ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ରାଗିଗଲେ ସେହୱାଗ
News18 Odia Digital
ନୂଆ ଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗ (Virender Sehwag) ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ପାଖରୁ ମାତ୍ର ଗୋଟିଏ ରନରେ ହାରିଯିବା ପରେ ଋଷଭ ପନ୍ତଙ୍କ ଅଧିନାୟକତ୍ୱକୁ ମଧ୍ୟ ସମାଲୋଚନା କରିଛନ୍ତି । ସେହୱାଗ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟ ପରେ ଋଷଭ ପନ୍ତଙ୍କ (Rishabh Pant) ଉପରେ ରାଗିଯାଇ ତାଙ୍କୁ ସ୍ମାର୍ଟ ଅଧିନାୟକ ଭାବରେ ବିବେଚିତ କରିବାକୁ ମନା କରି ଦେଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇନିଂସର ଅନ୍ତିମ ଓଭରରେ ମାର୍କସ ଷ୍ଟୋଏନିସ୍ ୨୩ ରନ୍ ଦେଇଥିଲେ । ଯେଉଁଥିରେ ଏବି ଡି ଭିଲିୟର୍ସ ଅନେକ ଚମତ୍କାର ସଟ୍ ଖେଳିଥିଲେ ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚର 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ହିରୋ ଅମିତ ମିଶ୍ର ନିଜ କୋଟା ପୂରଣ କରିପାରିନଥିଲେ । ସେ ମାତ୍ର ତିନି ଓଭର ବୋଲିଂ କରି ଗ୍ଲେନ ମ୍ୟାକ୍ସୱେଲଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ । ଏଭଳି ପରିସ୍ଥିତିରେ ସେହୱାଗ ଋଷଭ ପନ୍ତଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଥିଲେ ଓ ତାଙ୍କ ଅଧିନାୟକଙ୍କୁ ୧୦ ରୁ ୩ ନମ୍ବର ଦେଇଥିଲେ । 'ନାଜାଫଗଡର ନବାବ' ଭାବରେ ଜଣାଶୁଣା ସେହୱାଗ ମଧ୍ୟ ଏହି ଯୁବ ଖେଳାଳିଙ୍କୁ ତାଙ୍କ ବୋଲିଂ ଉତ୍ସକୁ ଅଧିକ ନ୍ୟାୟପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ ।
ସେହୱାଗ ଋଷଭ ପନ୍ତଙ୍କୁ ସ୍ମାର୍ଟ କ୍ରିକେଟ୍ ଖେଳିବାକୁ କହିଲେ
ବୀରେନ୍ଦ୍ର ସେହୱାଗ କ୍ରିକବଜଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି ଯେ ମୁଁ ଋଷଭ ପନ୍ତଙ୍କ କ୍ୟାପଟେନସି ୧୦ ନମ୍ବରରୁ ୫ ମଧ୍ୟ ଦେବି ନାହିଁ, କାରଣ ଆପଣ କେବେ ଏଭଳି ଭୁଲ କରିପାରିବେ ନାହିଁ । ଯଦି ଆପଣଙ୍କ ମୁଖ୍ୟ ବୋଲର ବୋଲିଂ କରୁନାହାଁନ୍ତି ତେବେ ଆପଣଙ୍କ ଗଣନା ଭୁଲ ହୋଇଯାଏ । ଏହି କ୍ଷେତ୍ରରେ ଆପଣଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଥାଏ । ଆପଣ ଏହାର ଯତ୍ନ ନେବା ଆବଶ୍ୟକ । ଜଣେ ଅଧିନାୟକ ପରିସ୍ଥିତି ଅନୁଯାୟୀ ତାଙ୍କ ବୋଲିଂ ଉତ୍ସକୁ ପରିଚାଳନା କରିବା ଉଚିତ୍ ।
ସେ ଆହୁରି କହିଛନ୍ତି, 'ଆପଣ ଏହା ଶିଖିବା ଆବଶ୍ୟକ ନୁହେଁ କି ଆପଣ ଯାହାକୁ ଚାହିଁବେ ତାଙ୍କୁ ବଲ କରିବାକୁ ଦେଇଦେବ । ଜଣେ ଅଧିନାୟକଙ୍କ ଦକ୍ଷତା ଏହିପରି ମପାଯାଏ ଯେ ସେ କିପରି ଖେଳକୁ ଘୁମାନ୍ତି । ସେ ସେହି ଅନୁଯାୟୀ ବୋଲିଂ କିମ୍ବା ଗ୍ରାଉଣ୍ଡ ସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ । ଯଦି ଋଷଭ ପନ୍ତ ଜଣେ ଭଲ ଅଧିନାୟକ ହେବାକୁ ଚାହାଁନ୍ତି ତେବେ ତାଙ୍କୁ ଏହି ଛୋଟ ଛୋଟ କଥା ମନେ ରଖିବାକୁ ହେବ । ସ୍ମାର୍ଟ କ୍ରିକେଟ୍ ଖେଳିବାକୁ ପଡିବ କେବଳ ସେତେବେଳେ ଯାଇଁ ସେ ଜଣେ ସ୍ମାର୍ଟ ଅଧିନାୟକ ହୋଇପାରିବେ ।
ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୧୭୨ ରନ୍ ପିଛାକରିବାକୁ ଖରାପ ଆରମ୍ଭ କରିଥିଲା । ପ୍ରଥମାର୍ଦ୍ଧ ଓଭରରେ ନିରନ୍ତର ୱିକେଟ୍ ହରାଇବା ସହ ଆବଶ୍ୟକୀୟ ରନ୍ ହାର ବଜାୟ ରଖିବାରେ ଅସମର୍ଥ ହୋଇଥିଲା । କିନ୍ତୁ ଶିମ୍ରନ୍ ହେଟମିୟର ଚମତ୍କାର ଖେଳ ପଦର୍ଶନ କରି ଦଳ ପାଇଁ ମ୍ୟାଚର ମୋଡ଼କୁ ବଦଳାଥିଲେ । ସେ ୨୫ ବଲରେ ୫୩ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ ସେ ୨ ଟି ଚୌକା ଓ ୪ ଟି ଛକା ମାରିଥିଲେ ।
ଏଥି ସହିତ ଋଷଭ ପନ୍ତ ୪୮ ଟି ବଲରେ ୫୮ ରନ୍ ସଂଗ୍ରହ କରିଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇପାରି ନଥିଲେ । ଶେଷ ଦୁଇଟି ବଲରେ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ରନ୍ ଆବଶ୍ୟକ ଥିଲା । ମହମ୍ମଦ ସିରାଜଙ୍କ ବଲରେ ଋଷଭ ପନ୍ତ ଦୁଇଟି ଚୌକା ମାରିଥିଲେ କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବିଜୟ କରିବା ପାଇଁ ତାଙ୍କର ଉଦ୍ୟମ ବିଫଳ ହୋଇଥିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।