ଚଳିତ ସିଜନ୍ ପାଇଁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେଲା; ଅନେକ ଖେଳାଳି କୋଭିଡ ସଂକ୍ରମିତ ହେବା ପରେ ନିଷ୍ପତ୍ତି
କୋଲକାତା ନାଇଟ୍ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦର କ୍ୟାମ୍ପରେ କରୋନା ବିସ୍ଫୋରଣ ପରେ ଆଇପିଏଲ୍ ୨୦୨୧ କୁ ସ୍ଥଗିତ ରଖାଯାଇଛି । ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହା ନିଶ୍ଚିତ କରିଛନ୍ତି ।
ଚଳିତ ସିଜନ୍ ପାଇଁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେଲା
- News18 Odia
- Last Updated: May 4, 2021, 1:53 PM IST
ନୂଆ ଦିଲ୍ଲୀ: ଆଇପିଏଲ୍ ୨୦୨୧ ରେ ଅନେକ ଦଳର ଖେଳାଳିମାନେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଚଳିତ ସିଜିନକୁ ସ୍ଥଗିତ ରଖାଯାଇଛି । ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ନ୍ୟୁଜ୍ ଏଜେନ୍ସି ANI କୁ ଏହାର ସୂଚନା ଦେଇଛନ୍ତି । ସୋମବାର ଦିନ କୋଲକାତା ନାଇଟ୍ ରାଇଡର୍ସ (KKR) ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିଅର୍ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାମ୍ପରୁ ତିନୋଟି ମାମଲା ମଧ୍ୟ ରିପୋର୍ଟ ହୋଇଥିଲା । ଆଜି ସନରାଇଜର୍ସ ହାଇଦ୍ରାବାଦ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣା ପଡ଼ିଛି ।

ଏହି ସହରଗୁଡ଼ିକରେ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା
ଦିଲ୍ଲୀରେ ଚାରୋଟି ମ୍ୟାଚ୍ ବାକି ଥିଲା । ଏଥି ସହିତ ଅହମ୍ମଦାବାଦରେ ପ୍ଲେ ଅଫ୍ ଓ ଫାଇନାଲ୍ ସହିତ ଆଉ ୭ ଟି ମ୍ୟାଚ୍ ବାକିଥିଲା । ଏହା ବ୍ୟତୀତ ବାଙ୍ଗାଲୋରରେ ୧୦ ଟି ମ୍ୟାଚ୍ ମଧ୍ୟ ହେବାକୁ ଥିଲା । ଏଠାରେ ଥିବା ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହୋଇ ନଥିଲା । ଏଥି ସହିତ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଚଳିତ ସିଜିନର କୌଣସି ମ୍ୟାଚ୍ ଖେଳାଯାଇ ନଥିଲା ।






