'IPL 2021 କୁ ତୁରନ୍ତ ବନ୍ଦ କରାଯିବା ଉଚିତ୍; ବାୟୋ ବବଲରେ ଏବେ ପ୍ଲେୟାର ସୁରକ୍ଷିତ ନୁହଁନ୍ତି'
କୋଲକାତା ନାଇଟ୍ ରାଇଡର୍ସ (KKR) ଓ ଚେନ୍ନାଇ ସୁପର କିଙ୍ଗ୍ସ (CSK) କ୍ୟାମ୍ପରେ କରୋନା ଭୂତାଣୁ ଏଣ୍ଟ୍ରି ମରିସାରିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ସଙ୍ଗରୋଧ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ସଙ୍ଗରୋଧ ହେବାକୁ ନିର୍ଦ୍ଦେଶ ଦିଆଯାଇଛି
- News18 Odia
- Last Updated: May 4, 2021, 9:38 AM IST
ନୂଆ ଦିଲ୍ଲୀ: ଦେଶ ବର୍ତ୍ତମାନ କରୋନା ଭାଇରସର (Coronavirus) ଦ୍ୱିତୀୟ ଲହର ସହିତ ଲଢ଼ୁଛି । ହସ୍ପିଟାଲ ଗୁଡ଼ିକ ରୋଗୀମାନଙ୍କ ଦ୍ୱାରା ପୂର୍ଣ୍ଣ ରହିଛି । ଏହି ସଙ୍କଟ ମୁକାବିଲା ପାଇଁ ସମସ୍ତେ ଏକଜୁଟ ହୋଇଛନ୍ତି । ଅଧିକାଂଶ ସହରରେ ଲକଡ଼ାଉନ୍ ଲାଗୁ କରାଯାଇଛି । ଯଦିଓ ବାୟୋ ବବଲରେ ଆଇପିଏଲ୍ (IPL 2021) ମ୍ୟାଚ୍ ସମାନ ଜୋସର ସହ ଖେଳାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ବାୟୋ ବବଲ୍ ମଧ୍ୟ ସୁରକ୍ଷିତ ଦେଖାଯାଉନାହିଁ । କରୋନା ବାୟୋ ବବଲରେ ଅନୁପ୍ରବେଶ କରି ଦୁଇ କୋଲକାତା ନାଇଟ୍ ରାଇଡର୍ସ (KKR) ଖେଳାଳି ଓ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସପୋର୍ଟ ଷ୍ଟାଫଙ୍କୁ ସଂକ୍ରମିତ କରିଛି ।
BCCI ର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଛି
କଡା ବାୟୋ ବବଲରେ କରୋନା ଏଣ୍ଟ୍ରି ପରେ ପୂର୍ବତନ ଭାରତୀୟ ଖେଳାଳି କିର୍ତ୍ତୀ ଆଜାଦ ତୁରନ୍ତ ଆଇପିଏଲ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । କିର୍ତ୍ତୀ ଆଜାଦ ବିଶ୍ୱାସ କରନ୍ତି ଯେ ଏହି ସମୟରେ ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ଉଚିତ୍ । ଏହି ବିପଜ୍ଜନକ ପରିବେଶରେ ମଧ୍ୟ ଲିଗକୁ ଆଗକୁ ନେବାକୁ ବିସିସିଆଇର ଉଦ୍ଦେଶ୍ୟ ଉପରେ ସେ ପ୍ରଶ୍ନ କରିଛନ୍ତି ।






