IPL Auction 2021: ଧୋନିଙ୍କୁ ଗମ୍ଭୀରଙ୍କ ପରାମର୍ଶ; ଏହି ସ୍ପିନର କିଣନ୍ତୁ ଦଳର ଶକ୍ତି ବୃଦ୍ଧି ହେବ
IPL Auction 2021: ଗୌତମ ଗମ୍ଭୀର କହିଛନ୍ତି ଯେ ହରଭଜନ ସିଂ ରିଲିଜ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ଭଲ ଅଫ୍ ସ୍ପିନର ଦରକାର । ଓ ମୋଇନ୍ ଅଲି ଏହି ଶୂନ୍ୟସ୍ଥାନ ପୂରଣ କରିପାରିବେ ।

ଧୋନିଙ୍କୁ ଗମ୍ଭୀରଙ୍କ ପରାମର୍ଶ
- News18 Odia
- Last Updated: February 18, 2021, 12:38 PM IST
ନୂଆ ଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର (Gautam Gambhir) ବିଶ୍ୱାସ କରନ୍ତି ଯେ ଚଳିତ ସିଜନରେ ଅଫ୍ ସ୍ପିନର ହରଭଜନ ସିଂ ରିଲିଜ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଇଂଲଣ୍ଡର ମୋଏନ୍ ଅଲିଙ୍କ ଉପରେ ବିଡ୍ କରିବା ଉଚିତ୍ । ସେ କହିଛନ୍ତି, 'ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ଅଫ ସ୍ପିନରଙ୍କୁ ବହୁତ ପସନ୍ଦ କରନ୍ତି । ଏହି କ୍ଷେତ୍ରରେ ଯଦି ସେମାନେ ମୋଇନ୍ ଅଲି କିଣନ୍ତି । ଦଳର ଅନେକ ଅସୁବିଧା ଦୂର ହୋଇପାରିବ । ଏହି ଇଂଲଣ୍ଡ ଅଫ୍ ସ୍ପିନର ହରଭଜନଙ୍କ ପାଇଁ ଅଭାବ ପୂରଣ କରିପାରନ୍ତି ।'
ସେ କହିଛନ୍ତି, "ଧୋନିଙ୍କ ନେତୃତ୍ୱରେ ଦଳରେ ସର୍ବଦା ଅଫ୍ ସ୍ପିନର ରହିଆସିଛି । ପ୍ରଥମେ ରବିଚାନ୍ଦ ଅଶ୍ୱିନ୍, ତାପରେ ହରଭଜନ ସିଂ । ଦଳ ବିଶେଷ ଭାବରେ ଏପରି ଫିଙ୍ଗର ସ୍ପିନର ଆବଶ୍ୟକ କରେ ଯିଏ ନୂଆ ବଲ୍ ମଧ୍ୟ ବୋଲିଂ କରିପାରିବ ଓ ଏହି କଳା ମୋଇନ୍ ଅଲିଙ୍କ ପାଖରେ ଅଛି ।
ମୋଏନ୍ ଅଲି ସିଏସକେର ସମସ୍ତ ଆବଶ୍ୟକତା ପୂରଣ କରିପାରନ୍ତି: ଗମ୍ଭୀର
ଚେନ୍ନାଇ ଟେଷ୍ଟରେ ମୋଇନ୍ ଅଲି ୮ଟି ୱିକେଟ୍ ନେଇଥିଲେ
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମୋଇନ୍ ଏହା ମଧ୍ୟ ଦର୍ଶାଇଛନ୍ତି । ସେ ମ୍ୟାଚରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ । ଅଫ୍ ସ୍ପିନର ଦ୍ୱିତୀୟ ଇନିଂସରେ ୧୮ ଟି ବଲରୁ ୪୩ ରନ ସ୍କୋର କରି ମ୍ୟାଚରେ ୮ ୱିକେଟ୍ ନେଇଥିଲେ । ଏହା ବ୍ୟତୀତ CSK କର୍ଣ୍ଣାଟକର ଅଲରାଉଣ୍ଡର କୃଷ୍ଣପା ଗୌତମଙ୍କ ଉପରେ ମଧ୍ୟ ବିଡ୍ ଲଗାଇପାରେ । ଗୌତମ ମଧ୍ୟ ନିମ୍ନ କ୍ରମରେ ଭଲ ବ୍ୟାଟ୍ସମ୍ୟାନ୍ ।
ଚେନ୍ନାଇ ସୁପର କିଙ୍ଗସ୍ (CSK):
ରିଲିଜ୍ ଖେଳାଳୀ: ସେନ ୱାଟସନ (ଅବସରପ୍ରାପ୍ତ), ମୁରଲୀ ବିଜୟ, କେଦାର ଯାଦବ, ହରଭଜନ ସିଂ, ପୀୟୁଷ ଚାୱଲା, ମୋନୁ ସିଂ
ରିଟେନ ଖେଳାଳୀ: ମହେନ୍ଦ୍ର ସିଂ ଧୋନି, ରୁତୁରାଜ ଗାଇକୱାଡ, ସୁରେଶ ରାଇନା, ସାମ କରନ, ଜୋଶ ହାଜଲେଉଡ, ଇମ୍ରାନ ତାହିର, ଫାଫ ଡୁପ୍ଲେସି, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କର୍ଣ୍ଣ ଶର୍ମା, ଅମ୍ବାତି ରାୟୁଡୁ, ମିଚେଲ ସାଣ୍ଟନର୍, ରବିନ୍ଦ୍ର ଜାଡେଜା, ନାରାୟଣ ଜଗଦୀଶ, ସାଇ କିଶୋର ।
ବଳକା ରାଶି: ୧୯.୯ କୋଟି ଟଙ୍କା
ଉପଲବ୍ଧ ସ୍ଲଟ୍: ୬, ବିଦେଶୀ ଖେଳାଳୀ: ୧