ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IPL 2021 ୯ ଏପ୍ରିଲରୁ ଆରମ୍ଭ ହେବ; ୩୦ ମେ'ରେ ଖେଳାଯିବ ଫାଇନାଲ୍ ମ୍ୟାଚ

IPL 2021 ୯ ଏପ୍ରିଲରୁ ଆରମ୍ଭ ହେବ; ୩୦ ମେ'ରେ ଖେଳାଯିବ ଫାଇନାଲ୍ ମ୍ୟାଚ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2021) କେବେ ଆରମ୍ଭ ହେବ? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ଦୃଶ୍ୟମାନ ହେଉଛି । ମିଡିଆ ରିପୋର୍ଟ ଅନୁଯାୟୀ ଆଇପିଏଲ୍ ୨୦୨୧ ଏପ୍ରିଲ୍ ୯ ରୁ ଆରମ୍ଭ ହେବ ଓ ୩୦ ମେ'ରେ ଫାଇନାଲ୍ ମ୍ୟାଚ ଖେଳାଯିବ ।

IPL 2021 ୯ ଏପ୍ରିଲରୁ ଆରମ୍ଭ ହେବ; ୩୦ ମେ'ରେ ଖେଳାଯିବ ଫାଇନାଲ୍ ମ୍ୟାଚ
IPL 2021 ୯ ଏପ୍ରିଲରୁ ଆରମ୍ଭ ହେବ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦୁନିଆର ସର୍ବବୃହତ କ୍ରିକେଟ୍ ଲିଗ୍ ଆଇପିଏଲର (IPL 2021) ୧୪ ତମ ସିଜନ୍ ୯ ଏପ୍ରିଲରୁ ଆରମ୍ଭ ହେବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଇପିଏଲର ତାରିଖ ସ୍ଥିର କରାଯାଇ ସାରିଛି । ବର୍ତ୍ତମାନ ଏହା ପରିଚାଳନା ପରିଷଦ ବୈଠକରେ ଏହାର ଅନୁମୋଦନକୁ ଅପେକ୍ଷା କରିଛି । ସମ୍ବାଦ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ, ୯ ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟର ଫାଇନାଲ ମେ' ୩୦ ଫାଇନାଲ୍ ମ୍ୟାଚ ଖେଳାଯିବ । ଆସନ୍ତା ସପ୍ତାହ ଶେଷ ସୁଦ୍ଧା ଆଇପିଏଲ୍ କାର୍ଯ୍ୟସୂଚୀରେ ଅନ୍ତିମ ସିଲ୍ ହେବା ଆଶା କରାଯାଉଛି ।

ପରିଚାଳନା ପରିଷଦ ସଦସ୍ୟ କହିଛନ୍ତି, 'ଆମେ ପରିଚାଳନା ପରିଷଦର ବୈଠକ ସ୍ଥିର କରୁନାହୁଁ, ଆଇପିଏଲର ସ୍ଥାନ ଓ ତାରିଖ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଉଲ୍ଲେଖଥାଉ କି, ଆମେ ୯ ଏପ୍ରିଲ୍ରୁ ଟୁର୍ନାମେଣ୍ଟ ଆରମ୍ଭ କରିବାକୁ ପରାମର୍ଶ ଦେଇଛୁ ଓ କହିଛୁ ଯେ ଫାଇନାଲ୍ ୩୦ ମେ'ରେ ଅନୁଷ୍ଠିତ ହେବ । କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ବୈଠକରେ ନିଆଯିବ । ଆସନ୍ତା ସପ୍ତାହ ସୁଦ୍ଧା ଆଇପିଏଲ୍ ପୂରା ଚିତ୍ର, ସ୍ଥାନ ଓ କାର୍ଯ୍ୟସୂଚୀରେ ସ୍ପଷ୍ଟ ହୋଇପାରେ ।

କେଉଁ ସହରରେ ହେବ ଆଇପିଏଲ-୨୦୨୧ ?
ଏହା ପୂର୍ବରୁ ମୁମ୍ବାଇରେ ଆଇପିଏଲ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା । କିନ୍ତୁ ପରେ ଖବର ଆସିଥିଲା ​​ଯେ ଆଇପିଏଲ ୬ ଟି ସହରରେ ଅନୁଷ୍ଠିତ ହେବ । ଏବେ ପ୍ରଶ୍ନ ହେଉଛି, ଏହି ସହରଗୁଡ଼ିକ କ’ଣ ହେବ? ରିପୋର୍ଟ ଅନୁଯାୟୀ, ବିସିସିଆଇ କେବଳ ୬ ଟି ସହରରେ ଆଇପିଏଲ କରିବ । ଏଥିମଧ୍ୟରେ ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଓ ମୁମ୍ବାଇ ଅନ୍ତର୍ଭୁକ୍ତ । ମୁମ୍ବାଇରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି, କିନ୍ତୁ ଏହା ସତ୍ତ୍ୱେ ବିସିସିଆଇକୁ ପୂର୍ଣ୍ଣ ସମର୍ଥନ ଦେବାକୁ ରାଜ୍ୟ ସରକାର କହିଛନ୍ତି ।

ରିପୋର୍ଟ ଅନୁଯାୟୀ, ଭାରତ ଓ ଇଂଲଣ୍ଡ ସିରିଜ୍ ପରି ୫୦ ପ୍ରତିଶତ ଦର୍ଶକଙ୍କୁ ମଧ୍ୟ ଆଇପିଏଲରେ ଷ୍ଟାଡିୟମରେ ଅନୁମତି ଦିଆଯିବ । ନିକଟରେ ଚେନ୍ନାଇ ଓ ଅହମ୍ମଦାବାଦରେ ୫୦ ପ୍ରତିଶତ ଦର୍ଶକଙ୍କ ସହ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ମୁମ୍ବାଇରେ ମ୍ୟାଚ୍ ଖାଲି ଷ୍ଟାଡିୟମରେ କିମ୍ବା ୫୦ ପ୍ରତିଶତ ଦର୍ଶକଙ୍କ ସହ ହେବ କି? ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।
Published by: Jagdish Barik
First published: March 6, 2021, 5:10 PM IST