IPL DC Vs CSK: ଧୋନି ପୁଣି ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଲେନି; ସେହୱାଗ କହିଲେ- ମୋଦୀ ଜୀ ଆପଣ କିଛି ବୁଝାନ୍ତୁ ତାକୁ

IPL DC Vs CSK: ଧୋନି ଦିଲ୍ଲୀ ବିପକ୍ଷରେ ଛଅ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ । ସେତେବେଳକୁ ୧୭ ଓଭର ଖେଳ ସରି ସାରିଥିଲା ଓ ମ୍ୟାଚର ଏହି ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟ ନିଶ୍ଚିତ ମନେ ହେଉଥିଲା ।

IPL DC Vs CSK: ଧୋନି ପୁଣି ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଲେନି; ସେହୱାଗ କହିଲେ- ମୋଦୀ ଜୀ ଆପଣ କିଛି ବୁଝାନ୍ତୁ ତାକୁ
ସେହୱାଗଙ୍କ ଅନୁଯାୟୀ ଧୋନି ଜିଦ୍ ଧରିଛନ୍ତି
  • News18 Odia
  • Last Updated: September 26, 2020, 5:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲରେ ଶୁକ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସକୁ (Chennai Super Kings) ଆଉ ଏକ ପରାଜୟର ସମ୍ମୁଖୀନ ହୋଇଛି । ଦିଲ୍ଲୀ କ୍ୟାପିଟାଲ ଧୋନିଙ୍କ ଦଳକୁ ୪୪ ରନରେ ପରାସ୍ତ କରିଛି । ଏହି ଟୁର୍ନାମେଣ୍ଟରେ ଧୋନି ଦଳର ଏହା ହେଉଛି କ୍ରମାଗତ ଦ୍ୱିତୀୟ ପରାଜୟ । ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସ CSKକୁ ୧୬ ରନରେ ପରାସ୍ତ କରିଥିଲା । ଏହି ପରାଜୟ ସହିତ ଧୋନିଙ୍କ ଦଳ ପଏଣ୍ଟ ଟେବୁଲରେ ପଞ୍ଚମ ନମ୍ବରରେ ପହଞ୍ଚିଛି । ଧୋନିଙ୍କ ବ୍ୟାଟିଂ କରିବାର ସ୍ଥିତିକୁ ମଧ୍ୟ କ୍ରିକେଟ୍ ବିଶେଷଜ୍ଞମାନେ ପ୍ରଶ୍ନ କରୁଛନ୍ତି । ଲୋକମାନେ ସେମାନଙ୍କୁ ଚତୁର୍ଥ କିମ୍ବା ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଧୋନି ତାଙ୍କ ଜିଦରେ ଅଟଳ ଅଛନ୍ତି ଓ ସେ ଷଷ୍ଠ କିମ୍ବା ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି । ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସେହୱାଗ ମଧ୍ୟ ଧୋନିଙ୍କ ବ୍ୟାଟିଂ ସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କ’ଣ କହିଲେ ସେହୱାଗ?
ବୀରେନ୍ଦ୍ର ସେହୱାଗଙ୍କ ଅନୁଯାୟୀ ଧୋନି ଜିଦ୍ ଧରିଛନ୍ତି କିନ୍ତୁ ଯେତବେଳେ ତାଙ୍କୁ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ ସ୍ଥିତିକୁ ପରିବର୍ତ୍ତନ କରିବା ଉଚିତ୍ । ସେହୱାଗ ଫେସବୁକରେ ନିଜର ସ୍ୱତନ୍ତ୍ର ସୋ’ରେ କହିଛନ୍ତି ଯେ "ଚେନ୍ନାଇ ଦଳ ଅସୁବିଧାରେ ପଡ଼ିଥିଲେ ମଧ୍ୟ ତଥାପି ଥାଲା (ଧୋନି) ବ୍ୟାଟିଂ କରିବାକୁ ଆସିନଥିଲେ । ଦେଖାଯାଉଛି ବୁଲେଟ୍ ଟ୍ରେନ୍ ଆସିବ କିନ୍ତୁ ଧୋନି ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ ନାହିଁ । ମୋଦୀ ଜୀ ଆପଣଙ୍କୁ କିଛି ବୁଝାନ୍ତୁ ତାକୁ"



ଏଥର ଆଇପିଏଲରେ ଧୋନି କେଉଁ ନମ୍ବରରେ ବ୍ୟାଟିଂ କରୁଛନ୍ତି?
ଧୋନି ଦିଲ୍ଲୀ ବିପକ୍ଷରେ ୬ ନମ୍ବର ବ୍ୟାଟିଂ ପାଇଁ ଆସିଥିଲେ । ସେତେବେଳକୁ ୧୭ ଓଭର ଖେଳ ସରି ସାରିଥିଲା ଓ ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟ ମ୍ୟାଚର ଏହି ସମୟରେ ନିଶ୍ଚିତ ମାନେ ହେଉଥିଲା । ଶେଷ ଓଭରରେ ଧୋନି ୧୨ଟି ବଲରୁ ୧୫ ରନ୍ କରି ଆଉଟ ହୋଇ ଯାଇଥିଲେ ।

ଏହା ବି ପଢ଼ନ୍ତୁ | Moto E7 Plus ଭାରତରେ ଲଞ୍ଚ ହେଲା; ୧୦ ହଜାରରୁ କମ୍ ୪୮ ମେଗାପିକ୍ସେଲ କ୍ୟାମେରା ବିଶିଷ୍ଟ ଏହି ଫୋନର ଦାମ୍

ଏହା ବି ପଢ଼ନ୍ତୁ | ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର! ଦଶହରା ଓ ଦୀପାବଳୀ ପୂର୍ବରୁ ରେଳବାଇ ଚଳାଇ ପାରେ ୮୦ଟି ନୂଆ ଟ୍ରେନ୍

ଏହା ପୂର୍ବରୁ ଧୋନି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସପ୍ତମ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ । ମୁମ୍ବାଇ ବିପକ୍ଷ ବ୍ୟାଟିଂ କ୍ରମରେ ସାମ କରଣ ଓ ରବିନ୍ଦ୍ର ଜାଡେଜାଙ୍କୁ ପଦୋନ୍ନତି ଦେଇ ସେ କହିଛନ୍ତି ଯେ ଆସନ୍ତା ମ୍ୟାଚ୍ ପାଇଁ ସେ ସେମାନଙ୍କୁ ପ୍ରସ୍ତୁତ କରୁଛନ୍ତି ।



ରେକର୍ଡ କ’ଣ କହୁଛି ?
ଆକଳନକୁ ଦେଖିଲେ ଜଣାଯାଏ ଯେ ଧୋନିଙ୍କ ନିମ୍ନ କ୍ରମରେ ବ୍ୟାଟିଂ କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ । ଯଦି ଧୋନି ଆଇପିଏଲରେ ପାଞ୍ଚ କିମ୍ବା ତଦୁର୍ଦ୍ଧ୍ୱ ବ୍ୟାଟିଂ କରିବାକୁ ଆସନ୍ତି ସେତେବେଳେ ଚେନ୍ନାଇ ଅତି କମରେ ୫୭ ପ୍ରତିଶତମ୍ୟାଚ ଜିତିଛି । ଷଷ୍ଠ କିମ୍ବା ତା ତଳେ ବ୍ୟାଟିଂ କରୁଥିବାବେଳେ ଚେନ୍ନାଇ ମାତ୍ର ୩୭% ମ୍ୟାଚ୍ ଜିତିଛି । ଅର୍ଥାତ୍ ଆଗାମୀ ମ୍ୟାଚ୍‌ରେ ସମସ୍ତଙ୍କୁ ଏହା ଅପେକ୍ଷା ରହିବ ଯେ ଧୋନି କେଉଁ ନମ୍ବର ବ୍ୟାଟିଂ କରିବା ପାଇଁ ଆସିବେ ।
Published by: Jagdish Barik
First published: September 26, 2020, 4:48 PM IST
corona virus btn
corona virus btn
Loading