IPL 2021: ଆରମ୍ଭ ହେଲା କ୍ରିକେଟ୍‌ର ମହା କୁମ୍ଭ; ଜାଣନ୍ତୁ #IPL2021 ବିଷୟରେ ସବୁ କଥା

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କରୋନା ଭାଇରସ୍ ଯୋଗୁଁ IPL ମ୍ୟାଚଗୁଡ଼ିକ ପଡ଼ିଆରେ ଦର୍ଶକଙ୍କ ବିନା ଉପସ୍ଥିତିରେ ଖେଳାଯିବ । ଜାଣନ୍ତୁ ମୋବାଇଲ୍ ଫୋନ୍ ଓ ଟିଭିରେ କେଉଁଠି ଏହି ମ୍ୟାଚ୍ ଦେଖିପାରିବେ ।

IPL 2021: ଆରମ୍ଭ ହେଲା କ୍ରିକେଟ୍‌ର ମହା କୁମ୍ଭ; ଜାଣନ୍ତୁ #IPL2021 ବିଷୟରେ ସବୁ କଥା
ଟସ୍‌ ସମୟରେ ବିରାଟ କୋହଲି ଓ ରୋହିତ ଶର୍ମା (ବିସିସିଆଇ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଇ.ପି.ଏଲ୍‌.ର ୧୪ତମ ସିଜିନର (IPL 2021) ପ୍ରଥମ ମ୍ୟାଚ୍ ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB Bangalore) ମଧ୍ୟରେ ଆରମ୍ଭ ହୋଇଛି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କରୋନା ଭାଇରସ୍ ଯୋଗୁଁ ଆଇ.ପି.ଏଲ୍. ମ୍ୟାଚ୍ ପଡ଼ିଆରେ ଦର୍ଶକଙ୍କ ବିନା ଉପସ୍ଥିତିରେ ଖେଳାଯାଉଛି । ଏପରି ପରିସ୍ଥିତିରେ ଆଇ.ପି.ଏଲ୍. ପ୍ରଶଂସକମାନଙ୍କ ପାଖରେ କେବଳ ମୋବାଇଲ୍ ଫୋନ୍‌ ଓ ଟିଭିରେ ମ୍ୟାଚ୍ ଦେଖିବାର ବିକଳ୍ପ ଅଛି ।

ଏଥର ଆଇ.ପି.ଏଲ୍‌. ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, କୋଲକାତା ଓ ଦିଲ୍ଲୀରେ ଖେଳାଯାଉଛି । କୌଣସି ଦଳ ନିଜ ଘରୋଇ ପଡ଼ିଆରେ ଏ ଥର ଖେଳିବେ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯାଜପୁରରେ ଥାନା ଭିତରେ ପୁରୁଷ ମହିଳା ପୋଲିସ କର୍ମୀଙ୍କ ଡ୍ୟାନ୍ସ VIDEO ଭାଇରାଲ୍ ହେଲା; ASI ନିଲମ୍ବିତ ହେଲେ

ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ରେକର୍ଡ ବିଷୟରେ କହିବାକୁ ଗଲେ ୨୦୦୮ ମସିହାରୁ ଏହି ଦୁଇ ଦଳ ମଧ୍ୟରେ ମୋଟ ୨୯ଟି ମ୍ୟାଚ୍ ଖେଳାଯାଇଛି, ଓ ମୁମ୍ବାଇ ଇଣ୍ଡିଆନ୍ସ ୧୯ଟି ମ୍ୟାଚ୍ ଜିତିଛି ।ଆର୍‌.ସି.ବି. ଦଳ କେବଳ ୧୦ଟି ମ୍ୟାଚ୍ ଜିତିଛି ।ଥରେ ଗୋଟିଏ ମ୍ୟାଚ୍ ମଧ୍ୟ ଟାଇ ହୋଇଯାଇଥିଲା, କିନ୍ତୁ ଆର୍‌.ସି.ବି. ସୁପର୍‌ ଓଭରରେ ସେହି ମ୍ୟାଚ୍‌ ଜିତିଥିଲା ।ଏମ୍‌. ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ଏହା ତୃତୀୟ ମ୍ୟାଚ୍ ହେବ ।ଏହା ପୂର୍ବରୁ ଉଭୟ ଦଳ ଏହି ଗ୍ରାଉଣ୍ଡରେ ଗୋଟିଏ ମ୍ୟାଚ୍ ଜିତିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେ

ଶେଷ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB Bangalore) ଚେନ୍ନାଇରେ ମୁହାଁମୁହିଁ ହୋଇଥିଲେ ୨୦୧୧ରେ । ସେତେବେଳେ ମୁମ୍ବାଇ ଗୋଟିଏ ମ୍ୟାଚ୍‌ ୩୧ ରନରେ ଜିତିଥିଲା ଓ ବାଙ୍ଗାଲୋର ଦ୍ୱିତୀୟ ମ୍ୟାଚ୍ ୪୨ ରନରେ ଜିତିଥିଲା । ଗତ ସିଜନ୍ ବିଷୟରେ କହିବାକୁ ଗଲେ ମୁମ୍ବାଇ ଆବୁଧାବିରେ ଗୋଟିଏ ମ୍ୟାଚ୍ ଜିତିଥିଲା । ଆର୍‌.ସି.ବି. ଜିତିଥିଲା ଦୁବାଇରେ ସୁପର୍‌ ଓଭର୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ଆଇପିଏଲ୍ ମ୍ୟାଚ୍ କେଉଁ ସମୟରେ ଆରମ୍ଭ ହେବ?
ଆଇ.ପି.ଏଲ୍. ୨୦୨୧ର (IPL 2021) ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭:୩୦ରେ ଆରମ୍ଭ ହୋଇଛି ।ଟସ୍ ସନ୍ଧ୍ୟା ୭ଟାରେ ହୋଇଛି ।

IPL 2021 ପ୍ରଥମ ମ୍ୟାଚ୍ କେଉଁଠି ହୋଇଛି?

ଆଇ.ପି.ଏଲ୍. ୨୦୨୧ର ପ୍ରଥମ ମ୍ୟାଚ୍ ଏପ୍ରିଲ୍ ୯ ତାରିଖ ଶୁକ୍ରବାର ଦିନ ଚେନ୍ନାଇରେ ଖେଳାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ହୋଲିରେ ଭୁବନେଶ୍ୱରରେ ମହିଳାଙ୍କ ଅଭାବନୀୟ କାଣ୍ଡ: ବ୍ଲେଡରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କଲେ

ଟିଭିରେ ପ୍ରସାରିତ IPL 2021 ଲାଇଭ୍ ଷ୍ଟ୍ରିମିଂ କେଉଁଠି ଦେଖିପାରିବୁ?
ଆଇ.ପି.ଏଲ୍. ୨୦୨୧ର ମ୍ୟାଚଗୁଡ଼ିକ ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ (Star Sports Network) ପ୍ରସାରିତ ହେବ ।

ଭିଭୋ ଆଇପିଏଲ୍ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ମୁଁ କେଉଁଠି ଦେଖିପାରିବି?
ଆପଣ ଆଇ.ପି.ଏଲ୍. ୨୦୨୧ର ମ୍ୟାଚଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ ଡିଜନି + ହଟଷ୍ଟାରରେ ଦେଖିପାରିବେ ।ଆପଣ ଆଇ.ପି.ଏଲ୍‌. ୨୦୨୧ର ଖବର ଆମର ଏହି ୱେବସାଇଟରେ ବି ପଢ଼ିପାରିବେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର

ଜିଓ ନିଜ ଗ୍ରାହକଙ୍କୁ IPL ମ୍ୟାଚ୍ ଦେଖାଇବାର ସୁବିଧା ଦେଉଛି
ରିଲାଏନ୍ସ ଜିଓ (Reliance Jio) ନିଜ ଗ୍ରାହକମାନଙ୍କୁ ଆଇ.ପି.ଏଲ୍. ମ୍ୟାଚ୍ ଦେଖିବାର ସୁବିଧା ପ୍ରଦାନ କରୁଛି । ଏହାର ପୋଷ୍ଟ-ପେଡ୍ ଓ ପ୍ରି-ପେଡ୍ ଗ୍ରାହକମାନେ ଏହି ସୁବିଧା ପାଇବେ ।ଜିଓର ପୋଷ୍ଟ-ପେଡ୍ ଯୋଜନାରେ ଜିଓ ଗ୍ରାହକମାନେ ମାଗଣାରେ IPL ମ୍ୟାଚ୍ ଦେଖିବାକୁ ପାଇବେ ।ଏଥି ପାଇଁ ଜିଓ ଡିଜ୍ନି ହଟଷ୍ଟାର୍‌ ସହିତ ଏକ ଚୁକ୍ତି କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ

ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ପୂର୍ଣ୍ଣ ଦଳ: ବିରାଟ କୋହଲି, ଏବି ଡିଭିଲିୟର୍ସ, ୟୁଜଭେନ୍ଦ୍ର ଚହଲ, ଦେବଦତ୍ତ ପଡିକଲ୍‌, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ସୈନି, ଏଡମ୍‌ ଜାମ୍ପା, ଶାହାବାଜ ଅହମ୍ମଦ, ଫିନ୍ ଏଲେନ୍, କେନ୍ ରିଚାର୍ଡସନ, ପୱନ ଦେଶପାଣ୍ଡେ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ସଚିନ ବେବି, ରଜତ ପାଟିଦାର, ମହମ୍ମଦ ଆଜହରୁଦ୍ଦିନ, ହର୍ଷଲ ପଟେଲ, ସୁୟଶ ପ୍ରଭୁଦେଶାଇ, କେ.ଏସ୍. ଭରତ, କାଇଲ୍ ଜେମିସନ୍ ଓ ଡାନିଏଲ୍ ଖ୍ରୀଷ୍ଟିଆନ ।



ମୁମ୍ବାଇ ଇଣ୍ଡିଆନ୍ସ ସମ୍ପୂର୍ଣ୍ଣ ଦଳ: ରୋହିତ ଶର୍ମା, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଧୱଲ୍‌ କୁଲକର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜସପ୍ରୀତ ବୁମ୍ରା, ଜୟନ୍ତ ଯାଦବ, କିରେନ ପୋଲାର୍ଡ, କୃଣାଲ ପାଣ୍ଡ୍ୟା, କ୍ୱିଣ୍ଟନ୍‌ ଡେକ୍‌, ରାହୁଲ ଚାହର, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍‌ ବୋଲ୍ଟ, କ୍ରିସ ଲିନ୍‌, ସୌରଭ ତିୱାରୀ, ଆଡାମ ମିଲନେ, ନାଥନ୍ କୁଲ୍ଟର ନାଇଲ୍, ପୀୟୁଷ ଚାୱଲା, ମାର୍କୋ ଜେନସେନ୍, ଯୁଧବୀର ସିଂ, ଜେମ୍ସ ନିଶମ୍‌ ଓ ଅର୍ଜୁନ ତେନ୍ଦୁଲକର ।
Published by: Anand ST Das
First published: April 9, 2021, 6:51 PM IST