ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ

IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଆର୍.ସି.ବି. (RCB) ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଆଇପିଏଲ୍ ମ୍ୟାଚରେ ଏକ ବିଶେଷ ପ୍ରକାରର ଜୋତା ପିନ୍ଧି ବ୍ୟାଟିଂ କରିବାକୁ ବାହାରିଥିଲେ । ସେ ଏବେ ତା’ର କାରଣ ସମସ୍ତଙ୍କୁ କହିଛନ୍ତି ।

IPL 2021: ରୋହିତ ଶର୍ମା ଖୋଲିଲେ ନିଜ ଜୋତାର ରହସ୍ୟ; ଜାଣି 'ହିଟମ୍ୟାନ୍'ଙ୍କୁ ନମସ୍କାର କରିବେ ଆପଣ
କ୍ରିକେଟର୍ ରୋହିତ ଶର୍ମା
  • News18 Odia
  • Last Updated: April 10, 2021, 8:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରୋହିତ ଶର୍ମା ଓ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସର (Mumbai Indians) ଆଇପିଏଲ୍ ୨୦୨୧ର (IPL 2021) ଅଭିଯାନ ପରାଜୟରୁ ଆରମ୍ଭ ହୋଇଛି, କିନ୍ତୁ ସେହି ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ପାଇଁ ସ୍ୱତନ୍ତ୍ର ଥିଲା । ଟ୍ୱିଟ୍ କରି ହିଟମ୍ୟାନ୍ ରୋହିତ ଶର୍ମା ଏହା ପଛର କାରଣ ବି କହିଛନ୍ତି । ମ୍ୟାଚ୍‌ ଶେଷ ହେବାର କିଛି ଘଣ୍ଟା ପରେ ରୋହିତ ଏକ ଟ୍ୱିଟ୍ କରି କାରଣଟି ସମସ୍ତଙ୍କୁ ଜଣାଇଛନ୍ତି ।

ଗୋଟିଏ ଶିଙ୍ଘ ଥିବା ରାଇନୋସରସର (rhinoceros) ଏକ ବିଲୁପ୍ତପ୍ରାୟ ବନ୍ୟ ପ୍ରାଣୀ ହୋଇଥିବାରୁ ତା’ର ସଂରକ୍ଷଣ ପାଇଁ ରୋହିତ ଶର୍ମା ଲୋକଙ୍କ ମଧ୍ୟରେ ସଚେତନତା ବିସ୍ତାର କରିଆସୁଛନ୍ତି । ସେ ଏହି ବନ୍ୟ ପ୍ରାଣୀ ସଂରକ୍ଷଣ ଅଭିଯାନ ସହିତ ଜଡି଼ତ ଅଛନ୍ତି ଓ ସେହି କାରଣରୁ ସେ ଆର୍‌.ସି.ବି. (RCB) ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏକ ବିଶେଷ ପ୍ରକାରର ଜୋତା ପିନ୍ଧି ବ୍ୟାଟିଂ କରିବାକୁ ବାହାରିଥିଲେ । ରୋହିତଙ୍କ ଜୋତାରେ ଗୋଟିଏ ରାଇନୋସରସର ଫଟୋ ଥିଲା ଓ ସେଥିରେ ଲେଖାଯାଇଥିଲା 'ସେଭ୍ ଦି ରାଇନୋ' ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ରୋହିତ ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି, ‘‘ଯେତେବେଳେ ମୁଁ ଗତ କାଲି ପଡ଼ିଆକୁ ଓହ୍ଲାଇଥିଲି, ଏହା ମୋ ପାଇଁ ଏକ ଖେଳଠାରୁ ଅଧିକ ଥିଲା । କ୍ରିକେଟ୍ ଖେଳିବା ମୋ’ର ସ୍ୱପ୍ନ । ଏହି ଦୁନିଆକୁ ଉନ୍ନତ କରିବାରେ ସାହାଯ୍ୟ କରିବା ହେଉଛି ଆମ ସମସ୍ତଙ୍କ ପାଇଁ ଏକ କାମ । ପଡ଼ିଆରେ ମୋ’ ସହିତ ମୋ’ ହୃଦୟର ନିକଟତର ଏକ କାରଣ ମୋ’ ପାଇଁ ସ୍ୱତନ୍ତ୍ର ଥିଲା । ପ୍ରତ୍ୟେକ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ।’’




ଭାରତୀୟ ରାଇନୋସରସ୍‌ ବେଶ୍‌ କିଛି ବର୍ଷ ଧରି ବିଲୁପ୍ତ ହେବା ସ୍ଥିତିରେ ଅଛି । ତା’ର କାରଣ ହେଉଛି ବାସସ୍ଥାନ ନଷ୍ଟ ହେବା, ଶିକାର ଓ ନିଜ ନିଜ ଭିତରେ ପ୍ରଜନନ କାରଣରୁ ରୋଗ ଓ ବଢ଼ୁଥିବା ମୃତ୍ୟୁହାର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ମୁମ୍ବାଇ ଇଣ୍ଡିଆନ୍ସ ଦଳର ପରବର୍ତ୍ତୀ ମ୍ୟାଚ୍ ୧୩ ଏପ୍ରିଲରେ କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ବିପକ୍ଷରେ ହେବ । ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ଏକ ଖୁସି ଖବର ହେଉଛି ଯେ ଡି. କକ୍ ଏହି ମ୍ୟାଚରେ ମୁମ୍ବାଇ ପାଇଁ ଖେଳିପାରନ୍ତି । ଡି କକ୍ ଦଳରେ ଯୋଗଦେବା ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ବହୁତ ସାହାଯ୍ୟ ମିଳିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେ

ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଦଳ ନବମ ଥର ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗର (IPL) ପ୍ରଥମ ମ୍ୟାଚ୍ ଜିତିପାରି ନାହିଁ । ଏହା ଉପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ‘‘ପ୍ରଥମ ମ୍ୟାଚ୍ ଜିତିବା ନୁହେଁ, ଚାମ୍ପିଅନସିପ୍ ଜିତିବା ଜରୁରୀ । ତେଣୁ ଆମ ଦଳ ଏଥିରେ ନିରାଶ ନୁହଁନ୍ତି ।’’



ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ (RCB) ଦଳ ଠାରୁ ଦୁଇ ୱିକେଟରେ ପରାଜୟ ପରେ ରୋହିତ କହିଛନ୍ତି, ‘‘ଏହା ବହୁତ ଭଲ ମ୍ୟାଚ୍ ଥିଲା । ଆମେ ସେମାନଙ୍କୁ ସହଜରେ ଜିତିବାକୁ ଦେଲୁ ନାହିଁ । ଆମେ ନିଜ ସ୍କୋରରେ ଖୁସି ନ ଥିଲୁ । ଆମେ ୨୦ ରନ୍ କମ୍ ସ୍କୋର କରିଥିଲୁ ।’’
Published by: Anand ST Das
First published: April 10, 2021, 8:05 PM IST