରିଛି । ଏହା ସହ ଚେନ୍ନାଇ ଆରସିବିକୁ ପଛରେ ପକାଇ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି ।

IPL 2021 Points Table: ଡବଲ୍ ହେଡର୍ ପରେ CSK ଶୀର୍ଷରେ; ଜାଣନ୍ତୁ ଅରେଞ୍ଜ-ପର୍ପଲ କ୍ୟାପର ସ୍ଥିତି
ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୧ ରେ ଏକ ଚମତ୍କାର ଡେବ୍ୟୁ କରିଛି
  • News18 Odia
  • Last Updated: April 22, 2021, 9:25 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବୁଧବାର ଇଣ୍ଡିଆନ୍ ପ୍ରିମିୟର ଲିଗରେ (IPL 2021) ଡବଲ୍ ହେଡର୍ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଓ ପଞ୍ଜାବ କିଙ୍ଗ୍ସ (Punjab Kings) ମଧ୍ୟରେ ହୋଇଥିବାବେଳେ ଦ୍ୱିତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ଓ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ମଧ୍ୟରେ ଖେଳାଯାଇଥିଲା । ଡବଲ୍ ହେଡର୍ ମ୍ୟାଚରେ ହାଇଦ୍ରାବାଦ ପ୍ରଥମ ମ୍ୟାଚ୍ ଓ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଜିତିଥିଲା । ଗୋଟିଏ ପଟେ ଏହି ସିଜିନରେ ସନରାଇଜର୍ସ ହାଇଦ୍ରାବାଦର ନିଜର ପ୍ରଥମ ବିଜୟ ହାସଲ କରିଥିବା ବେଳେ ଅନ୍ୟପଟେ CSK ନିଜର କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ଏହି ଡବଲ୍-ହେଡର୍ ମ୍ୟାଚ୍ ପରେ ଆଇପିଏଲର ୧୪ ତମ ସିଜନ୍ ପଏଣ୍ଟ ଟେବୁଲରେ କିଛି ପରିବର୍ତ୍ତନ ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।

ପ୍ରଥମ ମ୍ୟାଚରେ ହାଇଦ୍ରାବାଦର ଖଲିଲ ଅହମ୍ମଦ ଓ ଅଭିଷେକ ଶର୍ମାଙ୍କ ଚମତ୍କାର ବୋଲିଂ ସହ ପଞ୍ଜାବ କିଙ୍ଗସକୁ ୧୨୦ ରନରେ ସୀମିତ ରଖିଥିଲେ । ଏହା ପରେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ଜନି ବେୟାରଷ୍ଟୋ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଅପରାଜିତ ୬୩ ରନ ଇନିଂସ ଖେଳି ପଞ୍ଜାବ କିଙ୍ଗସକୁ ନଅ ୱିକେଟରେ ପରାସ୍ତ କରି ସିଜିନର ଚତୁର୍ଥ ମ୍ୟାଚର ନିଜର ପ୍ରଥମ ବିଜୟ ହାସଲ କରିଥିଲା । ଦ୍ୱିତୀୟ ମ୍ୟାଚରେ ଚେନ୍ନାଇର ଫାଫ୍ ଡୁପ୍ଲେସିଙ୍କ ଅପରାଜିତ ୯୫ ରନ୍ ଓ ରୁତୁରାଜ ଗାଇକୱାଡଙ୍କ ୬୪ ରନ ସହ କେକେଆର କୁ ୨୨୦ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ କେକେଆର ୧୯.୧ ଓଭରରେ ୨୦୨ ରନ କରି ମ୍ୟାଚ୍କୁ ୧୮ ରନରେ ହାରିଯାଇଥିଲା । ଦୀପକ ଚହର ଓ ଲୁଙ୍ଗି ନିଗିଡିଙ୍କ ବୋଲିଂ ପାଟ କମିନ୍ସ ଓ ଆଣ୍ଡ୍ରେ ରସେଲଙ୍କ ଅର୍ଦ୍ଧ ଶତକ ଉପରେ ଭାରି ପଡିଥିଲା । କୋଲକାତା କ୍ରମାଗତ ତୃତୀୟ ପରାଜୟର ସମ୍ମୁଖୀନ ହୋଇଛି ।

IPL Points Table: ଆଇପିଏଲ୍ ୨୦୨୧ ରେ ପ୍ରଥମ ମ୍ୟାଚ୍ ହାରିଯିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ତିନୋଟି ମ୍ୟାଚରେ ବିଜୟ ହାସଲ କରିଛି । ଲଗାତାର ତିନୋଟି ବିଜୟ ସହିତ ସିଏସକେ (CSK) ୬ ପଏଣ୍ଟ ଓ +୧.୧୪୨ ନେଟ ରନ୍ ସହିତ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ଏହା ପରେ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ୬ ପଏଣ୍ଟ ସହିତ ଦିଲ୍ଲୀ କ୍ୟାପିଟାଲ ତୃତୀୟ ସ୍ଥାନରେ ରହିଛି । ଶ୍ରେଷ୍ଠ ତିନୋଟି ଦଳର ପଏଣ୍ଟ ସମାନ କିନ୍ତୁ ନେଟ୍ ରନ୍ ରେଟ୍ ଭିନ୍ନ ଅଟେ ।



IPL Orange Cap: ଦିଲ୍ଲୀ କ୍ୟାପିଟାଲର ଶିଖର ଧାୱନ ଆଇପିଏଲର ୧୪ ତମ ସିଜନରେ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋରର ରହିଛନ୍ତି । ଧାୱନ ନିଜର ଚାରିଟି ମ୍ୟାଚରେ ୨୩୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ କବଜା କରିଛନ୍ତି । ଏଥି ସହିତ ୧୭୬ ରନ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଗ୍ଲେନ ମ୍ୟାକ୍ସୱେଲ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାର ତୃତୀୟ ନମ୍ବରରେ ୧୭୩ ରନ୍ ସହ ସନରାଇଜର୍ସ ହାଇଦ୍ରାବାଦର ଜନି ବେୟାରଷ୍ଟୋ ଅଛନ୍ତି ।



IPL Purple Cap: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ହର୍ଶଲ ପଟେଲ ଆଇପିଏଲ ୨୦୨୧ ସର୍ବଧିକ ୱିକେଟ୍ ନେଇ ପର୍ପଲ କ୍ୟାପ କବଜା କରିଛନ୍ତି । ସେ ତିନୋଟି ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ୯ ଟି ୱିକେଟ୍ ନେଇଛନ୍ତି । ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍ସର ଦୀପକ ଚହର ଏହି ତାଲିକାରେ ୮ ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ନମ୍ବରରେ ଦିଲ୍ଲୀ କ୍ୟାପିଟାଲର ଆବେଶ ଖାନ ଓ ଚତୁର୍ଥ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ରାହୁଲ ଚହର ଅଛନ୍ତି । ଆଭେଶ ଓ ରାହୁଲ ୪ ଟି ଲେଖାଏଁ ୱିକେଟ୍ ହାସଲ କରିଛନ୍ତି ।



ଇଣ୍ଡିଆନ ପ୍ରିମିୟର ଲିଗରେ ତିନିଟି ମ୍ୟାଚ୍‌ରେ ତିନିଟି ବିଜୟ ସହ ଆତ୍ମବିଶ୍ୱାସୀ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଦଳ ଗୁରୁବାର ଦିନ (୨୨ ଏପ୍ରିଲ) ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ବିଜୟର ଗତି ବଜାୟ ରଖିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇବ । କ୍ରମାଗତ ତିନିଟି ବିଜୟ ରେକର୍ଡ ସହ ଆରସିବି ମନୋବଳ ବୃଦ୍ଧି ପାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ ବିରାଟ କୋହଲିଙ୍କ ନେତୃତ୍ୱରେ ଦଳ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଦଳ ସେମାନଙ୍କ ତିନୋଟି ମ୍ୟାଚ ମଧ୍ୟରୁ କେବଳ ଗୋଟିଏ ଜିତିବାରେ ସକ୍ଷମ ହୋଇଛି । ଶେଷ ମ୍ୟାଚରେ ଦଳକୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଦଳ ନିଜର ଦ୍ୱିତୀୟ ବିଜୟକୁ ଅପେକ୍ଷା କରିଛି ।
Published by: Jagdish Barik
First published: April 22, 2021, 9:25 AM IST