News18 Odia Digital
ନୂଆ ଦିଲ୍ଲୀ: ଆଇପିଏଲ୍ ୨୦୧୧ ଆୟୋଜନ କରୁଥିବା ସ୍ଥାନଗୁଡିକ ଅକ୍ଟୋବର-ନଭେମ୍ବରରେ ଆଇସିସି ଟି -୨୦ ବିଶ୍ୱକପ୍ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି । ଏକ ରିପୋର୍ଟ ଅନୁଯାୟୀ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଟି-୨୦ ୱାର୍ଲ୍ଡ କପ ଆୟୋଜନ କରିବାକୁ ବୋର୍ଡ ଅଫ୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଯୋଜନା କରିଛି । ବିସିସିଆଇ ପ୍ରଥମେ ଆଠଟି ସ୍ଥାନରେ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଚାହୁଁଥିଲା । କିନ୍ତୁ କୋଭିଡ-୧୯ ମହାମାରୀ ଯୋଗୁଁ ଏହା କେବଳ ୬ଟି ସ୍ଥାନରେ ସୀମିତ ରଖିବାକୁ ଚାହୁଁଛି ।
ସାଧାରଣତ ଆଇସିସି ଟୁର୍ନାମେଣ୍ଟ ପାଇଁ ସ୍ଥାନଗୁଡ଼ିକର ନାମ ଅତିକମରେ ୬ ମାସ ପୂର୍ବରୁ ବାହାରିଥାଏ । କିନ୍ତୁ ଏହି ବର୍ଷ କୋଭିଡ୍ -୧୯ କାରଣରୁ ଏହାର ଘୋଷଣା ବିଳମ୍ବ ହୋଇପାରେ । ଆଇପିଏଲ୍ ଓ ଟି -୨୦ ବିଶ୍ୱକପ୍ ସମ୍ପୂର୍ଣ୍ଣ ଭିନ୍ନ ଟୁର୍ନାମେଣ୍ଟ । ଆଇପିଏଲରେ କେବଳ ଆଠଟି ଦଳ ଥିବାବେଳେ ଟି -୨୦ ବିଶ୍ୱକପରେ ୧୬ ଟି ଦଳ ଅଂଶଗ୍ରହଣ କରିବେ । 'ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ'ର ରିପୋର୍ଟ ଅନୁଯାୟୀ, ପ୍ରଥମେ ବିସିସିଆଇ ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ, ଦିଲ୍ଲୀ, କୋଲକାତା, ବାଙ୍ଗାଲୋର, ମୋହାଲି ଓ ଧର୍ମଶାଳାକୁ ସ୍ଥାନ ଭାବରେ ତାଲିକାଭୁକ୍ତ କରିଥିଲା । କିନ୍ତୁ ବର୍ତ୍ତମାନ ବିସିସିଆଇ ଯୋଗ୍ୟତା ପର୍ଯ୍ୟାୟର ମ୍ୟାଚର ସ୍ଥାନ ଭାବରେ ମୋହାଲି ଓ ଧର୍ମଶାଳାକୁ ବଦଳାଇବାକୁ ଯୋଜନା କରୁଛି । ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ଭଳି ଦଳ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେବାକୁ ପଡିବ ।
ବିସିସିଆଇର ଏକ ସୂତ୍ରରୁ କହିଛି, "ଗୋଟିଏ ମ୍ୟାଚ ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଏକ ବଡ଼ ବିପଦ ହେବ । ଯଦି ସ୍ଥାନଗୁଡିକ କମ୍ ତେବେ ଟୁର୍ନାମେଣ୍ଟ ସହଜରେ ଆୟୋଜିତ ହେବ । ଯଦି ଆବଶ୍ୟକ ହୁଏ ଆଇପିଏଲ୍ ପରି ଏକ କାର୍ଯ୍ୟକ୍ରମ ସ୍ଥିର ହେବ । ଯେଉଁଠାରେ ଏକ ସମୟରେ ଦୁଇଟିରୁ ଅଧିକ ସହରରେ ମ୍ୟାଚ୍ ନିଷେଧ ରହିବ । ଆମେ ଯଥାସମ୍ଭବ ନମନୀୟ ହେବା ଉଚିତ୍ । '
ବିସିସିଆଇ ଚେନ୍ନାଇ ଓ ବେଙ୍ଗାଲୁରୁରେ ଟି -୨୦ ବିଶ୍ୱକପ୍ର ସେମିଫାଇନାଲ ଆୟୋଜନ କରିବାକୁ ଚିନ୍ତା କରୁଥିବାବେଳେ ଫାଇନାଲ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।