ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IPL 2021: ଶାହାରୁଖ ଖାନ KKR ପରାଜୟକୁ ନିରାଶଜନକ କହିଲେ; ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ

IPL 2021: ଶାହାରୁଖ ଖାନ KKR ପରାଜୟକୁ ନିରାଶଜନକ କହିଲେ; ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ

ଆଇପିଏଲର ପଞ୍ଚମ ମ୍ୟାଚ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (MI VS KKR) ମଧ୍ୟରେ ହୋଇଥିଲା । କିନ୍ତୁ ଏହି ମ୍ୟାଚରେ କୋଲକାତା ହାରି ଯାଇଛି । ଏହି ପରାଜୟ ପରେ ଶାହାରୁଖ ଖାନ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ନିଜ ଫ୍ୟାନ୍ସଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ।

IPL 2021: ଶାହାରୁଖ ଖାନ KKR ପରାଜୟକୁ ନିରାଶଜନକ କହିଲେ; ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ କ୍ଷମା ମାଗିଲେ
ଶାହାରୁଖ ଖାନ KKR ପରାଜୟକୁ ନିରାଶଜନକ କହିଲେ
  • News18 Odia
  • Last Updated: April 14, 2021, 9:30 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନ (Shahrukh Khan) ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର ପଞ୍ଚମ ମ୍ୟାଚ ରେ ନିଜ ଦଳର କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ପ୍ରଦର୍ଶନକୁ ନେଇ ଅତ୍ୟନ୍ତ ନିରାଶ ହୋଇଛନ୍ତି । ଶାହାରୁଖ ଖାନ ଆଇପିଏଲ ଟିମ୍ କେକେଆରର ସହ-ମାଲିକ ଅଟନ୍ତି । ଆଇପିଏଲର ପଞ୍ଚମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ (MI VS KKR) ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା । କିନ୍ତୁ ଏହି ମ୍ୟାଚରେ କୋଲକାତା ଖରାପ ଭାବେ ହାରି ଯାଇଛି । ଏହି ପରାଜୟ ପରେ ଶାହାରୁଖ ଖାନ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ନିଜ ପ୍ରଶଂସକଙ୍କ ନିକଟରେ କ୍ଷମା (Shahrukh Khan Apologized to fans) ମାଗିଛନ୍ତି ।

କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସ (MI VS KKR) ବିପକ୍ଷ ମ୍ୟାଚରେ ୧୦ ରନରେ ହରାଇଛି । ଏକ ସମୟ ଥିଲା ଯେତେବେଳେ କୋଲକାତା ଦଳ ଏହି ମ୍ୟାଚକୁ ଅତି ସହଜରେ ଜିତିଯିବା ପରି ଲାଗୁଥିଲା ​​କିନ୍ତୁ ଶେଷ ପାଞ୍ଚ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲରମାନେ ଖେଳକୁ ସମ୍ପୂର୍ଣ୍ଣ ଓଲଟାଇ ଦେଇଥିଲେ । ନିଜ ଦଳର ପରାଜୟକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି ସେ ଟ୍ୱିଟ୍ କରି ଲେଖିଛନ୍ତି- 'କମ ଶବ୍ଦରେ ମୁଁ କହିବି, କୋଲକାତା ନାଇଟ୍ ରାଇଡର୍ସର ନିରାଶଜନକ ପ୍ରଦର୍ଶନ, ମୁଁ ଫ୍ୟାନ୍ସଙ୍କ ନିକଟରେ କ୍ଷମା ମାଗିବାକୁ ଚାହେଁ' ।



ବାସ୍ତବରେ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେକେଆର୍ ଦବଦବା ରହିଥିଲା ​​କିନ୍ତୁ କୁହାଯାଏ ଯେ ଭାଗ୍ୟ ବଦଳାଇବାକୁ ଅଧିକ ସମୟ ଲାଗେ ନାହିଁ । ଚେନ୍ନାଇ ଭୂମିରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା ​​। ଯେଉଁଠାରେ ନୀତୀଶ ରାଣା ୫୭ ରନ୍ କରିଥିଲେ ଓ ଶୁଭମାନ ଗିଲ ୩୩ ରନର ଏକ ଭଲ ଇନିଂସ ଖେଳିଥିଲେ । କିନ୍ତୁ ଉଭୟଙ୍କ ୱିକେଟ୍ ଖସିଯିବା ମାତ୍ରେ ମ୍ୟାଚ୍‌ର ଆଭିମୁଖ୍ୟ ଓଲଟପାଲଟ ହୋଇଯାଇଥିଲା । ଓ ମୁମ୍ବାଇ ବିପକ୍ଷରେ କେକେଆରର ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୨ ରନ୍ ସ୍କୋର କରିବାକୁ ସମର୍ଥ ହୋଇଥିଲା ।

ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ 'ପଠାନ'ର ସେଟରେ କରୋନା ଅକ୍ତିଆର କରିନେଇଛି । ଏହା ପରେ କିଙ୍ଗ ଖାନ ନିଜକୁ ଆଇସୋଲେଟ କରିଛନ୍ତି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ଫିଲ୍ମ 'ପଠାନ'ର ସେଟରେ କ୍ରୁ ସଦସ୍ୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ୟଶ ରାଜ ବ୍ୟାନର ଏହି ଫିଲ୍ମର ସୁଟିଂ ବନ୍ଦ କରିଦେଇଛି ଓ ଶାହରୁଖ ଖାନ ନିଜକୁ କ୍ଵାରାଣ୍ଟିନ କରିଛନ୍ତି । ଶାହାରୁଖ ଖାନ କରୋନା ଟେଷ୍ଟ କରିଛନ୍ତି କି ନାହିଁ? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
Published by: Jagdish Barik
First published: April 14, 2021, 9:25 AM IST